ଚୀନ୍‌କୁ ଗିଲ୍‌ଗିଟ-ବଲ୍‌ଟିସ୍ଥାନ ବିକିପାରେ ପାକିସ୍ତାନ

The Sakala Picture
Published On

ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ଶ୍ରୀଲଙ୍କା ପରେ ଏହି ଦେଶ ଚୀନ୍‌ ଋଣଯନ୍ତାରେ ଫସିବାରେ ଲାଗିଛି। ଏହି ଋଣଭାରରୁ ମୁକୁଳିବା ପାଇଁ ପାକିସ୍ତାନ କୁଟୀଳ ଷଡଯନ୍ତ୍ର କରୁଥିବା ସୂଚନା ମିଳିଛି। ବେଆଇନ ଭାବେ କାଶ୍ମୀର ଗିଲଗିଟ-ବଲଟିସ୍ତାନକୁ ପାକିସ୍ତାନ ଚୀନ୍‌କୁ ବିକିବା ପାଇଁ ଯୋଜନା କରୁଛି। ଏହି ଖବର ଭାରତ ସରକାରଙ୍କ ସମସ୍ୟା ବଢାଇଛି। ଏପରି ହେଲେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିପାରେ। ଏହି ଅଞ୍ଚଳ ଚୀନ୍‌କୁ […]

ଇସଲାମାବାଦ : ପାକିସ୍ତାନର ଆର୍ଥିକ ସ୍ଥିତି ଦିନକୁ ଦିନ ରସାତଳଗାମୀ ହେବାରେ ଲାଗିଛି। ଶ୍ରୀଲଙ୍କା ପରେ ଏହି ଦେଶ ଚୀନ୍‌ ଋଣଯନ୍ତାରେ ଫସିବାରେ ଲାଗିଛି। ଏହି ଋଣଭାରରୁ ମୁକୁଳିବା ପାଇଁ ପାକିସ୍ତାନ କୁଟୀଳ ଷଡଯନ୍ତ୍ର କରୁଥିବା ସୂଚନା ମିଳିଛି। ବେଆଇନ ଭାବେ କାଶ୍ମୀର ଗିଲଗିଟ-ବଲଟିସ୍ତାନକୁ ପାକିସ୍ତାନ ଚୀନ୍‌କୁ ବିକିବା ପାଇଁ ଯୋଜନା କରୁଛି। ଏହି ଖବର ଭାରତ ସରକାରଙ୍କ ସମସ୍ୟା ବଢାଇଛି। ଏପରି ହେଲେ ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିପାରେ। ଏହି ଅଞ୍ଚଳ ଚୀନ୍‌କୁ ବିକିଲେ ଋଣ ପରିଶୋଧ କରିବାରେ ପାକିସ୍ତାନକୁ ଆଶ୍ବସ୍ତି ମିଳିପାରେ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

କିନ୍ତୁ ଆମେରିକା ଏହି ପଦକ୍ଷେପରେ ଅସନ୍ତୁଷ୍ଟ ହୋଇପାରେ। ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମଏଫ)ରୁ ପାକିସ୍ତାନକୁ ମିଳୁଥିବା ଅନୁଦାନ ମଧ୍ୟ ବନ୍ଦ ହୋଇପାରେ। ସେହିପରି ଚୀନ୍‌ ଦକ୍ଷିଣ ଏସିଆରେ ପ୍ରଭୂତ୍ବ ବଢାଇବାକୁ ପ୍ରୟାସ କରୁଛି। ଗିଲଗିଟ୍‌-ବଲଟିସ୍ତାନ ଚୀନ୍‌କୁ ଏହି ଦିଗରେ ନୂଆ ସୁଯୋଗ ଦେଇପାରେ। କାରଣ ଗିଲଗିଟ-ବଲଟିସ୍ଥାନ ଦେଇ ସିପିଇସି ପ୍ରକଳ୍ପ ଗତି କରୁଛି। ବିଶେଷଜ୍ଞଙ୍କ ଅନୁଯାୟୀ ଗିଲଗିଟ-ବଲଟିସ୍ତାନ ସଂଘର୍ଷର ନୂଆ ସ୍ଥାନ ହୋଇପାରେ। ତେବେ ଏହି ସ୍ଥାନକୁ କବ୍‌ଜା କରିବା ଚୀନ୍‌ ପକ୍ଷେ ସମ୍ଭବ ହେବନାହିଁ। ଅନ୍ତର୍ଜାତୀୟ ବିରୋଧ ସହିତ ଗିଲ୍‌ଗିଟ୍‌-ବଲଟିସ୍ତାନର ବାସିନ୍ଦା ମଧ୍ୟ ରାସ୍ତାକୁ ଓହ୍ଲାଇପାରନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର