ସମାଜବାଦୀ ପାର୍ଟି ସମର୍ଥନରେ ରାଜ୍ୟସଭା ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ କପିଲ ଶିବଲ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍‌କା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି। ସେ ସ୍ୱାଧୀନ ଭାବରେ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି। କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଫିସକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ। ଏହାପରେ ଉଭୟ ଗୋଟିଏ କାର୍‌ରେ […]

ନୂଆଦିଲ୍ଲୀ: କଂଗ୍ରେସକୁ ବଡ ଝଟ୍‌କା। କଂଗ୍ରେସର ପୂର୍ବତନ ବରିଷ୍ଠ ନେତା ତଥା ଆଇନଜୀବୀ କପିଲ ଶିବଲ ଆଜି ସମାଜବାଦୀ ପାର୍ଟିରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି। ସେ ସମାଜବାଦୀ ପାର୍ଟିରୁ ରାଜ୍ୟସଭା ଟିକେଟ୍‌ ପାଇଛନ୍ତି। ସେ ସ୍ୱାଧୀନ ଭାବରେ ରାଜ୍ୟସଭା ପାଇଁ ମନୋନୀତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

କପିଲ ଶିବଲ ଆଜି ଲକ୍ଷ୍ନୌରେ ପହଞ୍ଚି ସମାଜବାଦୀ ପାର୍ଟି ମୁଖ୍ୟ ଅଫିସକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ସାପା ମୁଖ୍ୟ ଅଖିଲେଶ ଯାଦବଙ୍କୁ ଭେଟିଥିଲେ। ଏହାପରେ ଉଭୟ ଗୋଟିଏ କାର୍‌ରେ ବସି ବିଧାନସଭା ପହଞ୍ଚିଥିଲେ। ବର୍ତ୍ତମାନ ଯାଏଁ କଂଗ୍ରେସ ଦଳରେ ଥିବା ଶିବଲ ସମାଜବାଦୀ ପାର୍ଟିରୁ ଉତ୍ତର ପ୍ରଦେଶରୁ ରାଜ୍ୟସଭା ପାଇଁ ନାମାଙ୍କନ ଭରିଛନ୍ତି। ଏହାପରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିବା ନେଇ ଖୁଲାସା କରିଛନ୍ତି।

ଆହୁରି ପଢ଼ନ୍ତୁ: ଫ୍ରାନ୍ସରେ ପ୍ରଥମ ଥର ପାଇଁ ମଣିଷ ଶରୀରରେ ଚିହ୍ନଟ ହେଲା ଶାମୋଣ୍ଡା ଭାଇରସ୍, ସଂକ୍ରମିତଙ୍କ ମୃତ୍ୟୁ

ନାମାଙ୍କନ ଭରିବା ପରେ କପିଲ ଶିବଲ କହିଛନ୍ତି ଯେ, ‘ମୁଁ ମେ ୧୬ରେ କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲି। ମୁଁ ଆଉ କଂଗ୍ରେସ ନେତା ନୁହେଁ। ଗତଥର ମଧ୍ୟ ମୁଁ ୟୁପିରୁ ରାଜ୍ୟସଭାକୁ ଯାଇଥିଲି।  ସଂସଦରେ ଏକ ସ୍ୱତନ୍ତ୍ର ସ୍ୱର ରହିବା ଜରୁରୀ ବୋଲି ସେ କହିଛନ୍ତି। ମୋଦୀ ସରକାର ବିରୋଧରେ ସେମାନେ ଏକ ମେଣ୍ଟ ଗଠନ କରିବାକୁ ଚାହୁଁଛନ୍ତି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

ସୂଚନାଯୋଗ୍ୟ ଯେ, ୧୧ ଆସନରେ ୩୧ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀପତ୍ର ଦାଖଲ କରାଯାଇପାରିବ। ଜୁନ୍ ୧ରେ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ ଏବଂ ୩ ତାରିଖ ସୁଦ୍ଧା ଏହାକୁ ପ୍ରତ୍ୟାହାର କରିହେବ। ଜୁନ୍ ୧୦ ସକାଳ ୯ଟାରେ ନିର୍ବାଚନ ହୋଇ ସନ୍ଧ୍ୟା ୫ଟାରେ ଭୋଟ ଗଣିତ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର