ହଣ୍ଟ-ଟୁ-କିଲ୍‌ ଅଭିଯାନ ଆରମ୍ଭ : ଜେଲେଁସ୍କିଙ୍କ ମୃତ୍ୟୁ ପରୱାନାରେ ପୁତିନଙ୍କ ସ୍ବାକ୍ଷର

The Sakala Picture
Published On

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ମଙ୍ଗଳବାର ୯୬ ଦିନରେ ପହଞ୍ଚିଛି। ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସେନାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା […]

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ମଙ୍ଗଳବାର ୯୬ ଦିନରେ ପହଞ୍ଚିଛି। ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସେନାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜେଲେଁସ୍କିଙ୍କ ଡେଥ୍‌ ୱାରେଣ୍ଟ (ମୃତ୍ୟୁ ପରୱାନା)ରେ ପୁତିନ ସ୍ବାକ୍ଷର କରିଛନ୍ତି। ଏହା ସହିତ ନିଜ ସେନାକୁ ହଣ୍ଟ-ଟୁ-କିଲ୍‌ ଅଭିଯାନ ପାଇଁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ଏହି ଅଭିଯାନରେ ୟୁକ୍ରେନର ବଡ଼ ଅଧିକାରୀ, ମନ୍ତ୍ରୀ ଏବଂ ନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କୁ ହତ୍ୟା କରିବାକୁ ଏହି ଯୋଜନା କରାଯାଇଛି। ହଣ୍ଟ ଟୁ କିଲ୍‌ ଅଭିଯାନରେ ରୁଷ୍‌ ସେନାର ଏଲିଟ କମାଣ୍ଡୋ ସାମିଲ ରହିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

ଏହି କମାଣ୍ଡୋ ସହରୀ ଯୁଦ୍ଧ, ଆମ୍ବୁସ ଆକ୍ରମଣ, ରସାୟନିକ ଏବଂ ଜୈବିକ ଯୁଦ୍ଧ କରିବାରେ ପାରଙ୍ଗମ। ୟୁକ୍ରେନ ଗୁଇନ୍ଦା ବିଭାଗକୁ ଏହି ସୂଚନା ମିଳିବା ପରେ ରାଷ୍ଟ୍ରପତି ଜେଲେଁସ୍କି ଏବଂ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ପରିବାର ପୋଲାଣ୍ଡର ଆମେରିକା ଦୂତାବାସରେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ଜେଲେଁସ୍କି ଏବେ କିଭ୍‌ରେ ଅଛନ୍ତି। ଏଥିପାଇଁ କିଭ୍‌ ଏବଂ ଏହାର ଆଖପାଖ ପ୍ରମୁଖ ସହରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ସହରକୁ ଯା’ଆସ କରୁଥିବା ଲୋକଙ୍କ ଯାଞ୍ଚ କରାଯାଉଛି। ରାଷ୍ଟ୍ରପତି ବାରମ୍ବାର ନିଜର ସରୁକ୍ଷାକର୍ମୀଙ୍କୁ ମଧ୍ୟ ବଦଳାଉଛନ୍ତି। ସେ କାହା ଉପରେ ସହଜରେ ଭରସା କରିପାରୁନାହାନ୍ତି। ହଣ୍ଟ ଟୁ କିଲ୍‌ ଅଭିଯାନ ସମ୍ବନ୍ଧରେ ସୂଚନା ମିଳିବା ପରେ ୟୁକ୍ରେନ ସେନାରେ ଭୟର ବାତାବରଣ ଖେଳି ଯାଇଛି। କାରଣ ୟୁକ୍ରେନ ସେନାରେ ନିଜ ଦେଶ ସହିତ ଅନ୍ୟ ଦେଶର ସୈନିକ ମଧ୍ୟ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଇରାନରେ ଏହି ୮ ମହିଳାଙ୍କ ଫାଶୀ ଦଣ୍ଡାଦେଶକୁ ରୋକିବାକୁ ଟ୍ରମ୍ପଙ୍କ ଅପିଲ: ଜାଣନ୍ତୁ କିଏ ଏହି ମହିଳା...

ୟୁକ୍ରେନର ଏକ ପୂର୍ବ ସହରରେ ରବିବାର ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ରୁଷ୍‌ ସେନା ଘନ ଘନ ବୋମାମାଡ଼ କରି ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ କବ୍‌ଜା କରିବାକୁ ପ୍ରୟାସ କରିଥିଲା। ରୁଷ୍‌ ସେନା ସିଭିରୋଡୋନେସ୍କ ସହର ଉପରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷ ଯୋଗୁ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ସିଭିରୋଡୋନେସ୍କ ଏକ ଔଦ୍ୟୋଗିକ ଉତ୍ପାଦନ କେନ୍ଦ୍ର। ରୁଷ୍‌ ଲିସିଚାଂସ୍କ ସହରକୁ କବ୍‌ଜା କରିବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏହି ଦୁଇ ସହର ରୁଷ୍‌ ସମର୍ଥିତ ବିଛିନ୍ନତାବାଦୀଙ୍କ ନିୟନ୍ତ୍ରଣରେ ନଥିଲା। ପୁତିନଙ୍କ ସେନା ପୂର୍ବ ୟୁକ୍ରେନକୁ କବ୍‌ଜା କରିନେଇଛି। ଯେଉଁ ୨-୪ ପ୍ରତିଶତ ଅଞ୍ଚଳ ବାକି ରହିଛି ତାହାକୁ କବ୍‌ଜା ଲାଗି ମଧ୍ୟ ଉଦ୍ୟମ ହେଉଛି। ନାଟୋ ଦେଶର ମିଡିଆ ଏହି ସୂଚନା ଦେଇଛି। ଏହି ଖବର ଆସିବା ପରେ ଜେଲେଁସ୍କି ନିଜ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରାଣଘାତୀ ଆକ୍ରମଣରେ ଗୁରୁତର ଇରାନର ସୁପ୍ରିମ୍ ଲିଡର୍ ମୋଜତାବା ଖାମେନେଇ: ଗୋଡ଼ର ୩ ଥର ଅସ୍ତ୍ରୋପଚାର, ଜଳିଯାଇଛି ମୁହଁ

ସେ ନିଜ ସୁରକ୍ଷାକର୍ମୀଙ୍କୁ ମଧ୍ୟ ହଠାତ୍‌ ବଦଳି କରୁଛନ୍ତି। ଜେଲେଁସ୍କିଙ୍କ ଗୋଷ୍ଠୀରେ ଅବିଶ୍ବାସର ସ୍ତର ବୃଦ୍ଧି ପାଇଛି। ଯବାନ ମଧ୍ୟ ପରସ୍ପର ଉପରେ ଭରସା କରିପାରୁନାହାନ୍ତି। ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ) ରୁଷ୍‌ର ତୈଳ ଆମଦାନୀକୁ ଦୁଇ ତୃତୀୟାଂଶ ହ୍ରାସ କରିବାକୁ ରାଜି ହୋଇଛି। ଇୟୁ ମୁଖ୍ୟ ଚାର୍ଲ୍ସ ମିସେଲ ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ଯୁଦ୍ଧ ଶେଷ କରିବା ପାଇଁ ଚାପ ପକାଯିବ। ଏହା ସହିତ ୟୁକ୍ରେନକୁ ୯ ବିଲିୟନ ୟୁରୋ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରୁଷ୍‌ ନେଦରଲ୍ୟାଣ୍ଡର ଗ୍ୟାସ ଯୋଗାଣ ରୋକିବାକୁ ନିଷ୍ପତ୍ତି ନେଇଛି। ନେଦରଲ୍ୟାଣ୍ଡ କମ୍ପାନୀ ରୁବଲରେ ଅର୍ଥ ପୈଠ ଲାଗି ମନା କରିବାରୁ ରୁଷ୍‌ ଏହି ପଦକ୍ଷେପ ନେଇଛି। ନେଦରଲ୍ୟାଣ୍ଡ ଆବଶ୍ୟକତାର ୧୫ ପ୍ରତିଶତ ଗ୍ୟାସ ରୁଷଠାରୁ ଆମଦାନୀ କରିଥାଏ।

01 Jun 2022 By The Sakala

ହଣ୍ଟ-ଟୁ-କିଲ୍‌ ଅଭିଯାନ ଆରମ୍ଭ : ଜେଲେଁସ୍କିଙ୍କ ମୃତ୍ୟୁ ପରୱାନାରେ ପୁତିନଙ୍କ ସ୍ବାକ୍ଷର

ମସ୍କୋ : ରୁଷ-ୟୁକ୍ରେନ ଯୁଦ୍ଧ ମଙ୍ଗଳବାର ୯୬ ଦିନରେ ପହଞ୍ଚିଛି। ଉଭୟ ପକ୍ଷରୁ ବିପୁଳ କ୍ଷୟକ୍ଷତି ହେଉଥିଲେ ମଧ୍ୟ ଯୁଦ୍ଧ ରୋକିବା ନେଇ ରୁଷ୍‌-ୟୁକ୍ରେନ ମଧ୍ୟରେ ସହମତି ପ୍ରକାଶ ପାଇପାରି ନାହିଁ। ରୁଷ୍‌ ୟୁକ୍ରେନ ଉପରେ ଜୋରଦାର ଆକ୍ରମଣ ଜାରି ରଖିଛି। ପୂର୍ବ ୟୁକ୍ରେନରେ ବିଜୟ ହାସଲ କରିଥିବା ରୁଷ୍‌ ସେନା ଦାବି କରିଛି। ଏହା ମଧ୍ୟରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ସେନାକୁ ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କୁ ହତ୍ୟା କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି। ଜେଲେଁସ୍କିଙ୍କ ଡେଥ୍‌ ୱାରେଣ୍ଟ (ମୃତ୍ୟୁ ପରୱାନା)ରେ ପୁତିନ ସ୍ବାକ୍ଷର କରିଛନ୍ତି। ଏହା ସହିତ ନିଜ ସେନାକୁ ହଣ୍ଟ-ଟୁ-କିଲ୍‌ ଅଭିଯାନ ପାଇଁ ମଧ୍ୟ ସବୁଜ ସଙ୍କେତ ଦେଇଛନ୍ତି। ଏହି ଅଭିଯାନରେ ୟୁକ୍ରେନର ବଡ଼ ଅଧିକାରୀ, ମନ୍ତ୍ରୀ ଏବଂ ନେତାଙ୍କ ନାମ ସାମିଲ ରହିଛି। ସେମାନଙ୍କୁ ହତ୍ୟା କରିବାକୁ ଏହି ଯୋଜନା କରାଯାଇଛି। ହଣ୍ଟ ଟୁ କିଲ୍‌ ଅଭିଯାନରେ ରୁଷ୍‌ ସେନାର ଏଲିଟ କମାଣ୍ଡୋ ସାମିଲ ରହିଛନ୍ତି।

ଏହି କମାଣ୍ଡୋ ସହରୀ ଯୁଦ୍ଧ, ଆମ୍ବୁସ ଆକ୍ରମଣ, ରସାୟନିକ ଏବଂ ଜୈବିକ ଯୁଦ୍ଧ କରିବାରେ ପାରଙ୍ଗମ। ୟୁକ୍ରେନ ଗୁଇନ୍ଦା ବିଭାଗକୁ ଏହି ସୂଚନା ମିଳିବା ପରେ ରାଷ୍ଟ୍ରପତି ଜେଲେଁସ୍କି ଏବଂ ତାଙ୍କ ପରିବାରର ସୁରକ୍ଷା ବୃଦ୍ଧି କରାଯାଇଛି। ତାଙ୍କ ପରିବାର ପୋଲାଣ୍ଡର ଆମେରିକା ଦୂତାବାସରେ ସୁରକ୍ଷିତ ଥିବା କୁହାଯାଉଛି। ତେବେ ଜେଲେଁସ୍କି ଏବେ କିଭ୍‌ରେ ଅଛନ୍ତି। ଏଥିପାଇଁ କିଭ୍‌ ଏବଂ ଏହାର ଆଖପାଖ ପ୍ରମୁଖ ସହରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି। ସହରକୁ ଯା’ଆସ କରୁଥିବା ଲୋକଙ୍କ ଯାଞ୍ଚ କରାଯାଉଛି। ରାଷ୍ଟ୍ରପତି ବାରମ୍ବାର ନିଜର ସରୁକ୍ଷାକର୍ମୀଙ୍କୁ ମଧ୍ୟ ବଦଳାଉଛନ୍ତି। ସେ କାହା ଉପରେ ସହଜରେ ଭରସା କରିପାରୁନାହାନ୍ତି। ହଣ୍ଟ ଟୁ କିଲ୍‌ ଅଭିଯାନ ସମ୍ବନ୍ଧରେ ସୂଚନା ମିଳିବା ପରେ ୟୁକ୍ରେନ ସେନାରେ ଭୟର ବାତାବରଣ ଖେଳି ଯାଇଛି। କାରଣ ୟୁକ୍ରେନ ସେନାରେ ନିଜ ଦେଶ ସହିତ ଅନ୍ୟ ଦେଶର ସୈନିକ ମଧ୍ୟ ସାମିଲ ଅଛନ୍ତି।

ୟୁକ୍ରେନର ଏକ ପୂର୍ବ ସହରରେ ରବିବାର ଉଭୟ ଦେଶର ସେନା ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ରୁଷ୍‌ ସେନା ଘନ ଘନ ବୋମାମାଡ଼ କରି ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ କବ୍‌ଜା କରିବାକୁ ପ୍ରୟାସ କରିଥିଲା। ରୁଷ୍‌ ସେନା ସିଭିରୋଡୋନେସ୍କ ସହର ଉପରେ ଆକ୍ରମଣ କରିଥିଲେ। ଏହି ସଂଘର୍ଷ ଯୋଗୁ ବିଦ୍ୟୁତ ଓ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଥିଲା। ସିଭିରୋଡୋନେସ୍କ ଏକ ଔଦ୍ୟୋଗିକ ଉତ୍ପାଦନ କେନ୍ଦ୍ର। ରୁଷ୍‌ ଲିସିଚାଂସ୍କ ସହରକୁ କବ୍‌ଜା କରିବାକୁ ମଧ୍ୟ ଉଦ୍ୟମ ଆରମ୍ଭ କରିଛି। ଏହି ଦୁଇ ସହର ରୁଷ୍‌ ସମର୍ଥିତ ବିଛିନ୍ନତାବାଦୀଙ୍କ ନିୟନ୍ତ୍ରଣରେ ନଥିଲା। ପୁତିନଙ୍କ ସେନା ପୂର୍ବ ୟୁକ୍ରେନକୁ କବ୍‌ଜା କରିନେଇଛି। ଯେଉଁ ୨-୪ ପ୍ରତିଶତ ଅଞ୍ଚଳ ବାକି ରହିଛି ତାହାକୁ କବ୍‌ଜା ଲାଗି ମଧ୍ୟ ଉଦ୍ୟମ ହେଉଛି। ନାଟୋ ଦେଶର ମିଡିଆ ଏହି ସୂଚନା ଦେଇଛି। ଏହି ଖବର ଆସିବା ପରେ ଜେଲେଁସ୍କି ନିଜ ସୁରକ୍ଷାକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି।

ସେ ନିଜ ସୁରକ୍ଷାକର୍ମୀଙ୍କୁ ମଧ୍ୟ ହଠାତ୍‌ ବଦଳି କରୁଛନ୍ତି। ଜେଲେଁସ୍କିଙ୍କ ଗୋଷ୍ଠୀରେ ଅବିଶ୍ବାସର ସ୍ତର ବୃଦ୍ଧି ପାଇଛି। ଯବାନ ମଧ୍ୟ ପରସ୍ପର ଉପରେ ଭରସା କରିପାରୁନାହାନ୍ତି। ଅନ୍ୟପକ୍ଷରେ ୟୁରୋପୀୟ ସଂଘ (ଇୟୁ) ରୁଷ୍‌ର ତୈଳ ଆମଦାନୀକୁ ଦୁଇ ତୃତୀୟାଂଶ ହ୍ରାସ କରିବାକୁ ରାଜି ହୋଇଛି। ଇୟୁ ମୁଖ୍ୟ ଚାର୍ଲ୍ସ ମିସେଲ ଏହି ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ବାରା ଯୁଦ୍ଧ ଶେଷ କରିବା ପାଇଁ ଚାପ ପକାଯିବ। ଏହା ସହିତ ୟୁକ୍ରେନକୁ ୯ ବିଲିୟନ ୟୁରୋ ସହାୟତା ଦେବାକୁ ନିଷ୍ପତ୍ତି ନିଆଯାଇଛି। ସେହିପରି ରୁଷ୍‌ ନେଦରଲ୍ୟାଣ୍ଡର ଗ୍ୟାସ ଯୋଗାଣ ରୋକିବାକୁ ନିଷ୍ପତ୍ତି ନେଇଛି। ନେଦରଲ୍ୟାଣ୍ଡ କମ୍ପାନୀ ରୁବଲରେ ଅର୍ଥ ପୈଠ ଲାଗି ମନା କରିବାରୁ ରୁଷ୍‌ ଏହି ପଦକ୍ଷେପ ନେଇଛି। ନେଦରଲ୍ୟାଣ୍ଡ ଆବଶ୍ୟକତାର ୧୫ ପ୍ରତିଶତ ଗ୍ୟାସ ରୁଷଠାରୁ ଆମଦାନୀ କରିଥାଏ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର