ହାତ ଛାଡି ପଦ୍ମ ଧରିଲେ ପଟିଦାର ନେତା ହାର୍ଦ୍ଦିକ ପଟେଲ

The Sakala Picture
Published On

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତ ଛାଡି ପଦ୍ମ ଧରିଛନ୍ତି ହାର୍ଦ୍ଧିକ ପଟେଲ । ବିଜେପିରେ ସାମିଲ ହେଲେ ପାର୍ଟିଦାର ନେତା ହାର୍ଦ୍ଦିକ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସିଆର୍‌ ପାଟିଲ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି । ହାର୍ଦ୍ଧିକଙ୍କ ସମେତ ପଟ୍ଟିଦାର ଆନ୍ଦୋଳନରେ ତାଙ୍କ ସହିତ ଥିବା […]

ନୂଆଦିଲ୍ଲୀ: ଗୁଜୁରାଟ କଂଗ୍ରେସକୁ ଲାଗିଛି ଶକ୍ତ ଝଟକା । ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶେଷରେ ହାତ ଛାଡି ପଦ୍ମ ଧରିଛନ୍ତି ହାର୍ଦ୍ଧିକ ପଟେଲ । ବିଜେପିରେ ସାମିଲ ହେଲେ ପାର୍ଟିଦାର ନେତା ହାର୍ଦ୍ଦିକ । ଗୁଜୁରାଟ ଗାନ୍ଧୀନଗରରେ ଭବ୍ୟ ସମାରୋହରେ ସେ ବିଦ୍ଧିବଧ ଭାବେ ଦଳରେ ସାମିଲ ହୋଇଛନ୍ତି । ଗୁଜରାଟ ପ୍ରଦେଶ ଅଧ୍ୟକ୍ଷ ସିଆର୍‌ ପାଟିଲ ତାଙ୍କୁ ଦଳୀୟ ସଦସ୍ୟତା ପ୍ରଦାନ କରିଛନ୍ତି । ହାର୍ଦ୍ଧିକଙ୍କ ସମେତ ପଟ୍ଟିଦାର ଆନ୍ଦୋଳନରେ ତାଙ୍କ ସହିତ ଥିବା ଅନେକ ନେତା ମଧ୍ୟ ପଦ୍ମ ଧରିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

କଂଗ୍ରେସ ଟିକେଟ୍‌ରୁ ବିଧାୟକ ହୋଇଥିବା ହାର୍ଦ୍ଧିକ ପଟେଲ କିଛି ଦିନ ପୂର୍ବରୁ ଦଳ ଛାଡିଥିଲେ । ଦଳୀୟ ହାଇକମାଣ୍ଡ ଏବଂ କିଛି ବରିଷ୍ଠ ନେତାଙ୍କ ମନମୁଖୀ କାର୍ଯ୍ୟରେ ଅତିଷ୍ଠ ହୋଇ ଏବଂ କଂଗ୍ରେସ ଦଳରେ ତାଙ୍କୁ ଗୁରୁତ୍ବ ଦିଆଯାଉନଥିବା ଅଭିଯୋଗ କରି ସେ ଦଳ ଛାଡିଥିଲେ । ତେବେ ଗୁରୁବାର ସେ ବିଦ୍ଧିବନ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ବିଜେପିରେ ଯୋଗଦେବା ପରେ ହାର୍ଦ୍ଦିକ ପଟେଲ ଏକ ଟ୍ୱିଟ କରି କହିଛନ୍ତି କି, ‘ଜାତୀୟ ସ୍ୱାର୍ଥ, ରାଜ୍ୟ ସ୍ୱାର୍ଥ, ଜନସାଧାରଣଙ୍କ ସ୍ୱାର୍ଥ ଏବଂ ସାମାଜିକ ସ୍ୱାର୍ଥର ଭାବନା ସହିତ ମୁଁ ଆଜି ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛି। ଭାରତର ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଜାତୀୟ ସେବା କାର୍ଯ୍ୟରେ ଜଣେ ଛୋଟ ସୈନିକ ହେବାକୁ ଯାଉଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ମୁଁ କାମ କରିବି।’

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର