ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବା ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ବର୍ଷିଲେ ଆହ୍ଲାବାଦ ହାଇକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ତାଜମହଲ ପରିସରରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବା ପାଇଁ ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଉତ୍ତର ପ୍ରଦେଶ ଅଯୋଧ୍ୟାର ବିଜେପି ନେତା ରଜନୀଶ ଶର୍ମା ନିଜ ଆବେଦନରେ କହିଥିଲେ ଯେ ତାଜମହଲ ସମ୍ପର୍କରେ ବିଭିନ୍ନ ଇତିହାସ ଗ୍ରନ୍ଥରେ ଭୁଲ୍ ତଥ୍ୟ ଦିଆଯାଇଛି । ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଅଛି କି ନାହିଁ ତା’ର ଯାଞ୍ଚ କରିବା ପାଇଁ ଏହି ସବୁ ରୁମ୍ ଖୋଲିବାକୁ ଭାରତୀୟ […]

ନୂଆଦିଲ୍ଲୀ: ତାଜମହଲ ପରିସରରେ ବନ୍ଦ ଥିବା ୨୨ଟି କୋଠରୀ ଖୋଲିବା ପାଇଁ ହୋଇଥିବା ଆବେଦନକୁ ଆହ୍ଲାବାଦ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଉତ୍ତର ପ୍ରଦେଶ ଅଯୋଧ୍ୟାର ବିଜେପି ନେତା ରଜନୀଶ ଶର୍ମା ନିଜ ଆବେଦନରେ କହିଥିଲେ ଯେ ତାଜମହଲ ସମ୍ପର୍କରେ ବିଭିନ୍ନ ଇତିହାସ ଗ୍ରନ୍ଥରେ ଭୁଲ୍ ତଥ୍ୟ ଦିଆଯାଇଛି । ତାଜମହଲରେ ବନ୍ଦ ଥିବା ୨୨ଟି କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ମୂର୍ତ୍ତି ଅଛି କି ନାହିଁ ତା’ର ଯାଞ୍ଚ କରିବା ପାଇଁ ଏହି ସବୁ ରୁମ୍ ଖୋଲିବାକୁ ଭାରତୀୟ ପ୍ରତ୍ନତାତ୍ବିକ ବିଭାଗ(ଏଏସ୍ଆଇ)କୁ ଅନୁମତି ଦିଆଯାଉ ବୋଲି ସେ ଦାବି କରିଥିଲେ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ଏପରି ଆବେଦନ ପାଇଁ ରଜନୀଶ ଶର୍ମାଙ୍କୁ ଭର୍ତ୍ସନା କରିଥିଲେ । ଜଷ୍ଟିସ ଡି.କେ ଉପାଧ୍ୟାୟ ଆବେଦନକାରୀଙ୍କୁ ଭର୍ତ୍ସନା କରି କହିଛନ୍ତି ଯେ ଜନସ୍ୱାର୍ଥ ମାମଲା (ପିଏଲ) ବ୍ୟବସ୍ଥାର ଅପବ୍ୟବହାର କର ନାହିଁ ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଜଷ୍ଟିସ ଡି.କେ ଉପାଧ୍ୟାୟ ଏବଂ ଜଷ୍ଟିସ ସୁଭାଷ ବିଦ୍ୟାର୍ଥୀଙ୍କ ଏକ ବେଞ୍ଚ୍ ତାଜମହଲର ୨୨ଟି କୋଠରୀ ଖୋଲିବାକୁ ଆବେଦନର ଶୁଣାଣି କରିଥିଲେ। ହାଇକୋର୍ଟ ଆବେଦନକାରୀଙ୍କୁ କହିଥିଲେ ଯେ ତୁମେ କ’ଣ ଭାବୁଛ ତାଜମହଲ ଶାହ ଜାହାଁଙ୍କ ଦ୍ୱାରା ନିର୍ମିତ ହୋଇନାହିଁ? ଆମେ କଣ ଏହାକୁ କିଏ ନିର୍ମାଣ କରିଛି ଆଉ ତାଜମହଲର ବୟସ କ’ଣ ସେନେଇ ରାୟ ପ୍ରକାଶ କରିବାକୁ ଏଠାକୁ ଆସିଛୁ?

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ହାଇକୋର୍ଟ ଆବେଦନକାରୀଙ୍କୁ କଡ଼ା ଭାଷାରେ କହିଥିଲେ ଯେ ଯେଉଁ ବିଷୟ ଉପରେ ତୁମେ କିଛି ଜାଣିନ, ସେହି ବିଷୟ ଉପରେ ଏମ୍ଏ ଓ ପିଏଚଡି କର । ଯଦି କୌଣସି ଶିକ୍ଷାନୁଷ୍ଠାନ ଆପଣଙ୍କୁ ରିସର୍ଚ୍ଚ କରିବାକୁ ଅନୁମତି ନ ଦିଏ, ତେବେ ଆମ ପାଖକୁ ଆସ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର