ହୃଦୟ ବିଦାରକ ଘଟଣା: ପ୍ରଧାନଶିକ୍ଷକ ସମେତ ୩ ଶିକ୍ଷକ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ, ଶିକ୍ଷୟତ୍ରୀ କରୁଥିଲେ ଭିଡିଓ

The Sakala Picture
Published On

ଅଲୱର: ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ବିଦ୍ୟାଳୟର ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି। ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଏଠାକାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ୪ ଜଣ ଶିକ୍ଷକ ଦୁଷ୍କର୍ମ […]

ଅଲୱର: ରାଜସ୍ଥାନର ଅଲୱାର ଜିଲ୍ଲାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏକ ସରକାରୀ ବିଦ୍ୟାଳୟର ଛାତ୍ରୀଙ୍କୁ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ୩ ଜଣ ଶିକ୍ଷକ ଦୁଷ୍କର୍ମ କରିଥିବା ପୀଡ଼ିତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୁକ୍ତ ଶିକ୍ଷକଙ୍କ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ସୂଚନା ଅନୁଯାୟୀ, ପୀଡ଼ିତା ଜଣକ ଏଠାକାର ଏକ ସରକାରୀ ବିଦ୍ୟାଳୟର ଦଶମ ଶ୍ରେଣୀରେ ପଢ଼ୁଥିବା ବେଳେ ସ୍କୁଲର ୪ ଜଣ ଶିକ୍ଷକ ଦୁଷ୍କର୍ମ କରୁଥିବା ସମୟରେ ଅନ୍ୟ ଦୁଇ ମହିଳା ଶିକ୍ଷୟତ୍ରୀ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ଏସବୁ ଘଟଣା ବାବଦରେ ପୀଡ଼ିତା ଜଣକ ନିଜ ବାପାଙ୍କୁ କହିବା ପରେ ଥାନାରେ ସେ ଅଭିଯୋଗ କରିଥିଲେ ।

ଆହୁରି ପଢ଼ନ୍ତୁ: ଡ୍ରୋନ୍ ଧକ୍କାରୁ ଅଳ୍ପକେ ବର୍ତ୍ତିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି: ବିମାନ ଯାତ୍ରା ବେଳେ ଘଟିଥିଲା ଅଘଟଣ

ପୀଡ଼ିତାଙ୍କ ବାପା ଜଣେ ଟ୍ରକ୍ ଡ୍ରାଇଭର ଥିବାରୁ ସେ ଅଧିକାଂଶ ବାହାରେ ରହୁଥିବାର ଜଣାପଡ଼ିଛି । ଏଥିସହ ପୀଡ଼ିତାଙ୍କ ମା’ ଜଣେ ମୁକ ଓ ବଧିର । ବାପା ଘରକୁ ଫେରିବା ପରେ ଝିଅଠୁ ଏସବୁ ବିଷୟରେ ଜାଣି ତାଜୁବ ହୋଇଯାଇଥିଲେ । ପରେ ନିକଟସ୍ଥ ଥାନାରେ ଅଭିଯୋଗ କରିଥିଲେ । ପୀଡ଼ିତାଙ୍କ କହିବାନୁସାରେ ମହିଳା ଶିକ୍ଷୟତ୍ରୀ ଜଣକ ତାଙ୍କୁ ଭଲ ଡ୍ରେସ୍, ବହିପତ୍ର ଦେବା ସହ ବିଦ୍ୟାଳୟର ସମସ୍ତ ଖର୍ଚ୍ଚ ବହନ କରିବାର ପ୍ରଲୋଭନ ଦେଖାଇ ବିଦ୍ୟାଳୟ ନିକଟରେ ରହୁଥିବା ଜଣେ ଶିକ୍ଷକଙ୍କ ଘରକୁ ସାଙ୍ଗରେ ନେଇ ଯାଇଥିଲେ । ସେଠାରେ ସ୍କୁଲର ପ୍ରଧାନଶିକ୍ଷକଙ୍କ ସମେତ ସ୍କୁଲର ଅନ୍ୟ ୩ ଜଣ ଶିକ୍ଷକ ଉପସ୍ଥିତ ଥିଲେ । ଏହା ପରେ ଜଣେ ମହିଳା ଶିକ୍ଷୟତ୍ରୀ ପୀଡ଼ିତାଙ୍କ ପୋଷାକ ବାହାର କରିବା ପରେ ସମସ୍ତ ଶିକ୍ଷକ ଗଣଦୁଷ୍କର୍ମ କରିବା ସହ ଦୁଇ ମହିଳା ଶିକ୍ଷୟତ୍ରୀ ଏହାର ଭିଡିଓ କରିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

କେବଳ ଏତିକି ନୁହେଁ ଗଣଦୁଷ୍କର୍ମ କରିବା ପରେ ଏ ବାବଦରେ କାହାକୁ କହିଲେ ପରୀକ୍ଷାରେ ଫେଲ କରାଇଦେବାର ଧମକ ଦେବା ସହ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲେ । ଏହା ପୂର୍ବରୁ ଅନ୍ୟ କେତେକ ଛାତ୍ରୀଙ୍କ ସହ ଏହି ଶିକ୍ଷକମାନେ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର