ଆଫଗାନିସ୍ତାନରୁ ଉଦ୍ଧାର ହେଲେ ଶିଖ ସାଂସଦ: ଭାବପ୍ରବଣ ହେବା ସହ କାନ୍ଦି କାନ୍ଦି କହିଲେ କାବୁଲର ଦୁଃଖ ଭରା କାହାଣୀ

The Sakala Picture
Published On

କାବୁଲ: କାବୁଲରୁ ଭାରତ ଫେରିଛନ୍ତି ଆଉ ୧୬୮ ଯାତ୍ରୀ। ଭାରତୀୟ ବାୟୁସେନାର ସି-୧୭ ବିମାନରେ ସେମାନେ ଭାରତ ଫେରିଛନ୍ତି। ହିଣ୍ଡନ୍ ଏୟାରବେସରେ ଅବତରଣ କରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ। ଏମାନଙ୍କ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନର ଶିଖ ସାଂସଦ ନରେନ୍ଦ୍ର ସିଂ। ଭାରତରେ ପହଞ୍ଚିବା ପରେ ସେ ଭାବପ୍ରବଣ ହେବା ସହ କାନ୍ଦି କାନ୍ଦି କାବୁଲର ଦୁଃଖ ଭରା କାହାଣୀ କହିଛନ୍ତି।  ୨୦ ବର୍ଷ ଧରି ଦେଶର ବିକାଶ ପାଇଁ ଯେଉଁ ସରକାର ଆମେ ଗଠନ କରିଥିଲୁ ତାହା ଏମିତି ପଳେଇଯିବ କେବେ […]

କାବୁଲ: କାବୁଲରୁ ଭାରତ ଫେରିଛନ୍ତି ଆଉ ୧୬୮ ଯାତ୍ରୀ। ଭାରତୀୟ ବାୟୁସେନାର ସି-୧୭ ବିମାନରେ ସେମାନେ ଭାରତ ଫେରିଛନ୍ତି। ହିଣ୍ଡନ୍ ଏୟାରବେସରେ ଅବତରଣ କରିଛି ବାୟୁସେନାର ସ୍ୱତନ୍ତ୍ର ବିମାନ। ଏମାନଙ୍କ ମଧ୍ୟରେ ଅଛନ୍ତି ଆଫଗାନିସ୍ତାନର ଶିଖ ସାଂସଦ ନରେନ୍ଦ୍ର ସିଂ। ଭାରତରେ ପହଞ୍ଚିବା ପରେ ସେ ଭାବପ୍ରବଣ ହେବା ସହ କାନ୍ଦି କାନ୍ଦି କାବୁଲର ଦୁଃଖ ଭରା କାହାଣୀ କହିଛନ୍ତି।  ୨୦ ବର୍ଷ ଧରି ଦେଶର ବିକାଶ ପାଇଁ ଯେଉଁ ସରକାର ଆମେ ଗଠନ କରିଥିଲୁ ତାହା ଏମିତି ପଳେଇଯିବ କେବେ ଭାବି ନ ଥିଲୁ। ଏବେ ସବୁ କିଛି ଶେଷ ହୋଇଗଲା। ଜଣେ ସାଂସଦ ଭାବେ ଦେଶ ଛାଡିବା କେତେ ଯନ୍ତ୍ରଣା ଦାୟକ ତାହା କେହି ବୁଝିପାରିବେ ନାହିଁ । ତେବେ ତାଙ୍କୁ ସୁରକ୍ଷିତ ଭାବେ ଅଣା ଯାଇଥିବାରୁ ସେ ଭାରତ ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ


ସୂଚନା ଅନୁଯାୟୀ, ଭାରତ ସରକାରଙ୍କ ପକ୍ଷରୁ ନିଜ ନାଗରିକଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରହିଛି । ଏବେ ଅଧିକ ବିମାନ କାବୁଲ ପଠାଯିବ । ପ୍ରତ୍ୟେକ ଦିନ ଦୁଇଟି ବିମାନ ଉଡାଣ ପାଇଁ ଭାରତକୁ ଅନୁମତି ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର