ମାଲ୍ୟାଙ୍କୁ ଭେଟିଲେ କ୍ରିକେଟର କ୍ରିସ୍‌ ଗେଲ୍, ସୋସିଆଲ୍‌ ମିଡିଆରେ ଫଟୋ ଭାଇରାଲ୍‌

The Sakala Picture
Published On

ନୂଆଦିଲ୍ଲୀ : ଲଣ୍ଡନ୍‌ଠାରେ ପଳାତକ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପ୍ରସିଦ୍ଧ କ୍ରିକେଟର କ୍ରିସ୍‌ ଗେଲ୍‌। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ୟୁଜରମାନେ ଟ୍ବିଟର୍‌ରେ ଏହାକୁ ଜୋରସୋର ଟ୍ରୋଲ କରିଛନ୍ତି। ଉଭୟଙ୍କର ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ କେତେକ ମଜାଦାର ଆଉ ଗମ୍ଭୀର ପୋଷ୍ଟମାନ ଆସୁଛି। ଟୁଇଟ୍‌ରେ ମାଲ୍ୟା ଲେଖିଛନ୍ତି ଯେ, ଉଭୟଙ୍କର ବନ୍ଧୁତା ବହୁତ ପୁରୁଣା। ଜଣେ ୟୁଜର ଲେଖିଛନ୍ତି ଯେ, ବିରାଟ କୋହଲି ଏପରି ସମୟରେ […]

ନୂଆଦିଲ୍ଲୀ : ଲଣ୍ଡନ୍‌ଠାରେ ପଳାତକ ବିଜୟ ମାଲ୍ୟାଙ୍କୁ ଭେଟିଛନ୍ତି ୱେଷ୍ଟଇଣ୍ଡିଜ୍‌ର ପ୍ରସିଦ୍ଧ କ୍ରିକେଟର କ୍ରିସ୍‌ ଗେଲ୍‌। ଏହି ଫଟୋ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି। ୟୁଜରମାନେ ଟ୍ବିଟର୍‌ରେ ଏହାକୁ ଜୋରସୋର ଟ୍ରୋଲ କରିଛନ୍ତି। ଉଭୟଙ୍କର ଫଟୋ ସେୟାର କରିବା ପରେ ସୋସିଆଲ ମିଡିଆରେ କେତେକ ମଜାଦାର ଆଉ ଗମ୍ଭୀର ପୋଷ୍ଟମାନ ଆସୁଛି। ଟୁଇଟ୍‌ରେ ମାଲ୍ୟା ଲେଖିଛନ୍ତି ଯେ, ଉଭୟଙ୍କର ବନ୍ଧୁତା ବହୁତ ପୁରୁଣା। ଜଣେ ୟୁଜର ଲେଖିଛନ୍ତି ଯେ, ବିରାଟ କୋହଲି ଏପରି ସମୟରେ କ’ଣ କହିବେ ? କୋହଲିଙ୍କ ତରଫରୁ ଲେଖିଛନ୍ତି ଯେ, ଲାଗୁଛି ଯେ ଆମର ଅନୁତାପର ଅଭାବ ଅଛି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଆଉ ଜଣେ ୟୁଜର କ୍ରୋଧ ପ୍ରକାଶ କରି ଲେଖିଛନ୍ତି ଯେ, ଏହି ପଳାତକ ବିଦେଶରେ ବସି ଆରାମରେ ଟ୍ୱିଟ୍ କରୁଛନ୍ତି।ସର୍ବସାଧାରଣ ସ୍ଥାନରେ ବୁଲୁଛନ୍ତି କିନ୍ତୁ ଆମ ସରକାର ଏହି ପଳାତକକୁ ଦେଶକୁ ଆଣିବାରେ ସକ୍ଷମ ହୋଇନାହାଁନ୍ତି କି ? ଏଥିପାଇଁ ନିରବ ମୋଦୀ କିମ୍ବା ମେହୁଲ ଚୋକସି କିମ୍ବା ଲଲିତ ମୋଦୀ ନାହାଁନ୍ତି, ଯେତେବେଳେ କି ବିଜେପି ଏଥିପାଇଁ ଲୋକଙ୍କଠାରୁ ଭୋଟ୍ ମାଗିଛି। କିଏ ଲେଖÒଛନ୍ତି ଗେଲ୍‌ ତୁମକୁ ବି ୟେ ଲୁଟି ଚାଲିଯିବେ ତ ଆଉ କେଉଁ ୟୁଜର ମାଲ୍ୟା ନିଜର ବଡ ବନ୍ଧୁ ଏସ୍‌ବିଆଇକୁ କେବେ ତ ଭେଟିବାକୁ ଆସନ୍ତୁ ବୋଲି ଟିଟ୍‌ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର