ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ଲୋକସଭାରେ ପାରିତ ହେଲା କୃଷି ଆଇନ ଉଛେଦ ବିଲ

The Sakala Picture
Published On

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ପାରିତ ହୋଇଛି କୃଷି ଆଇନ ଉଛେଦ ବିଲ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିଥିବା ବେଳେ ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍‌ ବିର୍ଲା ଘୋଷଣା କରିଛନ୍ତି। ତେବେ ଏହି ସମୟରେ ପ୍ରବଳ ହଟ୍ଟଗୋଳ ସହ ଅନେକ ବିରୋଧ ମଧ୍ୟ ଦେଖିବାକୁ […]

ନୂଆଦିଲ୍ଲୀ : ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ସୋମବାର ଆରମ୍ଭ ହୋଇଥିବା ସଂସଦର ଶୀତ ଅଧିବେଶନର ପ୍ରଥମ ଦିନରେ ଲୋକସଭାରେ ପାରିତ ହୋଇଛି କୃଷି ଆଇନ ଉଛେଦ ବିଲ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ କୃଷି ଆଇନ ରଦ୍ଦ ବିଲ୍ ୨୦୨୧କୁ ଉପସ୍ଥାପନ କରିଥିବା ବେଳେ ବାଚନିକ ଭୋଟରେ ବିଲ୍ ପାରିତ ନେଇ ବାଚସ୍ପତି ଓମ୍‌ ବିର୍ଲା ଘୋଷଣା କରିଛନ୍ତି। ତେବେ ଏହି ସମୟରେ ପ୍ରବଳ ହଟ୍ଟଗୋଳ ସହ ଅନେକ ବିରୋଧ ମଧ୍ୟ ଦେଖିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

କଂଗ୍ରେସ, ତୃଣମୂଳ ସହ ବିରୋଧୀ ଦଳ ଏହି କୃଷି ଆଇନ୍‌ ସମ୍ପର୍କରେ ଚର୍ଚ୍ଚା ପାଇଁ ଦାବି କରିଥିଲେ। କିନ୍ତୁ ବାଚସ୍ପତି ସେମାନଙ୍କ ଚର୍ଚ୍ଚା ଆବେଦନ ଆଗ୍ରାହ୍ୟ ହେବାରୁ ବିରୋଧୀ ଗୃହରେ ହୋ ହଲ୍ଲା କରିଥିଲେ। ଫଳରେ ଗୃହ ଅଚଳ ହୋଇଯାଇଥିଲା। । ଯେଉଁଥିପାଇଁ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବୀ କରିଛନ୍ତି ବାଚସ୍ପତି । ଗୃହରେ ବିରୋଧୀଦଳଙ୍କୁ କୃଷି ଆଇନ୍‌ ସମ୍ପର୍କରେ ଆଲୋଚନା କରିବାକୁ ନଦେବା କାରଣରୁ ଗାନ୍ଧିମୂର୍ତ୍ତି ତଳେ ସମସ୍ତ ବିରୋଧୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ଅନ୍ୟପଟେ ଲୋକସଭାରେ କୃଷି ଆଇନ ଉଛେଦ ବିଲ ପାରିତ ହେବା ପରେ ଚାଷୀ ନେତା ରାକେଶ ଟିକାୟତ ଖୁସିବ୍ୟକ୍ତ କରିବା ସହ କହିଛନ୍ତି ଯେ, ଦେଢ ବର୍ଷ ଧରି ଚାଲିଥିବା ଆନ୍ଦୋଳନରେ ଯେଉଁ ୭୫୦ ଜଣ ଚାଷୀ ଏହି ଆଇନ ଉଛେଦ ପାଇଁ ନିଜର ଜୀବନ ହାରିଛନ୍ତି ସେମାନଙ୍କ ପାଇଁ ଏହା ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । କିନ୍ତୁ ଏହି ଚାଷୀ ଆନ୍ଦୋଳନ ଆଗକୁ ମଧ୍ୟ ଜାରି ରହିବ ଯେତେବେଳେ ଯାଏଁ ଏମଏସପି ବାବଦରେ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି ।

ସୂଚନାଯୋଗ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁ ପର୍ବ ଦିନ ତିନି କୃଷି ଆଇନ୍‌ ପ୍ରତ୍ୟାହର ନେଇ ଘୋଷଣା କରିଥିଲେ। ଏଥିସହ ମୋଦି ଦେଶବାସୀଙ୍କୁ କ୍ଷମା ମାଗିଥିଲେ। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀମାନଙ୍କୁ ଘରକୁ ଫେରିଯିବାକୁ କହିଥିଲେ। ଆସନ୍ତା ସଂସଦର ଶୀତ ଅଧିବେଶନରେ ଆଇନକୁ ପ୍ରତ୍ୟାହାର କରିବାକୁ ସବୁ ପ୍ରକାରର ସାମ୍ବିଧାନିକ ବ୍ୟବସ୍ଥା ଗ୍ରହଣ କରିବୁ ବୋଲି କହିଥିଲେ। ପରେ ଏହି କୃଷି ଆଇନ୍‌ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ୍‌ର ମୋହର ମାରିଥିବା ବେଳେ ଆଜି ଲୋକସଭାରେ  ଏହି ବିଲ୍‌ ପାରିତ ହୋଇଛି।

29 Nov 2021 By The Sakala

https://www.thesakala.in/national-international/agricultural-law-withdrawal-bill-passed-in-lok-sabha/article-7239
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର