ମହିଳାଙ୍କ ହତ୍ୟା ମାମଲାରେ ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡ !

The Sakala Picture
Published On

ଖରତୁମ୍‌: ଜଣେ ମହିଳାଙ୍କ ହତ୍ୟା ମାମଲାରେ ସୁଦାନର ଏକ କୋର୍ଟ ଗୋଟିଏ ମେଣ୍ଢାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ବିଚାରପତି ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ଦକ୍ଷିଣ ସୁଦାନର ରୁବେକ ଇଷ୍ଟ କାଉଣ୍ଟିର। ସୂଚନା ଅନୁଯାୟୀ ଏଠାରେ ମେଣ୍ଢା ୪୦ ବର୍ଷୀୟ ମହିଳା ଏଡ୍ୟୁ ଚ୍ୟାପିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ […]

ଖରତୁମ୍‌: ଜଣେ ମହିଳାଙ୍କ ହତ୍ୟା ମାମଲାରେ ସୁଦାନର ଏକ କୋର୍ଟ ଗୋଟିଏ ମେଣ୍ଢାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ବିଚାରପତି ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ଦକ୍ଷିଣ ସୁଦାନର ରୁବେକ ଇଷ୍ଟ କାଉଣ୍ଟିର। ସୂଚନା ଅନୁଯାୟୀ ଏଠାରେ ମେଣ୍ଢା ୪୦ ବର୍ଷୀୟ ମହିଳା ଏଡ୍ୟୁ ଚ୍ୟାପିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମେଣ୍ଢାକୁ ଗିରଫ କରି କୋର୍ଟରେ ଉପସ୍ଥାପନ କରିଥିଲା। ଏବେ ଦୋଷୀ ମେଣ୍ଢା ତିନି ବର୍ଷ ପର୍ଯ୍ୟନ୍ତ ସେନା କ୍ୟାମ୍ପରେ ବନ୍ଦୀ ରହିବ। ମୁକ୍ତ ହେବାପରେ ମେଣ୍ଢାକୁ ମୃତକଙ୍କ ପରିବାରକୁ ଦିଆଯିବ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

27 May 2022 By The Sakala

ମହିଳାଙ୍କ ହତ୍ୟା ମାମଲାରେ ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡ !

ଖରତୁମ୍‌: ଜଣେ ମହିଳାଙ୍କ ହତ୍ୟା ମାମଲାରେ ସୁଦାନର ଏକ କୋର୍ଟ ଗୋଟିଏ ମେଣ୍ଢାକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହି ମାମଲାରେ ବିଚାରପତି ମେଣ୍ଢାକୁ ୩ ବର୍ଷ ଜେଲ୍‌ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ଘଟଣା ଦକ୍ଷିଣ ସୁଦାନର ରୁବେକ ଇଷ୍ଟ କାଉଣ୍ଟିର। ସୂଚନା ଅନୁଯାୟୀ ଏଠାରେ ମେଣ୍ଢା ୪୦ ବର୍ଷୀୟ ମହିଳା ଏଡ୍ୟୁ ଚ୍ୟାପିଙ୍ଗଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ମହିଳା ଗୁରୁତର ଆହତ ହୋଇଥିଲେ। ପରେ ଚିକିତ୍ସାଧୀନ ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା। ପୁଲିସ ମେଣ୍ଢାକୁ ଗିରଫ କରି କୋର୍ଟରେ ଉପସ୍ଥାପନ କରିଥିଲା। ଏବେ ଦୋଷୀ ମେଣ୍ଢା ତିନି ବର୍ଷ ପର୍ଯ୍ୟନ୍ତ ସେନା କ୍ୟାମ୍ପରେ ବନ୍ଦୀ ରହିବ। ମୁକ୍ତ ହେବାପରେ ମେଣ୍ଢାକୁ ମୃତକଙ୍କ ପରିବାରକୁ ଦିଆଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର