ଜାମ୍ମୁ -କାଶ୍ମୀରରେ ଗ୍ରେନେଡ୍ ବିସ୍ଫୋରଣ: ୨ ଯବାନ ସହିଦ

The Sakala Picture
Published On

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଗ୍ରେନେଡ୍ ବିସ୍ଫୋରଣରେ ୨ ଜଣ ଯବାନଙ୍କ ମୃତ୍ଯୁ ଘଟିଛି।  ଜଣେ ସେନା କ୍ଯାପଟେନ ଏବଂ ଜଣେ ଜୁନିୟର କମିଶନ ଅଫିସର (ଜେସିଓ) ଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ନିଜର କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ ନାଇବ-ସୁବେଦାର (ଜେସିଓ) ହେଲିକପ୍ଟର ଯୋଗେ […]

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ଗ୍ରେନେଡ୍ ବିସ୍ଫୋରଣରେ ୨ ଜଣ ଯବାନଙ୍କ ମୃତ୍ଯୁ ଘଟିଛି।  ଜଣେ ସେନା କ୍ଯାପଟେନ ଏବଂ ଜଣେ ଜୁନିୟର କମିଶନ ଅଫିସର (ଜେସିଓ) ଙ୍କ ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସୂଚନା ଅନୁଯାୟୀ, ରବିବାର ରାତିରେ ପୁଞ୍ଚ ଜିଲ୍ଲାର ମେଣ୍ଡାର ଅଞ୍ଚଳରେ କିଛି ଯବାନଙ୍କୁ ନିୟୋଜିତ କରାଯାଇଥିଲା। ନିଜର କର୍ତ୍ତବ୍ୟ ପାଳନ କରୁଥିବା ବେଳେ ଏହି ବିସ୍ଫୋରଣ ଘଟିଥିଲା ଗ୍ରେନେଡ୍ ବିସ୍ଫୋରଣ ପରେ ତୁରନ୍ତ ଆର୍ମି କ୍ୟାପଟେନ ଏବଂ ନାଇବ-ସୁବେଦାର (ଜେସିଓ) ହେଲିକପ୍ଟର ଯୋଗେ ଉଦ୍ଧାମପୁରକୁ ଏୟାରଲିଫ୍ଟ କରାଯାଇଥିଲା। କିନ୍ତୁ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଉଭୟଙ୍କର ମୃତ୍ୟୁ ହୋଇଥିଲା । ତେବେ ଗ୍ରେନେଡ୍‌ ବିସ୍ପୋରଣ କେମିତି ହେଲା । ଏହି ବିସ୍ପୋରଣ କେଉଁ ମାନଙ୍କର ହାତ ଅଛି ସେ ନେଇ ସୂଚନା ମିଳିପାରି ନାହିଁ। ତେବେ ଏହି ଗ୍ରେନେଡ୍ ବିସ୍ଫୋରଣ ପରେ ସୀମାବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

 

ଆହୁରି ପଢ଼ନ୍ତୁ: ଭାରତର ମୋଷ୍ଟ ୱାଣ୍ଟେଡ୍ ଗ୍ୟାଙ୍ଗଷ୍ଟର ହିମାଂଶୁ ଭାଉ ଆମେରିକାରେ ଗିରଫ, ରହିଛି ଅନେକ ହତ୍ୟା ଏବଂ ଅପରାଧ ମାମଲା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର