ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର

The Sakala Picture
Published On

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର। ମେ ୧୫ ତାରିଖରେ ସେ କାର୍ଯ୍ଯଭାର ଗ୍ରହଣ କରିବାକୁ ଥିବା ବେଳେ ସେ ୨୦୨୫ ଯାଏଁ ଏହି ପଦବୀରେ ରହିବେ । ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ରେ ଅବସର ନେବେ। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜୀବ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଏପ୍ରିଲ୍ ମାସରେ […]

ନୂଆଦିଲ୍ଲୀ: ଦେଶର ନୂଆ ମୁଖ୍ୟ ନିର୍ବାଚନ କମିଶନର ହେଲେ ରାଜୀବ କୁମାର। ମେ ୧୫ ତାରିଖରେ ସେ କାର୍ଯ୍ଯଭାର ଗ୍ରହଣ କରିବାକୁ ଥିବା ବେଳେ ସେ ୨୦୨୫ ଯାଏଁ ଏହି ପଦବୀରେ ରହିବେ । ତେବେ ବର୍ତ୍ତମାନର ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ମେ ୧୪ରେ ଅବସର ନେବେ। ଏନେଇ ଆଇନ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜୀବ ନୀତି ଆୟୋଗର ଭାଇସ୍ ଚେୟାରମ୍ୟାନ୍ ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ସେ ଏପ୍ରିଲ୍ ମାସରେ ଏହି ପଦବୀରୁ ଇସ୍ତଫା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ସୂଚନା ଅନୁଯାୟୀ, ୧୯୮୪ ମସିହାର ଆଇଏଏସ୍ ଅଫିସର ହେଉଛନ୍ତି ରାଜୀବ କୁମାର । ୨୦୧୪ରେ ମୋଦି ସରକାର ଶାସନକୁ ଆସିବା ପରେ ଯୋଜନା ଆୟୋଗର ନାମ ପରିବର୍ତ୍ତନ ହୋଇ ନୀତି ଆୟୋଗ ହୋଇଥିଲା । ସେ ସମୟରେ ଅରବିନ୍ଦ ପନଗଢିଆ ନୀତି ଆୟୋଗର ପ୍ରଥମ ଉପାଧ୍ୟକ୍ଷ ବନିଥିଲେ । ତା’ପରେ ଉପାଧ୍ୟକ୍ଷ ବନିଥିଲେ ରାଜୀବ କୁମାର। ୨୦୧୭ ମସିହାରୁ ରାଜୀବ ସରକାରଙ୍କ ଥିଙ୍କ ଟ୍ୟାଙ୍କର ଭିସି ହୋଇଥିଲେ । ଆହୁରି ମଧ୍ୟ ରାଜୀବ ଭାରତୀୟ ଷ୍ଟେଟ୍ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡ ଓ ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ କାର୍ୟ୍ୟ କରିସାରିଛନ୍ତି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର