ଜାମ୍ମୁ-କାଶ୍ମୀରୀ: ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ, ୩ ଦିନରେ ୧୦ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର

The Sakala Picture
Published On

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ବଡ଼ ଅପରେସନ। ଅଭିନେତ୍ରୀ ଅମରିନ ଭଟ୍ଟ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଅବନ୍ତିପୁରାରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗଳି ବିନିମୟ ହୋଇଥିଲା । ଏଥିରେ ଲସ୍କର ଏ ତୋଏବାର ଦୁଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ୪ଟି ମାଗାଜିନ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି। ଏହି […]

ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କ ବିରୋଧରେ ସେନାର ବଡ଼ ଅପରେସନ। ଅଭିନେତ୍ରୀ ଅମରିନ ଭଟ୍ଟ ହତ୍ୟାକାଣ୍ଡର ୨୪ ଘଣ୍ଟା ମଧ୍ୟରେ ପ୍ରତିଶୋଧ ନେଇଛନ୍ତି ସୁରକ୍ଷାକର୍ମୀ । ଆଜି ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଛନ୍ତି । ଅବନ୍ତିପୁରାରେ ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କ ମଧ୍ୟରେ ଗଳି ବିନିମୟ ହୋଇଥିଲା । ଏଥିରେ ଲସ୍କର ଏ ତୋଏବାର ଦୁଇ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ନିକଟରୁ ଗୋଟିଏ ଏକେ-୪୭ ରାଇଫଲ, ୪ଟି ମାଗାଜିନ ଓ ଗୋଟିଏ ବନ୍ଧୁକ ଜବତ କରାଯାଇଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ଏହି ଦୁଇ ଆତଙ୍କବାଦୀ ଜାମ୍ମୁ-କାଶ୍ମୀରର ସିରିଏଲ ଅଭିନେତ୍ରୀ ଅମରିନ ଭଟ୍ଟଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତି ଥିଲା । ଅମରିନ ଭଟ୍ଟଙ୍କ ହତ୍ୟା ପାଇଁ ଦୁଇ ଆତଙ୍କବାଦୀଙ୍କୁ ନିର୍ଦ୍ଦେଶ ଦେଇଥିଲା ପାକିସ୍ତାନରେ ଥିବା ଲସ୍କର ଏ ତୋଏବାର କମାଣ୍ଡର । ସେପଟେ କାଶ୍ମୀରରେ ଆତଙ୍କବାଦୀ କାର୍ୟ୍ୟକଳାପ ବଢୁଥିବା ବେଳେ ଗତ ତିନି ଦିନରେ ୧୦ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି । ନିହତ ଅନ୍ୟ ୭ ଆତଙ୍କବାଦୀ ଲସ୍କର ଏ ତୋଏବା ଓ ଜୈଶ ଏ ମହମ୍ମଦର ସଦସ୍ୟ ବୋଲି ସୂଚନା ଦେଇଛନ୍ତି ଜାମ୍ମୁ-କାଶ୍ମୀର ଓଏଚ ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର