ଘରୋଇକରଣର ନୂଆ ଫର୍ମୁଲା: ଲିଜ୍‌ରେ ଯିବ ଲାଲକିଲ୍ଲା, ତାଲିକାରେ ଦେଶର ୧୦୦ ପ୍ରସିଦ୍ଧ ଐତିହାସିକ ସ୍ଥଳ

The Sakala Picture
Published On

ନୂଆଦିଲ୍ଲୀ: ପୁଞ୍ଜି ପ୍ରତ୍ୟାହାର ଜରିଆରେ ଦେଶର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକୁ ଘରୋଇକରଣ କରିବାକୁ ପ୍ରୋତ୍ସାହିତ କରୁଥିବା ମୋଦି ସରକାରଙ୍କ ନଜର ଏବେ ଦେଶର ପ୍ରସିଦ୍ଧ ଐତିହାସିକ ସ୍ଥଳଗୁଡିକୁ ଉପରେ କେନ୍ଦ୍ରୀତ ହୋଇଛି। କେନ୍ଦ୍ର ସରକାର ଏବେ ଦେଶର ପୁରାତନ ଐତିହାସିକ ସ୍ଥଳଗୁଡିକୁ ଲିଜ୍‌ରେ ଘରୋଇ ସଂସ୍ଥାଗୁଡିକୁ ଦେଇ ଘରୋଇକରଣର ନୂଆ ଫର୍ମୁଲା ଆରମ୍ଭ କରୁଛନ୍ତି। ଏହି ଅନୁକ୍ରମରେ କେନ୍ଦ୍ର ସରକାର ଲିଜ୍‌ରେ ଲାଲକିଲ୍ଲାକୁ ଏ ଘରୋଇ କମ୍ପାନୀ ହାତକୁ ଟେକିଦେବାକୁ ଯାଉଛନ୍ତି। କେନ୍ଦ୍ର କ୍ରୀଡା, ସଂସ୍କୃତି ଓ ପରିବେଶ […]

ନୂଆଦିଲ୍ଲୀ: ପୁଞ୍ଜି ପ୍ରତ୍ୟାହାର ଜରିଆରେ ଦେଶର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡିକୁ ଘରୋଇକରଣ କରିବାକୁ ପ୍ରୋତ୍ସାହିତ କରୁଥିବା ମୋଦି ସରକାରଙ୍କ ନଜର ଏବେ ଦେଶର ପ୍ରସିଦ୍ଧ ଐତିହାସିକ ସ୍ଥଳଗୁଡିକୁ ଉପରେ କେନ୍ଦ୍ରୀତ ହୋଇଛି। କେନ୍ଦ୍ର ସରକାର ଏବେ ଦେଶର ପୁରାତନ ଐତିହାସିକ ସ୍ଥଳଗୁଡିକୁ ଲିଜ୍‌ରେ ଘରୋଇ ସଂସ୍ଥାଗୁଡିକୁ ଦେଇ ଘରୋଇକରଣର ନୂଆ ଫର୍ମୁଲା ଆରମ୍ଭ କରୁଛନ୍ତି। ଏହି ଅନୁକ୍ରମରେ କେନ୍ଦ୍ର ସରକାର ଲିଜ୍‌ରେ ଲାଲକିଲ୍ଲାକୁ ଏ ଘରୋଇ କମ୍ପାନୀ ହାତକୁ ଟେକିଦେବାକୁ ଯାଉଛନ୍ତି। କେନ୍ଦ୍ର କ୍ରୀଡା, ସଂସ୍କୃତି ଓ ପରିବେଶ ମନ୍ତ୍ରାଳୟ ଯୋଜନା କରିଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଏହି ଘରୋଇକରଣ ଯୋଜନାରେ କେନ୍ଦ୍ର ସରକାର ଦୋରେ ରହିଥିବା ସ୍ପୋର୍ଟସ୍ ଷ୍ଟାଡିୟମ, ରାଷ୍ଟ୍ରୀୟ ଉଦ୍ୟୋଗ ଓ ଐତିହାସିକ ଭବନଗୁଡିକୁ ଲିଜ୍‌ରେ ଦେଇ ଅତି କମରେ ୨୫,୦୦୦ କୋଟି ଟଙ୍କାର ରାଜସ୍ବ ସଂଗ୍ରହ ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାକୁ ସେ ଅନ୍ତିମ ରୂପ ଦେଉଛନ୍ତି। କ୍ରୀଡା, ସଂସ୍କୃତି ଓ ପରିବେଶ ମନ୍ତ୍ରାଳୟ ଏହି ଜାତୀୟ ସମ୍ପତ୍ତିକୁ ଦୀର୍ଘ ଦିନ ପାଇଁ ଲିଜ୍‌ରେ ଦେବା ନେଇ ସମସ୍ତ ପ୍ରସ୍ତୁତି ଶେଷ କରିଛି। ଏକ ରିପୋର୍ଟ ଅନୁଯାୟୀ ସରକାର ଦୋର ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀଗୁଡିକୁ ଲିଜ୍‌ରେ ଘରୋଇ ସଂସ୍ଥାଗୁଡିକୁ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏଗୁଡିକର ରକ୍ଷଣାବେକ୍ଷଣ ଖର୍ଚ୍ଚ ହ୍ରାସ ସହ ଆୟର ଲକ୍ଷ୍ୟ ଏହାର ମୁଖ୍ୟ ଉର୍ଦେଶ୍ୟ ରହିଛି। ରିପୋର୍ଟ ମୁତାବକ ଏଥିପାଇଁ ମନ୍ତଆଳୟ ଦେଶର ପ୍ରାୟ ୧୦୦ ଐତିହାସିକ ସ୍ଥଳର ଏକ ତାଲିକା ପ୍ରସ୍ତୁତ କରିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

ଏହାମଧ୍ୟରେ ତାଜମହଲ, କାଙ୍ଗଡା ମହଲ, ମୁମ୍ବାଇସ୍ଥିତ ବୌଦ୍ଧ କନେରୀ ଗୁମ୍ଫା ସାମିଲ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲା ବିରାସତ ଅପନାଏ ଯୋଜନାରେ ଲିଜ୍‌ରେ ପ୍ରଦାନ କରାଯାଇଛି । ସରକାର ଏହାକୁ ୫ ବର୍ଷ ପାଇଁ ଏକ ଡାଲମିଆଁ ସିମେଣ୍ଟ କମ୍ପାନୀକୁ ପ୍ରଦାନ କରିଛନ୍ତି। ଏହି ଲିଜ୍‌ ବ୍ୟବସ୍ଥାରୁ ସରକାରଙ୍କୁ ୨୫ କୋଟି ଟଙ୍କା ମିଳିଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ଅଧିନରେ ଆସୁଥିବା ଦିଲ୍ଲୀ ମ୍ୟୁନିସିପାଲ କମିଟି, ଲୋଧୀ ଗାର୍ଡେନକୁ ମଧ୍ୟ ଲିଜ୍‌ରେ ଦେବା ପାଇଁ ବିଚାର କରାଯାଉଛ । ଇତିମଧ୍ୟରେ ବିଶ୍ବର ବିଭିନ୍ନ ଅନ୍ତରାଷ୍ଟ୍ରୀୟ କମ୍ପାନୀ, ସ୍ପୋର୍ଟସ୍ ଏବଂ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଏହାକୁ ଲିଜ୍‌ରେ ନେବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି। ଏଥିପାଇଁ ଅନ୍ୟ ସ୍ପୋର୍ଟସ୍ ଷ୍ଟାଡିୟମ ଓ କମ୍ପ୍ଲେକ୍ସକୁ ସରକାର ଲିଜ୍‌ରେ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଇନ୍ଦିରା ଗାନ୍ଧୀ ସ୍ପୋର୍ଟସ୍ କମ୍ପ୍ଲେକ୍ସ, ମେଜର ଧ୍ୟାନଚାନ୍ଦ ନ୍ୟାଶନାଲ ଷ୍ଟାଡିୟମ, ଡ. ଶ୍ୟାମପ୍ରସାଦ ମୁଖାର୍ଜୀ ସ୍ୱିମିଂ ପୁଲ୍‌ କମ୍ପ୍ଲେକ୍ସ, ଜବାହାରଲାଲ ନେହେରୁ ଷ୍ଟାଡିୟମ ସରକାରଙ୍କ ଏହି ତାଲିକାରେ ସବୁଠୁ ଉପରେ ରହିଛି। ଏହାମଧ୍ୟରୁ ଅଧିକାଂଶ ଷ୍ଟାଡିୟମ ବର୍ଷ ସାରା ଖାଲି ପଡିଥାଏ। ଏହାର ଦେଖାଶୁଣା ମଧ୍ୟ କରିବାକୁ ହୋଇଥାଏ। କ୍ରୀଡା ମନ୍ତ୍ରାଳୟର କହିବାନୁସାରେ, ସ୍ପୋର୍ଟସ୍ କମ୍ପ୍ଲେକ୍ସକୁ ସମ୍ପୂର୍ଣ୍ଣ ବ୍ୟବହାର କରାଯାଉନାହିଁ । ଏହା ସରକାରଙ୍କ ରାଜକୋଷ ଉପରେ ବୋଝ ପାଲଟିଛ। ଘରୋଇ କମ୍ପାନୀ ଏହାକୁ ଲିଜ୍‌ରେ ନେଇ ଏହାର ବ୍ୟବହାର କରିବେ। ଏହି ସବୁକୁ ୩୦ ବର୍ଷ ପାଇଁ ଲିଜ୍‌ରେ ଦିଆଯିବ ବୋଲି ମନ୍ତ୍ରାଳୟ କହିଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର