୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଝଟକା : ଏନଡିଏରୁ ଅଲଗା ହେଲା ଏଆଇଏଡିଏମକେ
ଚେନ୍ନାଇ : ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ)ସହିତ ସମ୍ପର୍କକୁ ସମାପ୍ତ କରିଛି । ପାର୍ଟି ଡେପୁଟି ସଂଯୋଜକ କେ.ପି ମୁନୁସାମି ଏହି ସରକାରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଆଇଏଡିଏମକେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଛି।ସୋମବାର ବସିଥିବା ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଆଜିଠାରୁ […]
ଚେନ୍ନାଇ : ୨୦୨୪ ନିର୍ବାଚନ ପୂର୍ବରୁ ବିଜେପିକୁ ଲାଗିଛି ବଡ଼ ଝଟକା। ତାମିଲନାଡୁର ଅଖିଳ ଭାରତୀୟ ଆନ୍ନା ଦ୍ରାବିଡ଼ ମୁନେତ୍ରା କଜଗମ (ଏଆଇଏଡିଏମକେ) ସୋମବାର ବିଜେପି ଏବଂ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ(ଏନଡିଏ)ସହିତ ସମ୍ପର୍କକୁ ସମାପ୍ତ କରିଛି । ପାର୍ଟି ଡେପୁଟି ସଂଯୋଜକ କେ.ପି ମୁନୁସାମି ଏହି ସରକାରୀ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଏଆଇଏଡିଏମକେ ସର୍ବସମ୍ମତି କ୍ରମେ ଏକ ସଂକଳ୍ପ ପାରିତ କରିଛି।ସୋମବାର ବସିଥିବା ଏଆଇଏଡିଏମକେ ବୈଠକରେ ଏ ନେଇ ଏକ ପ୍ରସ୍ତାବ ଗୃହୀତ ହୋଇଛି। ଆଜିଠାରୁ ବିଜେପି ଏବଂ ଏନଡିଏ ମିଳିତ ମଞ୍ଚ ସହ AIADMK ସମସ୍ତ ସମ୍ପର୍କ ଭାଙ୍ଗୁଛି।
ସେ ଆହୁରି ମଧ୍ୟ କହିଛନ୍ତି ଗତ ଏକ ବର୍ଷ ଧରି ବିଜେପିର ରାଜ୍ୟ ନେତୃତ୍ୱ ଆମର ପୂର୍ବତନ ନେତା, ଆମର ସାଧାରଣ ସମ୍ପାଦକ ଇପିଏସ୍ (ଇଡାପାଡି ପଲାନିସ୍ୱାମୀ) ଏବଂ ଆମ କର୍ମୀମାନଙ୍କ ଉପରେ ଅନାବଶ୍ୟକ ମନ୍ତବ୍ୟ ଦେଉଛନ୍ତି। କିଛିଦିନ ହେବ ବିବାଦୀୟ ମନ୍ତବ୍ୟକୁ ନେଇ ଉଭୟ ଦଳ ମଧ୍ୟରେ ବିବାଦ ଲାଗିଥିଲା । ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଏନ ଆନ୍ନା ଦୁରାଇ ଏବଂ ତାମିଲନାଡ଼ୁ ବିଜେପି ମୁଖ୍ୟ କେ.ଆନ୍ନାମଲାଇଙ୍କ ମଧ୍ୟରେ ତିକ୍ତତା ତଥା ବିବାଦୀୟ ମଣ୍ଡବ୍ୟ ଲାଗି ରହିଥିଲା । ୧୯୫୬ ମସିହାରେ ମଦୁରାଇରେ ଏକ କାର୍ଯ୍ୟକ୍ରମରେ ଅନ୍ନଦୁରାଇ ହିନ୍ଦୁ ଧର୍ମକୁ ଅପମାନିତ କରିଥିବା ଅଭିଯୋଗ ହେବା ପରେ ଅନ୍ନାମଲାଇଙ୍କ ମନ୍ତବ୍ୟ ଏକ ବିବାଦ ସୃଷ୍ଟି କରିଥିଲା।
ଏହାକୁ ନେଇ ବିଜେପି ସହ ଏଆଇଏଡିଏମକେ ସମ୍ପର୍କ ତୁଟାଇବାକୁ ନିଷ୍ପତ୍ତି ନେଇଥିଲା। ତଥାପି ଶନିବାର ଦିଲ୍ଲୀରେ ଏଆଇଏଡିଏମକେକୁ ବୁଝାଇବାକୁ ବିଜେପି ସବୁ ପ୍ରକାରର ପ୍ରୟାସ କରିଥିଲା। କିନ୍ତୁ ଏଆଇଏଡିଏମକେ ନିଜ ଜିଦରେ ଅଟଳ ରହିବା ସହ ଆନ୍ନାମଲାଇ କ୍ଷମା ମାଗନ୍ତୁ କିମ୍ବା ତାଙ୍କ ବଦଳରେ ଜଣେ ଅଣ ବିବାଦୀୟ ନେତାଙ୍କୁ ବିଜେପି ତାମିଲନାଡୁ ମୁଖ୍ୟ କରୁ ବୋଲି ଦାବି ରଖିଥିଲା। ହେଲେ ବିଜେପି ପକ୍ଷରୁ କୌଣସି ପ୍ରକାରର ପଦକ୍ଷେପ ନିଆ ଯାଇ ନଥିଲା। ତେଣୁ ଏବେ ଏଆଇଏଡିଏମକେ ସମ୍ପର୍କଚ୍ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି।
ଦଳ ପକ୍ଷରୁ ଏକ ଟୁଇଟ କରି କୁହାଯାଇଛି ଯେ, ଦଳର ସାଧାରଣ ସମ୍ପାଦକ ଇ.କେ.ପାଲାନିସ୍ବାମୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି ଯେ ୨ କୋଟି କର୍ମୀଙ୍କ ଇଚ୍ଛା ଓ ଇଚ୍ଛାକୁ ସମ୍ମାନ ଦେଇ ଏଆଇଏଡିଏମକେ ଆଜିଠାରୁ ଏନଡିଏରୁ ଓହରିଯିବ। ୨୦୨୪ ଲୋକସଭା ନିର୍ବାଚନରେ ଏଆଇଏଡିଏମକେ ଏକ ଭିନ୍ନ ମୋର୍ଚ୍ଚାର ନେତୃତ୍ୱ ନେବ ବୋଲି କହିଛି।