ମହାରାଷ୍ଟ୍ର ରାଜନୀତି: ଆସନ୍ତାକାଲି ଉଦ୍ଧବ ସରକାରଙ୍କ ପାଇଁ ଅଗ୍ନି ପରୀକ୍ଷା, ସ୍ୱତନ୍ତ୍ର ଅଧିବେସନ ଡକାଇଲେ ରାଜ୍ୟପାଳ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ମହାଅଘାଡି ସରକାର (ଏମ୍‌ଭିଏ)ର ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଏହି ରାଜନୈତିକ ଅସ୍ଥିରତା ଏକ ନୂଆ ମୋଡ଼ ଆଡକୁ ଗତି କରୁଛି। ଉଦ୍ଧବ ସରକାର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ବିଜେପି ଦାବି ଜଣାଇଛି। ଉଦ୍ଧବଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ତେଣୁ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି।  ଅନ୍ୟ ପଟେ ସିନ୍ଦେ ଦଳର ବିଧାୟକମାନେ ମଧ୍ୟ […]

ମୁମ୍ବାଇ: ମହାରାଷ୍ଟ୍ରର ମହାଅଘାଡି ସରକାର (ଏମ୍‌ଭିଏ)ର ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ଏହି ରାଜନୈତିକ ଅସ୍ଥିରତା ଏକ ନୂଆ ମୋଡ଼ ଆଡକୁ ଗତି କରୁଛି। ଉଦ୍ଧବ ସରକାର ବହୁମତ ସାବ୍ୟସ୍ତ କରନ୍ତୁ ବୋଲି ବିଜେପି ଦାବି ଜଣାଇଛି। ଉଦ୍ଧବଙ୍କ ପାଖରେ ଆବଶ୍ୟକ ସଂଖ୍ୟକ ବିଧାୟକ ନାହାନ୍ତି। ତେଣୁ ସରକାର ନିଜର ସଂଖ୍ୟା ଗରିଷ୍ଠତା ପ୍ରମାଣ କରନ୍ତୁ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ଦେବେନ୍ଦ୍ର ଫଡନାଭିସ କହିଛନ୍ତି।  ଅନ୍ୟ ପଟେ ସିନ୍ଦେ ଦଳର ବିଧାୟକମାନେ ମଧ୍ୟ ଗୁଆହାଟୀରେ ହୋଟେଲ ଛାଡିଛନ୍ତି। ଏହାପୂର୍ବରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ମହାରାଷ୍ଟ୍ରର ରାଜ୍ୟପାଳଙ୍କୁ ଏକ ଫ୍ଲୋର ଟେଷ୍ଟ ( ବହୁମତ ସାବ୍ୟସ୍ତ) ପାଇଁ ଏକ ଚିଠି ଲେଖିଛନ୍ତି। ସେ ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀଙ୍କୁ ଭେଟିଥିଲେ। ଏଥିସହିତ ଫ୍ଲୋର ଟେଷ୍ଟ ମାମଲାରେ ଶିବସେନା ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇପାରିବେ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: କେଉଁଠି ଘର ନାହିଁ, କେଉଁଠି ଛାତ ନାହିଁ, କେଉଁଠି ଗଳି ନାହିଁ—ଯେଉଁଠି ଦେଖିବେ ସେଇଠି ପ୍ରକୃତିର କରାଳ ରୂପ !

ଅନ୍ଯପଟେ, ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି ଯେ ଫ୍ଲୋର ଟେଷ୍ଟ ଆଇନ ଅନୁଯାୟୀ ନୁହେଁ। ସମ୍ବିଧାନକୁ ଖୋଲାଖୋଲି ଭାବେ ଖଣ୍ଡନ କରାଯାଉଛି। ଶିବସେନା ଏହା ବିରୋଧରେ ସୁପ୍ରିମକୋର୍ଟ ଯିବେ ବୋଲି ସଞ୍ଜୟ କହିଛନ୍ତ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ରାଜନୈତିକ ସଙ୍କଟ ମଧ୍ୟରେ ରାଜ୍ୟପାଳ ଭଗତ ସିଂହ କୋଶିୟାରୀ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି। ଏହା କୁହାଯାଉଛି ଯେ ଏହି ସମୟରେ ଏକ ଫ୍ଲୋର ଟେଷ୍ଟ ମଧ୍ୟ କରାଯିବ। ଯେଉଁଥିରେ ଉଦ୍ଧବ ଠାକରେଙ୍କୁ ତାଙ୍କର ସଂଖ୍ୟାଗରିଷ୍ଠତା ପ୍ରମାଣ କରିବାକୁ ପଡିବ।ଏକନାଥ ସିନ୍ଦେ ଦଳର ସମସ୍ତ ବିଧାୟକ ଆସନ୍ତାକାଲି ସକାଳେ ମୁମ୍ବାଇରେ ପହଞ୍ଚିବେ। ବିଧାନସଭାର ଏହି ସ୍ୱତନ୍ତ୍ର ଅଧିବେଶନର ଭିଡିଓଗ୍ରାଫି ମଧ୍ୟ କରାଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର