ବ୍ଲୁମବର୍ଗ ରିପୋର୍ଟ: ବର୍ଷକ ପରେ ପୁଣି ଆମେରିକା ଉପର ଆକ୍ରମଣ କରିବ ଅଲ କାଏଦା !

The Sakala Picture
Published On

ୱାଶିଂଟନ୍‌: ଆଫଗାନିସ୍ତାନରେ ତାଲିବାନ ଗୋଷ୍ଠୀ କ୍ଷମତାସୀନ ହେବା ପରେ ଦୁର୍ଦ୍ଦଷ ଆତଙ୍କୀ ସଂଗଠନ ଅଲ କାଏଦା ପୁଣି ଥରେ ସକ୍ରିୟ ହୋଇଛି। ଏଥିନେଇ ବିଭିନ୍ନ ସୂତ୍ରରୁ ସୂଚନା ମିଳିସାରିଥିବା ବେଳେ ଆସନ୍ତା ବର୍ଷେ କିମ୍ବା ସର୍ବାଧିକ ଦୁଇ ବର୍ଷ ମଧ୍ୟରେ ଆମେରିକା ଉପରେ ପୁଣିଥରେ ଏହି ଗୋଷ୍ଠୀ ଆକ୍ରମଣ କରିପାରେ ବୋଲି ବ୍ଲୁମ୍‌ବର୍ଗ ରିପୋର୍ଟରେ କୁହାଯାଇଛି। ଏଭଳି ଆଶଙ୍କାକୁ ନେଇ ଆମେରିକା ପ୍ରତିରକ୍ଷା ବିଭାଗରୁ ଦୁଇ ବରିଷ୍ଠ ଗୁଇନ୍ଦା ବିଭାଗୀୟ ଅଧିକାରୀଙ୍କ ଉକ୍ତିକୁ ଅଧାର କରି ବ୍ଲୁମ୍ବବର୍ଗ […]

ୱାଶିଂଟନ୍‌: ଆଫଗାନିସ୍ତାନରେ ତାଲିବାନ ଗୋଷ୍ଠୀ କ୍ଷମତାସୀନ ହେବା ପରେ ଦୁର୍ଦ୍ଦଷ ଆତଙ୍କୀ ସଂଗଠନ ଅଲ କାଏଦା ପୁଣି ଥରେ ସକ୍ରିୟ ହୋଇଛି। ଏଥିନେଇ ବିଭିନ୍ନ ସୂତ୍ରରୁ ସୂଚନା ମିଳିସାରିଥିବା ବେଳେ ଆସନ୍ତା ବର୍ଷେ କିମ୍ବା ସର୍ବାଧିକ ଦୁଇ ବର୍ଷ ମଧ୍ୟରେ ଆମେରିକା ଉପରେ ପୁଣିଥରେ ଏହି ଗୋଷ୍ଠୀ ଆକ୍ରମଣ କରିପାରେ ବୋଲି ବ୍ଲୁମ୍‌ବର୍ଗ ରିପୋର୍ଟରେ କୁହାଯାଇଛି। ଏଭଳି ଆଶଙ୍କାକୁ ନେଇ ଆମେରିକା ପ୍ରତିରକ୍ଷା ବିଭାଗରୁ ଦୁଇ ବରିଷ୍ଠ ଗୁଇନ୍ଦା ବିଭାଗୀୟ ଅଧିକାରୀଙ୍କ ଉକ୍ତିକୁ ଅଧାର କରି ବ୍ଲୁମ୍ବବର୍ଗ ଏହି ରିପୋର୍ଟ ପ୍ରସ୍ତୁତ କରିଛି ।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ କଡ଼ା ନିର୍ଦ୍ଦେଶ: ଟିଭି ବିତର୍କରେ ଅଶାଳୀନ ମନ୍ତବ୍ୟ ଦେଲେ ତୁରନ୍ତ କାଟନ୍ତୁ ଲାଇଭ୍ ଫିଡ୍

ପୂର୍ବରୁ ଆଫଗାନିସ୍ତାନରେ ଆମେରିକା ଏବଂ ନାଟୋ ସେନାଙ୍କ ଉପସ୍ଥିତିରେ ଅଲ କାଏଦା ଗୋଷ୍ଠୀ ଏକପ୍ରକାର ନିଷ୍କ୍ରିୟ ରହିଥିବା ବେଳେ ଏବେ ପୁଣିଥରେ ନିଜର କାର୍ଯ୍ୟକଳାପ ବଢିବାରେ ଲାଗିଛି। ଅଲ କାଏଦା ନେତା ଆୟମନ ଅଲ-ଜୱାହିରିର ମୃତ୍ୟୁ ହୋଇଥିବା କିଛି ଦିନ ତଳେ କୁହାଯାଇଥିଲେ ହେଁ ୯/୧୧ ଘଟଣାର ୨୦ ବର୍ଷ ପୂର୍ତ୍ତି ଦିବସରେ ତାହାର ଏକ ଭିଡିଓ ଜାରି କରାଯାଇଛି ଏବଂ ସେ ଜୀବିତ ଥିବା ଅଲ କାଏଦା ଦାବି କରିଛି। ଆଫଗାନିସ୍ତାନରେ ଆତଙ୍କବାଦକୁ ତାଲିବାନ ସରକାର କୌଣସି ମତେ ପ୍ରୋତ୍ସାହନ ଦେବ ନାହିଁ ବୋଲି କହିଥିଲା । ହେଲେ ସରକାରରେ ଏବେ ବହୁ ଆତଙ୍କୀ ସଂଗଠନର ଦୁର୍ଦ୍ଦଷ ନେତା ସାମିଲ ହୋଇଛନ୍ତି। ଯାହାକୁ ନେଇ ଅଲ କାଏଦା ପୁଣିଥରେ ନିଜର କାୟା ବିସ୍ତାର କରିବା ଆରମ୍ଭ କରିଛି ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବର କିଙ୍ଗ ଫାହଦ ବିମାନବନ୍ଦର ଉପରେ ଅତର୍କିତ ଡ୍ରୋନ୍ ଆକ୍ରମଣ: ଏକାଧିକ ବିମାନର ଗତିପଥ ପରିବର୍ତ୍ତନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର