ବଦଳିଲା ଡାକଘରୁ ଟଙ୍କା ଉଠାଣ ଓ ଜମା ନିୟମ, ଏବେ ଲାଗିବ ଚାର୍ଜ

The Sakala Picture
Published On

ନୂଆଦିଲ୍ଲୀ: ଡାକଘର ଗ୍ରାହକଙ୍କ ପାଇଁ ବଡ ଖବର। ଯଦି ଡାକଘରେ ଆପଣଙ୍କର ଖାତା ରହିଛି, ତେବେ ଆପଣଙ୍କୁ କେତେକ ପରିବର୍ତ୍ତିତ ନିୟମ ସମ୍ପର୍କରେ ଜାଣିବାକୁ ହେବ। କାରଣ କେନ୍ଦ୍ର ସରକାର ଡାକ ଘର ସଞ୍ଚୟ ଜମା ସଂପର୍କିତ ନିୟମରେ କେତେକ ପରିବର୍ତ୍ତନ ଘଟାଇଛନ୍ତି। ଏହି ନିୟମ ଚଳିତମାସ ପହିଲାଠାରୁ ଲାଗୁ କରାଯାଇଛି।  ଇଣ୍ଡିଆ ପୋଷ୍ଟ ପେମେଣ୍ଟବ୍ୟାଙ୍କ ବର୍ତ୍ତମାନ ଏହାର ଟଙ୍କା ଉଠାଣ, ଜମା କରିବା ଏବଂ ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ଉପରେ ଚାର୍ଜ ଲଗାଇବାକୁ ନିଷ୍ପତ୍ତି […]

ନୂଆଦିଲ୍ଲୀ: ଡାକଘର ଗ୍ରାହକଙ୍କ ପାଇଁ ବଡ ଖବର। ଯଦି ଡାକଘରେ ଆପଣଙ୍କର ଖାତା ରହିଛି, ତେବେ ଆପଣଙ୍କୁ କେତେକ ପରିବର୍ତ୍ତିତ ନିୟମ ସମ୍ପର୍କରେ ଜାଣିବାକୁ ହେବ। କାରଣ କେନ୍ଦ୍ର ସରକାର ଡାକ ଘର ସଞ୍ଚୟ ଜମା ସଂପର୍କିତ ନିୟମରେ କେତେକ ପରିବର୍ତ୍ତନ ଘଟାଇଛନ୍ତି। ଏହି ନିୟମ ଚଳିତମାସ ପହିଲାଠାରୁ ଲାଗୁ କରାଯାଇଛି।  ଇଣ୍ଡିଆ ପୋଷ୍ଟ ପେମେଣ୍ଟବ୍ୟାଙ୍କ ବର୍ତ୍ତମାନ ଏହାର ଟଙ୍କା ଉଠାଣ, ଜମା କରିବା ଏବଂ ଆଧାର ଆଧାରିତ ପେମେଣ୍ଟ ବ୍ୟବସ୍ଥା ଉପରେ ଚାର୍ଜ ଲଗାଇବାକୁ ନିଷ୍ପତ୍ତି ନେଇଛି। ଏହାର ଅର୍ଥ ହେଉଛି ଏହି ନୂଆ ନିୟମ ଲାଗୁ କରାଯିବା ପରେ ଆପଣଙ୍କୁ ଟଙ୍କା ଜମା କରିବା ଏବଂ ଉଠାଣ ପାଇଁ ମଧ୍ୟ ଚାର୍ଜ ଦେବାକୁ ପଡିବ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଇଣ୍ଡିଆ ପୋଷ୍ଟ ଆକାଉଣ୍ଟ ଉପରେ ଲାଗିବ ଚାର୍ଜ: ଆଇପିପିବି ନେଟ୍‌ଓ୍ଵର୍କ ଉପରେ ଅସୀମିତ ମାଗଣା ଅର୍ଥ ନେଣଦେଣ କରାଯାଏ। ମାତ୍ର ଅଣଆଇପିପିବି ପାଇଁ କେବଳ ତିନି ଥର ମାଗଣାରେ ଅର୍ଥ ନେଣଦେଣ କରାଯାଇପାରିବ। ଏହି ନିୟମ ମିନି ଷ୍ଟେଟମେଣ୍ଟ, ଟଙ୍କା ଉଠାଣ ଓ ଟଙ୍କା ଜମା କରିବା ପାଇଁ ଉଦ୍ଦିଷ୍ଟ। ଆଇପିପିବି ନେଟ୍‌ଓ୍ଵର୍କରେ ମାଗଣା କାରବାର ସୀମା ସମାପ୍ତ ହେବା ପରେ ପ୍ରତି କାରବାର ଉପରେ ଏକ ଗ୍ରାହକଙ୍କୁ ଚାର୍ଜ ଦେବାକୁ ପଡିବ। ତେବେ ମାଗଣା କାରବାର ସୀମା ସମାପ୍ତ ହେବା ପରେ କୌଣସି ବି ଜମା ରାଶି ଉପରେ ୨୦ ଟଙ୍କା ଚାର୍ଜ ଲାଗିବ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ସଞ୍ଚୟ ଜମା ଖାତା ଉପରେ କେତେ ଚାର୍ଜ: ଯଦି ଆପଣଙ୍କ ସଞ୍ଚୟ ଜମା ଖାତା ରହିଛି ତେବେ ଆପଣଙ୍କୁ ୪ ଥର ଟଙ୍କା ଉଠାଇବା ଉପରେ କୌଣସି ଶୁଳ୍କ ଦେବାକୁ ପଡିବନାହିଁ, ମାତ୍ର ସେଥିରୁ ଅଧିକ ଥର କାରବାର ଉପରେ ଆପଣଙ୍କୁ ୨୫ ଟଙ୍କା କିମ୍ବା ୦.୫ ପ୍ରତିଶତ ଚାର୍ଜ ଦେବାକୁ ପଡିବ। ଅନ୍ୟପକ୍ଷରେ ଟଙ୍କା ଜମା କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବନାହିଁ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

ସଞ୍ଚୟ ଓ ଚଳନ୍ତି ଖାତା ଉପରେ କେତେ ଚାର୍ଜ: ଯଦି ଆପଣଙ୍କ ସଞ୍ଚୟ ଓ ଚଳନ୍ତି ଖାତା ରହିଛି ତେବେ ଏଥିରୁ ପ୍ରତି ମାସରେ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ କାଢି ନେଇପାରିବେ। ଏଥିରୁ ଅଧିକ ଟଙ୍କା ଉଠାଣ ଲାଗି ଆପଣଙ୍କୁ ପ୍ରତି ଥର ୨୫ ଟଙ୍କା ଶୁଳ୍କ ଦେବାକୁ ପଡିବ। ଅପରପକ୍ଷେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଅର୍ଥ ଜମା କଲେ ଗ୍ରାହକଙ୍କୁ କୌଣସି ଚାର୍ଜ ଦେବାକୁ ହେବ ନାହିଁ। ଅପରପକ୍ଷେ ଏଥିରୁ ଅଧିକ ଟଙ୍କା ଜମା କଲେ ପ୍ରତି ଜମା ପିଛା ଅତି କମ୍‌ରେ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର