ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ଶ୍ରୀମଦ୍ ଭଗବତ ଗୀତା

The Sakala Picture
Published On

ଗୁଜରାଟ: ଏଣିକି ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ଗୁଜରାଟର ସମସ୍ତ ସ୍କୁଲରେ ଗୀତାର ମହତ୍ତ୍ବ ଏବଂ ମୂଲ୍ୟବୋଧ ବିଷୟରେ ପଢାଯିବ । ଗୁଜରାଟ ସରକାରଙ୍କ ପକ୍ଷରୁ […]

ଗୁଜରାଟ: ଏଣିକି ସ୍କୁଲ ପିଲା ପଢିବେ ଶ୍ରୀମଦ୍ ଭଗବତ ଗୀତା । ଷଷ୍ଠ ଶ୍ରେଣୀରୁ ଆରମ୍ଭ କରି ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଓ କଲେଜରେ ଭଗବତ ଗୀତା ପଢିବେ । ନିଜ ରାଜ୍ୟରେ ଏବେ ଏଭଳି କିଛି ନୂଆ ଶିକ୍ଷାନୀତି ଆଣିଛନ୍ତି ଗୁଜରାଟ ସରକାର । ତେବେ ଗୁଜରାଟ ସରକାରଙ୍କ ଏହି ନୂଆ ଶିକ୍ଷାନୀତି ଅନୁସାରେ, ଗୁଜରାଟର ସମସ୍ତ ସ୍କୁଲରେ ଗୀତାର ମହତ୍ତ୍ବ ଏବଂ ମୂଲ୍ୟବୋଧ ବିଷୟରେ ପଢାଯିବ ।

ଆହୁରି ପଢ଼ନ୍ତୁ: ଆଟଲାଣ୍ଟିକ୍ ମହାସାଗରର ନାମ ବଦଳାଇବାକୁ ଦାବି କଲେ ଡୋନାଲ୍ଡ ଟ୍ରମ୍ପ, ମନା କରିଦେଇଥିଲେ ଗୁଗୁଲ୍ ସିଇଓ ସୁନ୍ଦର ପିଚାଇ

ଗୁଜରାଟ ସରକାରଙ୍କ ପକ୍ଷରୁ ଜାରି ଏକ ବୟାନରେ କୁହାଯାଇଛି କି, ଛାତ୍ରଛାତ୍ରୀମାନେ ଶ୍ରୀମଦଭଗବତ ଗୀତାର ମୂଲ୍ୟବୋଧ ବାବଦରେ ଜାଣିବା ପାଇଁ ସ୍ବତନ୍ତ୍ର ପାଠ୍ୟ ଖସଡା ପ୍ରସ୍ତୁତ କରାଯିବ । ଯେଉଁଥିରେ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ଶ୍ଲୋକ ଗାନ, ବାକ୍ୟ ପ୍ରତିଯୋଗିତା ଏବଂ ସାହିତ୍ୟ ଆସରର ଆୟୋଜନ କରାଯିବ । ତେବେ ସରକାରଙ୍କ ଏହି ଘୋଷଣା ପଛରେ ଆଗକୁ ଆସୁଥିବା ବିଧାନସଭା ନିର୍ବାଚନ ହିଁ ପ୍ରମୁଖ କାରଣ ବୋଲି କୁହାଯାଉଛି ।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର