ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ, ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ ଭର୍ତ୍ତି

The Sakala Picture
Published On

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିବା ଜଣାପଡିଛି । ତାଙ୍କର ରୁଟିନ୍ ଚେକଅଫ୍ ହେବା ପରେ ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ଏବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଅସୁସ୍ଥ ହେବା ଖବର […]

ନୂଆଦିଲ୍ଲୀ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅସୁସ୍ଥ ହୋଇଥିବା ଜଣାପଡ଼ିଛି । ଛାତିରେ ଯନ୍ତ୍ରଣା କାରଣରୁ ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ସ୍ଥିତ ଆର୍ମୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ହସ୍ପିଟାଲରେ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌ ତାଙ୍କ ଚିକିତ୍ସା କରୁଥିବା ଜଣାପଡିଛି । ତାଙ୍କର ରୁଟିନ୍ ଚେକଅଫ୍ ହେବା ପରେ ତାଙ୍କୁ ଡାକ୍ତରଙ୍କ ତତ୍ୱାବଧାନରେ ରଖାଯାଇଛି । ଡାକ୍ତରଙ୍କ କହିବା ଅନୁସାରେ ଏବେ ରାଷ୍ଟ୍ରପତିଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଅସୁସ୍ଥ ହେବା ଖବର ପାଇବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

ସୂଚନା ଅନୁଯାୟୀ, ଗତ ୨୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସିଥିଲେ। ରାଉରକେଲାର ସୁପର ସ୍ପେଶାଲିଷ୍ଟ ହସ୍ପିଟାଲ ଶୁଭ ଉଦଘାଟନ କରିବା ସହ ରାଉରକେଲା ଏନଆଇଟିର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର