ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

The Sakala Picture
Published On

ନୂଆଦିଲ୍ଲୀ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ବିରୋଧୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଘୋଷଣା କରିବା ପରେ ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ […]

ନୂଆଦିଲ୍ଲୀ : ଓଡ଼ିଶାର ଦ୍ରୌପଦୀ ମୁର୍ମୁ ହେଲେ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ। ପ୍ରଥମଥର ପାଇଁ ଜଣେ ଆଦିବାସୀ ମହିଳାରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି । ପୂର୍ବରୁ ଦ୍ରୌପଦୀ ମୁର୍ମୁ ଝାଡ଼ଖଣ୍ଡ ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇଥିଲେ । ବିରୋଧୀ ପୂର୍ବତନ କେନ୍ଦ୍ରମନ୍ତ୍ରୀ ୟଶୱନ୍ତ ସିହ୍ନାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଆଜି ଘୋଷଣା କରିବା ପରେ ସନ୍ଧ୍ୟାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦ୍ରୌପଦୀ ମୁର୍ମୁଙ୍କୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିଛନ୍ତି। ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ କରି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ନିଜର ମତ ରଖିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସ୍ବାଗତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ପ୍ରଧାନମନ୍ତ୍ରୀ ମୋଦୀ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ଟ୍ୱିଟ୍ କରି କହିଛନ୍ତି, “ସମାଜସେବା ବିଶେଷକରି ଗରିବ, ଦୁର୍ବଳ ବର୍ଗର ସେବା ଓ ସେମାନଙ୍କ ସଶକ୍ତିକରଣ ଦିଗରେ ଦ୍ରୌପଦୀ ମୁର୍ମୁ ନିଜର ସାରା ଜୀବନ ଉତ୍ସର୍ଗ କରିଛନ୍ତି । ତାଙ୍କର ଉତ୍ତମ ପ୍ରଶାସନିକ ଅଭିଜ୍ଞତା ରହିଛି ଓ ରାଜ୍ୟପାଳଭାବେ ତାଙ୍କର କାର୍ଯ୍ୟକାଳ ବେଶ ଉଲ୍ଲେଖନୀୟ ଥିଲା । ସେ ଆମ ଦେଶର ଜଣେ ମହାନ ରାଷ୍ଟ୍ରପତି ହେବେ ବୋଲି ମୋର ଦୃଢ ବିଶ୍ବାସ।’’

“ କୋଟି କୋଟି ଲୋକ ଯେଉଁମାନେ ଦାରିଦ୍ର୍ୟ ମଧ୍ୟରେ ବଢିଛନ୍ତି ଓ କଠିନ ପରିସ୍ଥିତିର ସାମନା କରିଛନ୍ତି, ସେମାନେ ଦ୍ରୌପଦୀ ମୁର୍ମୁଙ୍କ ଜୀବନ କାହାଣୀରୁ ପ୍ରେରଣା ଓ ଶକ୍ତି ପାଆନ୍ତି । ଶାସନ ସମ୍ପର୍କରେ ତାଙ୍କର ଅଭିଜ୍ଞତା ଆମ ଦେଶ ପାଇଁ ବେଶ ଲାଭକାରୀ ହେବ ।“

ସୂଚନାଯୋଗ୍ୟ ଯେ, ଆଜି ମୁର୍ମୁଙ୍କୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା କରାଯାଇଛି । ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସଭାପତି ଜେ.ପି.ନଡ୍ଡା ଘୋଷଣା କରିଛନ୍ତି ।

21 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର