ମୋଦୀ 3.0ରେ ମନ୍ତ୍ରୀ ପଦ ଟେନ୍‌ସନ୍‌ : ଏନସିପି ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ନେଇ ଶିବସେନା ଖପ୍ପା

The Sakala Picture
Published On

ନୂଆଦିଲ୍ଲୀ : ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଥିଲେ। ତେବେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଶପଥ ନେବା ପରେ ଆରମ୍ଭ ହୋଇଛି ମନ୍ତ୍ରୀ ପାହ୍ୟାକୁ […]

ନୂଆଦିଲ୍ଲୀ : ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଥିଲେ।

ଆହୁରି ପଢ଼ନ୍ତୁ: ଇରାନୀ ଡ୍ରୋନ୍ ଆକ୍ରମଣରେ ଆମେରିକୀୟ ସୈନିକଙ୍କ ମୃତ୍ୟୁ: ଟ୍ରମ୍ପଙ୍କ ନିର୍ଦ୍ଦେଶରେ ଇରାନ ଉପରେ ବଡ଼ ଧରଣର ଏୟାର ଷ୍ଟ୍ରାଇକ୍

ତେବେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଶପଥ ନେବା ପରେ ଆରମ୍ଭ ହୋଇଛି ମନ୍ତ୍ରୀ ପାହ୍ୟାକୁ ନେଇ ଟେନ୍‌ସନ୍‌। ଏନସିପି ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ନେଇ ବିଜେପିର ସହଯୋଗୀ ଦଳ ଶିବସେନା ଖପ୍ପା ହୋଇଛି। ଏକନାଥ ସିନ୍ଦେଙ୍କ ଶିବସେନାକୁ ମୋଦୀଙ୍କ ତୃତୀୟ ଇନିଂସରେ ଗୋଟିଏ କ୍ୟାବିନେଟ୍‌ ମନ୍ତ୍ରୀ ମିଳିବା କଥା କିନ୍ତୁ ଦଳର ସାଂସଦ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ମିଳିଛି। ଯାହାକୁ ନେଇ ନିଜର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛି ଶିବସେନା।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଶିବସେନା ଦଳର ମୁଖ୍ୟ ସଚେତକ ଶ୍ରୀରାଙ୍ଗ ବର୍ଣ୍ଣେ କହିଛନ୍ତି, “ଆମେ ଗୋଟିଏ କ୍ୟାବିନେଟ ପଦ ପାଇଁ ଆଶା ରଖିଥିଲୁ। କର୍ଣ୍ଣାଟକର ଏଚଡି କୁମାରସ୍ୱାମୀଙ୍କ ଦଳର ଦୁଇଜଣ ସାଂସଦ ଅଛନ୍ତି, ସେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଜିତନ ରାମ ମାଞ୍ଝୀ ହେଉଛନ୍ତି ଏକମାତ୍ର ସାଂସଦ, ସେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଚିରାଗ ପାସୱାନଙ୍କ ଦଳର ପାଞ୍ଚ ଜଣ ସାଂସଦ ଜିତିଛନ୍ତି, ସେ ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଶିବସେନାରେ ୭ ଜଣ ସାଂସଦ ଥିବାବେଳେ ଆମକୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ମିଳିଛି। ଆମେ ବିଜେପିର ସବୁଠୁ ପୁରୁଣା ସହଯୋଗୀ ଦଳ, ଏଣୁ ଆମକୁ ଗୋଟିଏ କ୍ୟାବିନେଟ୍‌ ମନ୍ତ୍ରୀ ଦେବା କଥା ବୋଲି ଶ୍ରୀରାଙ୍ଗ ବର୍ଣ୍ଣେ କହିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର

ସୂଚନାଯୋଗ୍ୟ ଶିବସେନା ପୂର୍ବରୁ ବିଜେପିର ଅନ୍ୟତମ ସହଯୋଗୀ ଅଜିତ ପାୱାରଙ୍କ ଏନସିପି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବାରୁ ଖୋଲାଖୋଲି ନିଜର ଅସନ୍ତୋଷ ଜାହିରି କରିଥିଲେ। କେନ୍ଦ୍ରରେ ଏନସିପିକୁ ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ପଦ ଯଚାଯାଇଥିଲା। କିନ୍ତୁ ଦଳ ଏହାକୁ ଗ୍ରହଣ କରିନାହିଁ।

10 Jun 2024 By The Sakala

ମୋଦୀ 3.0ରେ ମନ୍ତ୍ରୀ ପଦ ଟେନ୍‌ସନ୍‌ : ଏନସିପି ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ନେଇ ଶିବସେନା ଖପ୍ପା

ନୂଆଦିଲ୍ଲୀ : ରବିବାର ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀ ଶପଥ ଗ୍ରହଣ କରିଛନ୍ତି। ମୋଦୀଙ୍କ ସହିତ ନୂଆ ମେଣ୍ଟ ସରକାରର ୭୧ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରୁ ୩୦ ଜଣ କ୍ୟାବିନେଟ୍ ପାହ୍ୟା ମନ୍ତ୍ରୀ ଥିବା ବେଳେ ୫ ଜଣ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ଏବଂ ୩୬ ଜଣ ରାଷ୍ଟ୍ରମନ୍ତ୍ରୀ ଥିଲେ।

ତେବେ ଗତକାଲି ପ୍ରଧାନମନ୍ତ୍ରୀଙ୍କ ସହ ମନ୍ତ୍ରୀମାନେ ଶପଥ ନେବା ପରେ ଆରମ୍ଭ ହୋଇଛି ମନ୍ତ୍ରୀ ପାହ୍ୟାକୁ ନେଇ ଟେନ୍‌ସନ୍‌। ଏନସିପି ପରେ ରାଷ୍ଟ୍ରମନ୍ତ୍ରୀ ପାହ୍ୟାକୁ ନେଇ ବିଜେପିର ସହଯୋଗୀ ଦଳ ଶିବସେନା ଖପ୍ପା ହୋଇଛି। ଏକନାଥ ସିନ୍ଦେଙ୍କ ଶିବସେନାକୁ ମୋଦୀଙ୍କ ତୃତୀୟ ଇନିଂସରେ ଗୋଟିଏ କ୍ୟାବିନେଟ୍‌ ମନ୍ତ୍ରୀ ମିଳିବା କଥା କିନ୍ତୁ ଦଳର ସାଂସଦ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ମିଳିଛି। ଯାହାକୁ ନେଇ ନିଜର କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଛି ଶିବସେନା।

ଶିବସେନା ଦଳର ମୁଖ୍ୟ ସଚେତକ ଶ୍ରୀରାଙ୍ଗ ବର୍ଣ୍ଣେ କହିଛନ୍ତି, “ଆମେ ଗୋଟିଏ କ୍ୟାବିନେଟ ପଦ ପାଇଁ ଆଶା ରଖିଥିଲୁ। କର୍ଣ୍ଣାଟକର ଏଚଡି କୁମାରସ୍ୱାମୀଙ୍କ ଦଳର ଦୁଇଜଣ ସାଂସଦ ଅଛନ୍ତି, ସେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଜିତନ ରାମ ମାଞ୍ଝୀ ହେଉଛନ୍ତି ଏକମାତ୍ର ସାଂସଦ, ସେ କ୍ୟାବିନେଟ ମନ୍ତ୍ରୀ ପଦ ପାଇଛନ୍ତି। ଚିରାଗ ପାସୱାନଙ୍କ ଦଳର ପାଞ୍ଚ ଜଣ ସାଂସଦ ଜିତିଛନ୍ତି, ସେ ମଧ୍ୟ କ୍ୟାବିନେଟରେ ସ୍ଥାନ ପାଇଛନ୍ତି। ଶିବସେନାରେ ୭ ଜଣ ସାଂସଦ ଥିବାବେଳେ ଆମକୁ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ମିଳିଛି। ଆମେ ବିଜେପିର ସବୁଠୁ ପୁରୁଣା ସହଯୋଗୀ ଦଳ, ଏଣୁ ଆମକୁ ଗୋଟିଏ କ୍ୟାବିନେଟ୍‌ ମନ୍ତ୍ରୀ ଦେବା କଥା ବୋଲି ଶ୍ରୀରାଙ୍ଗ ବର୍ଣ୍ଣେ କହିଛନ୍ତି।

ସୂଚନାଯୋଗ୍ୟ ଶିବସେନା ପୂର୍ବରୁ ବିଜେପିର ଅନ୍ୟତମ ସହଯୋଗୀ ଅଜିତ ପାୱାରଙ୍କ ଏନସିପି ମଧ୍ୟ କ୍ୟାବିନେଟ ମନ୍ତ୍ରୀ ପଦ ନ ମିଳିବାରୁ ଖୋଲାଖୋଲି ନିଜର ଅସନ୍ତୋଷ ଜାହିରି କରିଥିଲେ। କେନ୍ଦ୍ରରେ ଏନସିପିକୁ ବିଜେପି ପକ୍ଷରୁ ରାଷ୍ଟ୍ରମନ୍ତ୍ରୀ ପଦ ଯଚାଯାଇଥିଲା। କିନ୍ତୁ ଦଳ ଏହାକୁ ଗ୍ରହଣ କରିନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର