ବଢିଲା କରୋନା ସଂକ୍ରମଣ: ଜାରି ହେଲା ଗାଇଡଲାଇନ୍

The Sakala Picture
Published On

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃିଦ୍ଧି ପାଇଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଗାଇଡଲାଇନ୍‌ ଜାରି କରାଯାଇଛି। ଆସନ୍ତା ମାସରେ କିଛି ରାଜ୍ୟରେ ଉତ୍ସବ ପାଳନ ହେବାକୁ ଥିବା ବେଳେ ତାପୂର୍ବରୁ ସତର୍କ ରହିବାକୁ କୁହାଯାଇଛି । ମୁଖ୍ୟତଃ ପାଞ୍ଚଟି ନିୟମ ପାଳନ କରିବା ପାଇଁ କୁହାଯାଇଛି । ଟେଷ୍ଟ, ଟ୍ରାକ୍‌, ଟିଟ୍‌, ଟିକାକରଣ ଏବଂ କୋଭିଡ ନିୟମ ଅନୁପାଳନ କରିବାକୁ କୁହାଯାଇଛି । ବିଭିନ୍ନ ଉତ୍ସବ ପାଇଁ […]

ଭୁବନେଶ୍ୱର: ଦେଶର ବିଭିନ୍ନ ରାଜ୍ଯରେ କରୋନା ସଂକ୍ରମଣ ପୁଣି ବୃିଦ୍ଧି ପାଇଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ରାଜ୍ୟକୁ ଗାଇଡଲାଇନ୍‌ ଜାରି କରାଯାଇଛି। ଆସନ୍ତା ମାସରେ କିଛି ରାଜ୍ୟରେ ଉତ୍ସବ ପାଳନ ହେବାକୁ ଥିବା ବେଳେ ତାପୂର୍ବରୁ ସତର୍କ ରହିବାକୁ କୁହାଯାଇଛି । ମୁଖ୍ୟତଃ ପାଞ୍ଚଟି ନିୟମ ପାଳନ କରିବା ପାଇଁ କୁହାଯାଇଛି । ଟେଷ୍ଟ, ଟ୍ରାକ୍‌, ଟିଟ୍‌, ଟିକାକରଣ ଏବଂ କୋଭିଡ ନିୟମ ଅନୁପାଳନ କରିବାକୁ କୁହାଯାଇଛି । ବିଭିନ୍ନ ଉତ୍ସବ ପାଇଁ ଲୋକେ ଗହଳି ଜମାଉଥିବା ବେଳେ ପ୍ରଶାସନକୁ ସତର୍କ ରହିବାକୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ଟିକାକରଣ ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ କୁହାଯାଇଛି । ବିଭିନ୍ନ ଉତ୍ସବରେ ଯୋଗ ଦେଉଥିବା ଲୋକେ କିପରି ଡବଲ ଡୋଜ୍‌ର ଟିକା ନେଇଥିବେ ତାହା ନିଶ୍ଚିତ କରିବାକୁ ସରକାରଙ୍କୁ ପରାମର୍ଶ ଦିଆଯାଇଛି । ଲକ୍ଷ୍ୟଣ ଥିବା ବ୍ୟକ୍ତିଙ୍କର କରୋନା ଟେଷ୍ଟ ପାଇଁ କୁହାଯାଇଛି । ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରୋତ୍ସାହନ ଦେବା ସହ ବୟସ୍କ ଏବଂ ଏକାଧିକ ରୋଗରେ ପୀଡିତ ଥିବା ବ୍ୟକ୍ତିଙ୍କୁ ସଚେତନ କରିବାକୁ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ ବିମାନରେ ଆକସ୍ମିକ ବିପଦ: ନିଶାଗ୍ରସ୍ତ ପାଇଲଟ୍ ବହିଷ୍କୃତ, ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର