ବହୁ ଚର୍ଚ୍ଚିତ ରୋଡ୍ ରେଜ ମାମଲା: ପଟିଆଲା କୋର୍ଟରେ ଆତ୍ମସମର୍ପଣ ପରେ ଜେଲ୍ ଗଲେ ସିଦ୍ଧୁ

The Sakala Picture
Published On

ନୂଆଦିଲ୍ଲୀ: ରୋଡ୍ ରେଜ୍ ମାମଲାରେ ଦୋଷୀ ନବଜ୍ୟୋତ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ ପରେ ଜେଲ୍ ଯାଇଛନ୍ତି। ତିନି ଦଶନ୍ଧି ପୁରୁଣା ରୋଡ୍ ରେଜ୍ ମାମଲାରେ ଗତକାଲି ସୁପ୍ରିମକୋର୍ଟ ତାଙ୍କ ଉପରେ ଏକ ବର୍ଷର କାରାଦଣ୍ଡାଦେଶ ଶୁଣାଇଥିଲେ। ସେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ୩୪ ବର୍ଷ ତଳର ଏକ ଅପରାଧିକ ଘଟଣାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ଗତକଲି ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ଏହି ମାମଲାରେ କୋର୍ଟ ୨୦୧୮ରେ […]

ନୂଆଦିଲ୍ଲୀ: ରୋଡ୍ ରେଜ୍ ମାମଲାରେ ଦୋଷୀ ନବଜ୍ୟୋତ ସିଦ୍ଧୁ ପଟିଆଲା କୋର୍ଟରେ ଆତ୍ମସମର୍ପଣ ପରେ ଜେଲ୍ ଯାଇଛନ୍ତି। ତିନି ଦଶନ୍ଧି ପୁରୁଣା ରୋଡ୍ ରେଜ୍ ମାମଲାରେ ଗତକାଲି ସୁପ୍ରିମକୋର୍ଟ ତାଙ୍କ ଉପରେ ଏକ ବର୍ଷର କାରାଦଣ୍ଡାଦେଶ ଶୁଣାଇଥିଲେ। ସେ ମୁଖ୍ୟ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

୩୪ ବର୍ଷ ତଳର ଏକ ଅପରାଧିକ ଘଟଣାରେ ସୁପ୍ରିମକୋର୍ଟ କଂଗ୍ରେସ ନେତା ନଭଜୋତ୍‌ ସିଂ ସିଦ୍ଧୁଙ୍କୁ ଗତକଲି ଏକ ବର୍ଷ ଜେଲ୍‌ ଦଣ୍ଡାଦେଶ କରିଥିଲେ। ଏହି ମାମଲାରେ କୋର୍ଟ ୨୦୧୮ରେ ସିଦ୍ଧୁଙ୍କୁ ଦୋଷମୁକ୍ତ କରିବା ସହିତ ମାତ୍ର ଏକ ହଜାର ଟଙ୍କାର ଅର୍ଥଦଣ୍ଡରେ ଦଣ୍ଡିତ କରିଥିଲେ। ହେଲେ ଘଟଣାର ଅନ୍ୟ ଦିଗ ଓ ସିଦ୍ଧୁଙ୍କ ଭୂମିକାକୁ ପୁନର୍ବିଚାର କରି ଗୁରୁବାର ସୁପ୍ରିମକୋର୍ଟ ଏହି ଦଣ୍ଡାଦେଶ କରିଥିଲେ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଉଲ୍ଲେଖଯୋଗ୍ୟ ଯେ, ପ୍ରାୟ ୩୪ ବର୍ଷ ତଳେ ୧୯୮୮ ମସିହାରେ ସିଦ୍ଧୁ ଏବଂ ତାଙ୍କ ବନ୍ଧୁ ରୁପିନ୍ଦର ସିଂ ସାନ୍ଧୁ ପଟିଆଲାର ଶେରାନୱାଲା ଗେଟ୍ କ୍ରସିଂ ନିକଟ ରାସ୍ତା ମଝିରେ ନିଜ କାର ପାର୍କ କରିଥିଲେ। ଏହି ସମୟରେ ୬୫ ବର୍ଷୀୟ ଗୁରୁନାମ ସିଂ ନିଜ କାରରେ ସେହି ବାଟ ଦେଇ ଯାଉଥିବା ବେଳେ ରାସ୍ତା ମଝିରେ କାର ରଖାଯାଇଥିବା ଦେଖି ସିଦ୍ଧୁଙ୍କୁ କାର ହଟାଇବାକୁ କହିଥିଲେ। କିନ୍ତୁ ଗୁରୁନାମଙ୍କ ଏଭଳି କଥାରେ ସିଦ୍ଧୁ ଉତ୍‌କ୍ଷିପ୍ତ ହୋଇପଡ଼ିବା ସହିତ ତାଙ୍କୁ ମାଡ଼ ମାରିଥିଲେ। ଗୁରୁନାମ ଆହତ ହୋଇଥିବା ବେଳେ ସେ ଯେଭଳି ତୁରନ୍ତ ହସ୍ପିଟାଲ ଯାଇ ନ ପାରିବେ ସେଥିପାଇଁ ସିଦ୍ଧୁ ଗୁରୁନାମଙ୍କ କାର୍ ଚାବି ଛଡ଼ାଇ ନେଇଥିଲେ। ପରେ ପରେ ଗୁରୁନାମଙ୍କ ମୃତ୍ୟୁ ହୋଇଥିଲା। ପରବର୍ତ୍ତୀ ସମୟରେ ଗୁରୁନାମଙ୍କ ପରିବାର ପକ୍ଷରୁ ସିଦ୍ଧୁଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା ଏବଂ ଏହା ସୁପ୍ରିମକୋର୍ଟରେ ପହଞ୍ଚିଥିଲା। ହେଲେ ୨୦୧୮ ମେ ’ରେ କେବଳ ୧,୦୦୦ଟଙ୍କା ଜୋରିମାନା ଲଗାଇ କୋର୍ଟ ସିଦ୍ଧୁଙ୍କୁ ମୁକ୍ତ କରିଦେଇଥିଲେ। ହେଲେ କୋର୍ଟଙ୍କ ଏଭଳି ରାୟକୁ ଗୁରୁନାମଙ୍କ ପରିବାର ସହଜରେ ଗ୍ରହଣ କରିନଥିଲେ। ସିଦ୍ଧୁଙ୍କ ଅପରାଧିକ କାର୍ଯ୍ୟ ପାଇଁ କଠୋର ଦଣ୍ଡବିଧାନ ହେବା ଉଚିତ ବୋଲି ସେମାନେ କୋର୍ଟଙ୍କୁ କହିଥିଲେ। ଜଷ୍ଟିସ ଏ ଏମ ଖାନୱିଲକର ଏବଂ ଜଷ୍ଟିସ ସଞ୍ଜୟ କିଶନ କୌଲଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ତେବେ କୋର୍ଟ ନିଜ ଆଭିମୁଖ୍ୟରେ ପରିବର୍ତ୍ତନ କରିବା ସହିତ ପୂର୍ବ ରାୟର ସମୀକ୍ଷା କରି ଗୁରୁବାର ସିଦ୍ଧୁଙ୍କ ପ୍ରତି ଏହି ଦଣ୍ଡାଦେଶ କରିଥିଲେ। ଫଳରେ ସିଦ୍ଧୁ ଏକ ବର୍ଷ ଜେଲଦଣ୍ଡ ଭୋଗିବା ନିଶ୍ଚିତ ହୋଇଯାଇଛି। କୋର୍ଟଙ୍କ ରାୟ ପ୍ରକାଶ ପରେ ଆଇନକୁ ସମ୍ମାନ ଜଣାଇବେ ବୋଲି ସିଦ୍ଧୁ ତାଙ୍କ ପ୍ରତିକ୍ରିୟାରେ କହିଛଥିଲେ।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର