ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ଜାରି ହେଲା ଓ୍ବାରେଣ୍ଟ

The Sakala Picture
Published On

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ ଗିରଫ ହୋଇପାରନ୍ତି। ଇମ୍ରାନ ଖାନଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ। ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାରଦିନ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପାଇଁ […]

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ ଗିରଫ ହୋଇପାରନ୍ତି। ଇମ୍ରାନ ଖାନଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ। ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାରଦିନ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ପୁଲିସ ଅଧିକାରୀ, ବିଚାରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ ଇମ୍ରାନ। ଏଥି ସହିତ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ପାକିସ୍ତାନରେ ଲସ୍କର-ଇ-ତୋଏବା ସହ-ପ୍ରତିଷ୍ଠାତା ଆମୀର ହମଜା ଉପରେ ଗୁଳିମାଡ଼, ଅବସ୍ଥା ଗୁରୁତର

ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାରୁ ବିରୋଧ କରି ଇମ୍ରାନ କହିଥିଲେ ଯେ ଜଜ୍ ଚୌଧୁରୀ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ବି ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ଟଳିଲା ବଡ଼ ଦୁର୍ଘଟଣା: ସ୍ପାଇସ୍ ଜେଟ୍ ଏବଂ ଆକାଶା ଏୟାର ବିମାନ ମଧ୍ୟରେ ଧକ୍କା

ଉଲ୍ଲେଖଯୋଗ୍ୟ ଯେ, ତ ଅଗଷ୍ଟ ମାସ ୨୦ ଇମ୍ରାନଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସାହାବାଜ୍‌ ଗିଲଙ୍କ ଉପରେ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖାଯାଇଥିଲା। ସାହାବାଜଙ୍କୁ ପୁଲିସ ମାଡ ମାରି ଲହୁଲୁହାଣ କରି ଦେଇଥିଲା ବେଳେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଇମ୍ରାନଙ୍କୁ ମଧ୍ୟ ଛଡ଼ାଯାଇ ନଥିଲା। ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଇସଲାମାବାଦ୍‌ରେ ରାଲି କରି ଇମ୍ରାନ ପୁଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରଦେଶ ରେୱାରେ ପୂର୍ବତନ ଜିଲ୍ଲା ଉପାଧ୍ୟକ୍ଷଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବତୀଙ୍କ ସହ ଆପତ୍ତିଜନକ ଅବସ୍ଥାରେ ନେତା

01 Oct 2022 By The Sakala

ଗିରଫ ହୋଇପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌, ଜାରି ହେଲା ଓ୍ବାରେଣ୍ଟ

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ନେତା ଇମ୍ରାନ ଖାନ ଗିରଫ ହୋଇପାରନ୍ତି। ଇମ୍ରାନ ଖାନଙ୍କ ନାଁରେ ଆରେଷ୍ଟ ଓ୍ବାରେଣ୍ଟ ଜାରି କରିଛନ୍ତି ଇସ୍ଲାମାବାଦର ଏକ କୋର୍ଟ। ଏକ ଅଦାଲତ ଅବମାନନା ଅଭିଯୋଗରେ ଇସ୍ଲାମାବାଦର ସିନିଅର ସିଭିଲ ଜଜ୍ ରାନା ମୁଜାହିଦ୍ ରହିମ ଶୁକ୍ରବାରଦିନ ଏହି ଓ୍ବାରେଣ୍ଟ ଜାରି କରିଛନ୍ତି । ଗତ ଅଗଷ୍ଟ ମାସ ୨୦ରେ ଇସ୍ଲାମାବାଦରେ ଅନୁଷ୍ଠିତ ଏକ ଜନସଭାରେ ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ପାଇଁ ଉଚ୍ଚ ପୁଲିସ ଅଧିକାରୀ, ବିଚାରପତି ଏବଂ ଉଚ୍ଚ ପ୍ରଶାସନିକ ଅଧିକାରୀଙ୍କୁ ଟାର୍ଗେଟ କରି ବିଷ ଓଗାଳିଥିଲେ ଇମ୍ରାନ। ଏଥି ସହିତ ସେ ଜିଲ୍ଲା ଜଜ୍ ଜେବା ଚୌଧୁରୀଙ୍କ ବିରୋଧରେ ବୟାନ ଦେଇଥିଲେ ।

ପିଟିଆଇ କର୍ମୀ ସାହାବାଜ ଗିଲଙ୍କୁ ଦୁଇଦିନିଆ ରିମାଣ୍ଡରେ ନେବାକୁ ପୁଲିସ କରିଥିବା ଆବେଦନକୁ ଜିଲ୍ଲା ଜଜ୍ ଜେବା ଚୌଧୁରୀ ମଂଜୁର କରିଥିଲେ । ଏହାରୁ ବିରୋଧ କରି ଇମ୍ରାନ କହିଥିଲେ ଯେ ଜଜ୍ ଚୌଧୁରୀ ଏହାର ପରିଣତି ଭୋଗିବାକୁ ପ୍ରସ୍ତୁତ ରୁହନ୍ତୁ । ଏହା ସହିତ ସେ ଇସ୍ଲାମାବାଦର ଆଇଜି ଓ ଡିଆଇଜିଙ୍କୁ ବି ଧମକାଇଥିଲେ । ଏହାକୁ ନେଇ ଇମ୍ରାନଙ୍କ ନାଁରେ ଅଭିଯୋଗ କରାଯାଇଥିଲା । ଇସ୍ଲାମାବାଦର ମର୍ଗାଲା ପୁଲିସ ଷ୍ଟେସନରେ ମାଜିଷ୍ଟ୍ରେଟ୍ ଅଲି ଜାଭେଦ ଏକ ଏଫଆଇଆର ରୁଜ୍ଜୁ କରିଥିଲେ । ତେବେ ଏହି ମାମଲାରେ କୋର୍ଟରେ ହାଜିର ହେବାକୁ ପୂର୍ବରୁ ଇମ୍ରାନ ଖାଁଙ୍କୁ ନୋଟିସ୍ ପଠାଯାଇଥିଲେ ବି ସେ ଆସିନଥିଲେ । ଫଳରେ କୋର୍ଟ ତାଙ୍କ ନାଁରେ ଓ୍ବାରେଣ୍ଟ ଜାରି କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ତ ଅଗଷ୍ଟ ମାସ ୨୦ ଇମ୍ରାନଙ୍କ ଜଣେ ଅତ୍ୟନ୍ତ ଘନିଷ୍ଠ ସାହାବାଜ୍‌ ଗିଲଙ୍କ ଉପରେ ପୁଲିସର ଅତ୍ୟଧିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଇସଲାମାବାଦରେ ତୀବ୍ର ବିଦ୍ରୋହ ଦେଖାଯାଇଥିଲା। ସାହାବାଜଙ୍କୁ ପୁଲିସ ମାଡ ମାରି ଲହୁଲୁହାଣ କରି ଦେଇଥିଲା ବେଳେ ସେ ଚିକିତ୍ସିତ ହେଉଥିବା ହସ୍ପିଟାଲକୁ ଇମ୍ରାନଙ୍କୁ ମଧ୍ୟ ଛଡ଼ାଯାଇ ନଥିଲା। ଏହି ଘଟଣାରେ ଜଣେ ସାମ୍ବାଦିକଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହାପରେ ଇସଲାମାବାଦ୍‌ରେ ରାଲି କରି ଇମ୍ରାନ ପୁଲିସ, ନ୍ୟାୟପାଳିକା ଏବଂ ସରକାରୀ ଅଧିକାରୀଙ୍କ ଉପରେ ବର୍ଷିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର