ଦେଶର ଏହି ୪ ରାଜ୍ୟରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଲା ଆତଙ୍କବାଦୀ ସଂଗଠନ ‘ଅଲ୍‌-କାଏଦା’

The Sakala Picture
Published On

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ଉପସାଗରୀୟ ଦେଶଗୁଡିକ ଜୋରଦାର ବିରୋଧ କରିଛନ୍ତି। ଏହା ପରେ ବିଜେପି ଏହି ମନ୍ତବ୍ୟ ଦେଇଥିବା ମୁଖପାତ୍ର ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଡ଼ା ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଦଳ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କ ତାଲିକା ପ୍ରସ୍ତୁତ କରି ବିବାଦରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛି। ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ଆତଙ୍କବାଦୀ ସଂଗଠନ […]

ନୂଆଦିଲ୍ଲୀ : ପୈଗମ୍ବର ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟକୁ ଉପସାଗରୀୟ ଦେଶଗୁଡିକ ଜୋରଦାର ବିରୋଧ କରିଛନ୍ତି। ଏହା ପରେ ବିଜେପି ଏହି ମନ୍ତବ୍ୟ ଦେଇଥିବା ମୁଖପାତ୍ର ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି କଡ଼ା ବାର୍ତ୍ତା ଦେବାକୁ ପ୍ରୟାସ କରିଛି। ଦଳ ଏଭଳି ବିବାଦୀୟ ମନ୍ତବ୍ୟ ଦେଉଥିବା ନେତାଙ୍କ ତାଲିକା ପ୍ରସ୍ତୁତ କରି ବିବାଦରୁ ଦୂରେଇ ରହିବାକୁ ମଧ୍ୟ ପରାମର୍ଶ ଦେଇଛି।

ଆହୁରି ପଢ଼ନ୍ତୁ: କିଭ୍‌ରେ ଋଷର ଭୟଙ୍କର ଡ୍ରୋନ୍ ଆକ୍ରମଣ: ଗୋଳାବାରୁଦ ଗୋଦାମରେ ବିସ୍ଫୋରଣ ଯୋଗୁଁ ୨୭ ମୃତ, ୪୨ ଆହତ

ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ଆତଙ୍କବାଦୀ ସଂଗଠନ ଅଲକାଏଦା ଭାରତକୁ ଧମକ ଦେଇଛି। ଏହା ଆତଙ୍କବାଦୀ ସଂଗଠନ ୨ ପୃଷ୍ଠାର ଚିଠି ଜାରି କରିଛି। ଏଥିରେ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଏବଂ ଗୁଜରାଟରେ ଆତ୍ମଘାତୀ ଆକ୍ରମଣ କରିବାକୁ ଧମକ ଦେଇଛି। ଚିଠିରେ କୁହାଯାଇଛି ଯେ ପୈଗମ୍ବରକୁ ଅପମାନିତ କରୁଥିବା ଲୋକଙ୍କୁ ହତ୍ୟା କରାଯିବ। ଆମେ ନିଜ କିମ୍ବା ଶିଶୁଙ୍କ ଶରୀରରେ ବିସ୍ଫୋରକ ବାନ୍ଧି ବିସ୍ଫୋରଣ କରି ସେମାନଙ୍କୁ ଉଡାଇଦେବୁ। ସେମାନଙ୍କୁ କ୍ଷମା ଦିଆଯିବ ନାହିଁ। କୌଣସି ଶାନ୍ତି ଏବଂ ସୁରକ୍ଷା ସେମାନଙ୍କୁ ବଞ୍ଚାଇ ପାରିବ ନାହିଁ। ଗୈରିକ ଆତଙ୍କବାଦୀ ଦିଲ୍ଲୀ, ବମ୍ବେ, ୟୁପି ଏବଂ ଗୁଜରାଟରେ ନିଜ ଅନ୍ତ ସମୟର ଅପେକ୍ଷା କରିବା ଉଚିତ୍‌। ସେମାନଙ୍କୁ କେଉଁଠି ଶରଣ ମିଳିବ ନାହିଁ।

ଆହୁରି ପଢ଼ନ୍ତୁ: NCLT-ରେ ସୁଭାଷ ଚନ୍ଦ୍ରଙ୍କ ଦେବାଳିଆ ମାମଲାର ପୁଣି ହେବ ଶୁଣାଣି: ୨୨ ହଜାର କୋଟି ଋଣ ବଦଳରେ ମାତ୍ର ୬.୫ କୋଟି ଦେବା ପ୍ରସ୍ତାବରେ ଫସିଲା ପେଞ୍ଚ

ପୂର୍ବରୁ ୫୭ ମୁସଲିମ ଦେଶର ସଂଗଠନ ଓଆଇସି ଏହି ମନ୍ତବ୍ୟକୁ ବିରୋଧ କରିଛି। କିଛି ଆରବ ଦେଶ ମଧ୍ୟ ଭାରତୀୟ ସାମଗ୍ରୀ ବର୍ଜନ କରିବା ଆରମ୍ଭ କରିଛନ୍ତି। କାତାର, କୁଏତ ଭଳି ମୁସଲିମ ରାଷ୍ଟ୍ର ଭାରତ ବିରୋଧୀ ମନ୍ତବ୍ୟ ଦେଇଥିବାବେଳେ କିଛି ମୁସଲିମ ଦେଶ ଭାରତ ସରକାରଙ୍କ ପଦକ୍ଷେପକୁ ସମର୍ଥନ ଦେଇଛନ୍ତି। ମାଳଦ୍ବୀପ ଏଥିରେ ଆଗରେ ରହିଛି। ପାକିସ୍ତାନ ଏବଂ ଚୀନ୍‌ ସମର୍ଥକ ଆଣିଥିବା ପ୍ରସ୍ତାବକୁ ମାଳଦ୍ବୀପ ସଂସଦ ଖାରଜ କରିଦେଇଛି। ମାଳଦ୍ବୀପର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଆଣିଥିବା ଏହି ପ୍ରସ୍ତାବ ସପକ୍ଷରେ ୧୦ ଏବଂ ବିରୋଧରେ ୩୩ ସାଂସଦ ଭୋଟ ଦେଇଥିଲେ।ସେହିପରି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ନୂପୁର ଶର୍ମାଙ୍କ ମନ୍ତବ୍ୟ କେନ୍ଦ୍ର ଏନଡିଏ ସରକାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ସେ ଭାରତ ସରକାରଙ୍କ ଅଧିକାରୀ ନଥିଲେ। ଉପସାଗରୀୟ ଦେଶ ସହ ଭାରତର ସମ୍ବନ୍ଧ ପୂର୍ବଭଳି ଜାରି ରହିବ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର