ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେଲେ ପୁଟିନ୍

The Sakala Picture
Published On

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ […]

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍‌ କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବାକୁ ପୁଟିନ୍ ନିଜ ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି । ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଗୋରଖପୁରରେ ନୃଶଂସ କାଣ୍ଡ: କୁରାଢ଼ିରେ ସ୍ତ୍ରୀକୁ ହାଣି ହତ୍ୟା କଲା ସ୍ୱାମୀ, ପୁଅକୁ ମାରିବାକୁ ଗୋଡ଼ାଇ ନିଜେ ପୋଲିସକୁ କଲା ଫୋନ୍

20 Mar 2022 By The Sakala

ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ପ୍ରସ୍ତୁତି ! ନ୍ୟୁକ୍ଲିଅର୍ ଯୁଦ୍ଧ ଡ୍ରିଲ ପାଇଁ ଆଦେଶ ଦେଲେ ପୁଟିନ୍

ନୂଆଦିଲ୍ଲୀ: ଋଷ- ୟୁକ୍ରେନ ଯୁଦ୍ଧକୁ ହେଲାଣି ୨୫ ଦିନ ହେଲେ କିଛି ସମାଧାନର ସୂତ୍ର ବାହାରିବା ବଦଳରେ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନର ଅନେକ ସହର ଉପରେ ଘନ ଘନ ଆକ୍ରମଣ ଜାରି ରହିଛି । ଋଷ ୟୁକ୍ରେନ ସହର ମାରିୟୁପୋଲକୁ ଚାରିପଟୁ ଘେରିବା ସହ ଘନ ଘନ ମିଶାଇଲ ଓ ବୋମା ମାଡ଼ କରୁଛି । ଏହିମଧ୍ୟରେ ବ୍ରିଟେନର ଏକ ଗଣମାଧୟମ ରିପୋର୍ଟ ଅନୁସାରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ପରମାଣୁ ଯୁଦ୍ଧର ସଙ୍କେତ ଦେଲେଣି । ପୁଟିନ ପରମାଣୁ ଯୁଦ୍ଧ ପାଇଁ ଅଭ୍ୟାସ କରୁଛନ୍ତି । ନ୍ୟୁକ୍ଲିୟର ୱାର ଡ୍ରିଲ ପାଇଁ ନିଜ ସେନାକୁ ପୁଟିନ୍ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । କେବଳ ଏତିକି ନୁହେଁ ଏଥିରୁ ସୁରକ୍ଷା ପାଇଁ ନିଜ ପରିବାରକୁ ସାଇବେରିଆ ପଠାଇଦେଇଥିବା ମଧ୍ୟ ଖବର ଶୁଣିବାକୁ ମିଳୁଛି ।

ଉଭୟ ଯୁଦ୍ଧ ଓ ଶାନ୍ତି ଆଲୋଚନା ସମାନ ଭାବେ ଚାଲିଥିବା ବେଳେ ୟୁକ୍ରେନ୍‌ ଉପରେ ଅତ୍ୟାଧୁନିକ ହାଇପର୍‌ସୋନିକ୍‌ କ୍ଷେପଣାସ୍ତ୍ର ପ୍ରୟୋଗ କରିଥିବା କଥା ରୁଷ୍‌ ଦାବି କରିଛି । ପୁଟିନ୍‌ କ୍ରମଶଃ ଆଣବିକ ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବାର ଆଭାସ ପାଇ କ୍ରେମ୍‌ଲିନ୍‌ ସରକାରୀ ଅଧିକାରୀମାନେ ବିସ୍ମିତ ତଥା ବିବ୍ରତ ହୋଇପଡ଼ିଥିବା କଥା ଏକ ରିପୋର୍ଟରୁ ଜଣାପଡ଼ିଛି । ଏହାଦ୍ୱାରା କେବଳ ୟୁକ୍ରେନ ନୁହେଁ ବରଂ ସାରା ବିଶ୍ୱ ପ୍ରଭାବିତ ହେବ ବୋଲି ଚିନ୍ତା ପ୍ରକଟ କରାଯାଇଛି ।

ସୂଚନା ଅନୁସାରେ, ଆଣବିକ ଯୁଦ୍ଧରେ ଲୋକାମାନଙ୍କୁ କିଭଳି ସ୍ଥାନାନ୍ତରଣ କରାଯାଇପାରିବ ସେନେଇ ଅଭ୍ୟାସ କରାଯଆଉଥିବା ନିଜେ ପୁଟିନ୍‌ କ୍ରେମ୍‌ଲିନ୍‌ର ବରିଷ୍ଠ ରାଜନୀତିଜ୍ଞମାନଙ୍କୁ କହିଥିବା ଜଣାପଡ଼ିଛି । ଅନ୍ୟପଟେ ଏହି ଆକ୍ରମଣରୁ ସୁରକ୍ଷା ଦେବାକୁ ପୁଟିନ୍ ନିଜ ପରିବାରକୁ ସାଇବେରିଆର ଏକ ଗୁପ୍ତ ବଙ୍କରକୁ ପଠାଇଦେଇଛନ୍ତି । ଏହି ବଙ୍କର ଏକ ପାହାଡଆ ଇଲାକରେ ଘଞ୍ଚ ଜଙ୍ଗଲ ମଧ୍ୟରେ ଥିବା କୁହାଯାଉଛି ।

https://www.thesakala.in/national-international/russian-president-putin-set-to-hold-nuclear-evacuation-drill/article-10095
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର