ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା: ମାଇକ୍ରୋ ଓଭାନରୁ ମିଳିଲା ଶିଶୁକନ୍ଯାର ମୃତଦେହ

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା । ଦକ୍ଷିଣ ଦିଲ୍ଲୀର ଚିରାଗ  ଅଞ୍ଚଳରେ ଏକ ମାଇକ୍ରୋ ଓଭାନ୍‌ ଭିତରୁ ଦୁଇ ମାସ ଶିଶୁର ମୃତଦେହ ମିଳିଥିବା ଜଣାପଡ଼ିିଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମେରୀ ସୂଚନା ଦେଇଛନ୍ତି। ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ସମୟରେ ଶିଶୁର ପିତା ଘରେ ନ ଥିଲେ।  ଶିଶୁଟିର ମାଆ ଘର ଭିତରେ ତାଲା ପକାଇ ଥିବାରୁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଆମେ ଗ୍ଲାସ ଭାଙ୍ଗି […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଲା ଅଭାବନୀୟ ଘଟଣା । ଦକ୍ଷିଣ ଦିଲ୍ଲୀର ଚିରାଗ  ଅଞ୍ଚଳରେ ଏକ ମାଇକ୍ରୋ ଓଭାନ୍‌ ଭିତରୁ ଦୁଇ ମାସ ଶିଶୁର ମୃତଦେହ ମିଳିଥିବା ଜଣାପଡ଼ିିଛି। ଏନେଇ ଦକ୍ଷିଣ ଦିଲ୍ଲୀ ଡିସିପି ବେନିତା ମେରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ଜଣେ ପଡ଼ୋଶୀ ଗଣମାଧ୍ୟମକୁ କହିଛନ୍ତି ଯେ, ଘଟଣା ସମୟରେ ଶିଶୁର ପିତା ଘରେ ନ ଥିଲେ।  ଶିଶୁଟିର ମାଆ ଘର ଭିତରେ ତାଲା ପକାଇ ଥିବାରୁ ସେହି ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଆମେ ଗ୍ଲାସ ଭାଙ୍ଗି କୋଠରୀ ଭିତରକୁ ପ୍ରବେଶ କରିଥିଲୁ। ଆମେ ଦେଖିଲୁ ମହିଳା ଜଣକ ଭିତରେ ଚେତାଶୂନ୍ୟ ହୋଇ ପଡ଼ିଛନ୍ତି ଏବଂ ପିଲାଟି ନିଖୋଜ ଅଛି। ଆମେ ସମଗ୍ର ଅଞ୍ଚଳରେ ଯାଞ୍ଚ କରିଥିଲୁ, କିନ୍ତୁ ଶିଶୁଟିକୁ ପାଇଲୁ ନାହିଁ । ପରେ, ଦୁଇ-ତିନି ଜଣ ଲୋକ ଆସି ଏକ କୋଠରୀ ଯାଞ୍ଚ କଲେ ଯେଉଁଠାରେ ମାଇକ୍ରୋ ଓଭାନ୍‌ ରଖାଯାଇଥିଲା ସେମାନେ ପିଲାଟିକୁ ପାଇଥିଲେ ବୋଲି ପଡୋଶୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ପୁଲିସ କହିବା ଅନୁଯାୟୀ, ସବୁ ଦିଗରୁ ଯାଞ୍ଚ କରାଯାଉଛି।  ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଆମେ ସମ୍ପୃକ୍ତ ସମସ୍ତଙ୍କୁ ତଦନ୍ତ ପରିସରଭୁକ୍ତ କରିଛୁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। ଶିଶୁର ମାଆ ଏହି ଘଟଣାର ମୁଖ୍ୟ ବୋଲି ସନ୍ଦେହ କରାଯାଉଛି। କନ୍ୟା ସନ୍ତାନ ଜନ୍ମ ହେବା ଦିନଠାରୁ ସେ ଦୁଃଖିତ ଥିଲେ।  ତାଙ୍କୁ ପୁଲିସ ଷ୍ଟେସନରେ ପଚରାଉଚରା କରାଯାଉଛି ଓ ଅଧିକ ତଦନ୍ତ ଚାଲିଛି ବୋଲି ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ-ଆମେରିକା ତିକ୍ତତା: ଗଲ୍ଫ ଅଣ୍ଡରସି କେବୁଲ କାଟିବାକୁ ଇରାନର ଧମକ, ବିଶ୍ୱ ଇଣ୍ଟରନେଟ୍ ସେବା ପ୍ରତି ବିପଦ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର