ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ : ଥିଲେ କ୍ରିକେଟର ହେଲେ ନେତା, ଆଉ ଏବେ କିରାଣି

The Sakala Picture
Published On

ଚଣ୍ଡିଗଡ : ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ। ଦିନେ ଦେଶର ଜଣେ ପ୍ରତିଷ୍ଠିତ କ୍ରିକେଟ ଭାବେ ଜାତୀୟ ଦଳରେ ଖେଳୁଥିଲେ। ତାପରେ ଦେଶର ଜଣେ ବଡ ନେତା ଭାବେ ଉଭାହେଲେ । ପଞ୍ଜାବ ରାଜ୍ୟ କଂଗ୍ରେସ ଦଳର ମୂଖ୍ୟ ଭାବେ ମଧ୍ୟ ଦାୟିତ୍ବ ପାଇଥିଲେ। ହେଲେ ସମୟ ବଦଳିବା ସହ ସବୁକିଛି ବଦଳିଗଲା। ଠିକଣା ବଦଳିଲା ଆଉ ତା’ସହ କାମ ମଧ୍ୟ ବଦଳିଗଲା। କ୍ରିକେଟର ଆଉ ନେତା ଭାବେ ବିଳାଶପୂର୍ଣ୍ଣ ଜୀବନଜାବନ […]

ଚଣ୍ଡିଗଡ : ଠିକଣା ବଦଳିବା ସହ ବଦଳିଗଲା ନବଜୋତ ସିଂ ସିଦ୍ଧୁଙ୍କ କାମ। ଦିନେ ଦେଶର ଜଣେ ପ୍ରତିଷ୍ଠିତ କ୍ରିକେଟ ଭାବେ ଜାତୀୟ ଦଳରେ ଖେଳୁଥିଲେ। ତାପରେ ଦେଶର ଜଣେ ବଡ ନେତା ଭାବେ ଉଭାହେଲେ । ପଞ୍ଜାବ ରାଜ୍ୟ କଂଗ୍ରେସ ଦଳର ମୂଖ୍ୟ ଭାବେ ମଧ୍ୟ ଦାୟିତ୍ବ ପାଇଥିଲେ। ହେଲେ ସମୟ ବଦଳିବା ସହ ସବୁକିଛି ବଦଳିଗଲା। ଠିକଣା ବଦଳିଲା ଆଉ ତା’ସହ କାମ ମଧ୍ୟ ବଦଳିଗଲା। କ୍ରିକେଟର ଆଉ ନେତା ଭାବେ ବିଳାଶପୂର୍ଣ୍ଣ ଜୀବନଜାବନ କରୁଥିବା ନବଜୋତ ସିଂ ସିଦ୍ଧୁ ଏବେ କିରାଣି କାମ କରିବେ। ସକାଳ ୯ଟାରୁ ସଂଧ୍ୟା ୫ଟା ଯାଏଁ ସେ ଡ଼୍ୟୁଟି କରିବେ । ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

୧୯୮୮ ମସିହା ‘ରୋଡ୍‌ ରେଜ୍‌’ ମାମଲାରେ ଦୋଷୀ ସାବସ୍ତ୍ୟ ହୋଇଥିବା ପୂର୍ବତନ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜୋତ୍‌ ସିଂହ ସିଦ୍ଧୁ ପଟିଆଲା ସେଣ୍ଟ୍ରାଲ୍‌ ଜେ‌ଲ୍‌ରେ ସଜା କାଟୁଛନ୍ତି। ଜେଲ୍‌ରେ ରହି ଏବେ ସିଦ୍ଧୁ କିରାଣି କାମ କରିବେ। ଜେଲ ଅଫିସର କାଗଜପତ୍ର ଦେଖିବେ ସିଦ୍ଧୁ। ମଙ୍ଗଳବାର ଠାରୁ ହିଁ ସିଦ୍ଧୁଙ୍କ ଡ୍ୟୁଟି ଆରମ୍ଭ ହୋଇଯାଇଛି। ପଟିଆଲା ସେଣ୍ଟ୍ରାଲ ଜେଲ୍‌ରୁ ଜାରି ଏକ ବିବୃତ୍ତି ମୁତାବକ, ସିଦ୍ଧୁଙ୍କୁ ଦୁଇଟି ସିଫ୍ଟରେ କାମ କରିବାକୁ ପଡିବ। ପ୍ରଥମ ସିଫ୍ଟ ସକାଳ ୯ଟାରୁ ମଧ୍ୟାହ୍ଣ ୧୨ଟା ଯାଏ ରହିବ। ଲଞ୍ଚ ବ୍ରେକ୍‌ ପରେ ମଧ୍ୟାହ୍ଣ ୩ଟାରୁ ସନ୍ଧ୍ୟା ୫ଟା ଯାଏ ତାଙ୍କୁ ପୁଣି କାମ କରିବାକୁ ପଡିବ। ଦିନରେ ମୋଟ ୫ ଘଣ୍ଟା ଡ୍ୟୁଟି କରିବେ ସିଦ୍ଧୁ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ତେବେ ସିଦ୍ଧୁଙ୍କୁ ୩ ମାସ ତାଲିମ ଦିଆଯିବ। ଅଦାଲତର ଦୀର୍ଘ ରାୟଗୁଡ଼ିକୁ କେମିତି ସଂକ୍ଷିପ୍ତ କରିବାକୁ ପଡ଼ିବ ଏବଂ ଜେଲ୍‌ ରେକର୍ଡଗୁଡ଼ିକୁ କିଭଳି ସଜାଡ଼ି ରଖାଯିବ ସେ ବିଷୟରେ ସିଦ୍ଧୁଙ୍କୁ ଶିକ୍ଷା ଦିଆଯିବ। ଏହି ୩ ମାସ ଯାଏଁ ତାଙ୍କୁ ଏହି କାମ ବଦଳରେ କୌଣସି ବେତନ ମିଳିବ ନାହିଁ । କିରାଣୀ କାମରେ ତାଙ୍କର ଅଭିଜ୍ଞତା ନଥିବାରୁ ତାଙ୍କୁ ଅଣକୁଶଳୀ କଏଦୀ ଭାବେ ଗଣନା କରାଯିବ। ୩ ମାସ ପରେ ଅର୍ଦ୍ଧକୁଶଳୀ ହେବା ପରେ ତାଙ୍କୁ ଦିନକୁ ୩୦ ରୁ ୪୦ ଟଙ୍କା ଲେଖାଏଁ ଦିଆଯିବ। କୁଶଳୀ ହୋଇଗଲେ ପ୍ରତିଦିନ ୯୦ ଟଙ୍କା ଲେଖାଏଁ ମିଳିବ ବୋଲି ସୂଚନା ମିଳିଛି। ତାଙ୍କର ଦକ୍ଷତାକୁ ଆଧାର କରି ମୂଲ୍ୟାୟନ ହେବାକୁ ଥିବା ଏହି ପାରିଶ୍ରମିକ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟ୍‌ରେ ଜମା କରାଯିବ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସୂଚନାଅନୁସାରେ ୩୪ ବର୍ଷ ତଳର ରୋଡ଼୍ ରେଜ ମାମଲାରେ ପୂର୍ବତନ କିକେଟର ତଥା ପଞ୍ଜାବ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ନବଜୋତ ସିଂ ସିଦ୍ଧୁ ଏବେ ଜେଲରେ ସଜା କାଟୁଛନ୍ତି। ୩୪ ବର୍ଷ ତଳେ ଏକ ପାର୍କିଂକୁ ନେଇ ଜଣେ ବୃଦ୍ଧଙ୍କ ସହ ଝଗଡା ହୋଇଥିଲା। ପରେ ସେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ଚିକିତ୍ସିତ ଅବସ୍ଥାରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା। ଏହି ମାମଲାରେ ତାଙ୍କୁ ୧ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର