ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ଜାତୀୟ ଆଇକନ୍ କଲେ ନିର୍ବାଚନ ଆୟୋଗ

The Sakala Picture
Published On

ମୁମ୍ବାଇ: ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିଜର ଜାତୀୟ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୋମବାର ଏହି ଘୋଷଣା କରିଛନ୍ତି। ଭୋଟ୍ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍ ପାଇଁ ପ୍ରଚାର କରିବାକୁ ନିର୍ବାଚନ ଆୟୋଗ ଜାତୀୟ ଆଇକନ୍ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ବାଛିଥାନ୍ତି। ତେବେ ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ […]

ମୁମ୍ବାଇ: ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ନିଜର ଜାତୀୟ ଆଇକନ୍ କରିବାକୁ ନିର୍ବାଚନ ଆୟୋଗ ନିଷ୍ପତ୍ତି ନେଇଛି। ନିର୍ବାଚନ ଆୟୋଗର ମୁଖ୍ୟ ନିର୍ବାଚନ ଅଧିକାରୀ ରାଜୀବ କୁମାର ସୋମବାର ଏହି ଘୋଷଣା କରିଛନ୍ତି। ଭୋଟ୍ ପ୍ରତିଶତ ବୃଦ୍ଧି ଏବଂ ଶତପ୍ରତିଶତ ଭୋଟ୍ ପାଇଁ ପ୍ରଚାର କରିବାକୁ ନିର୍ବାଚନ ଆୟୋଗ ଜାତୀୟ ଆଇକନ୍ କିମ୍ବା ବ୍ରାଣ୍ଡ ଆମ୍ବାସାଡର ଭାବରେ ପ୍ରସିଦ୍ଧ ବ୍ୟକ୍ତିତ୍ୱମାନଙ୍କୁ ବାଛିଥାନ୍ତି।

ଆହୁରି ପଢ଼ନ୍ତୁ: ନାଗ ପଞ୍ଚମୀରେ ମଇଁଷି ଭଳି ବ୍ୟବହାର କରୁଛନ୍ତି ୭୦ ବର୍ଷୀୟ ବୃଦ୍ଧ, ଦାବି କରୁଛନ୍ତି ଶରୀରରେ ପ୍ରବେଶ କରୁଛନ୍ତି ମହିଷାସୁର

ତେବେ ଆଜି ୬ଟି ରାଜ୍ୟର ୭ଟି ବିଧାନସଭା ନିମନ୍ତେ ନଭେମ୍ବର ୩ ତାରିଖରେ ଉପ-ନିର୍ବାଚନ ହେବ ବୋଲି ଆଜି ସମୟ-ସୂଚୀ ଘୋଷଣା କରି ଭାରତର ନିର୍ବାଚନ କମିଶନ କହିଛି। ଏହାର ୩ ଦିନ ପରେ ଭୋଟ୍‌ ଗଣନା କରାଯିବ ବୋଲି ମଧ୍ୟ ନିର୍ବାଚନ କମିଶନ୍‌ ସୂଚନା ଦେଇଛି। ଉପ-ନିର୍ବାଚନ ହେବାକୁ ଥିବା ୭ଟି ଆସନଗୁଡ଼ିକ ମଧ୍ୟରେ ରହିଛି ବିହାରର ମୋକମା ଓ ଗୋପାଳଗଞ୍ଜ, ମହାରାଷ୍ଟ୍ରର ଅନ୍ଧେରୀ ଇଷ୍ଟ୍‌, ହରିୟାଣାର ଆଦମପୁର, ତେଲେଙ୍ଗାନାର ମୁନୁଗୋଡ଼, ଉତ୍ତର ପ୍ରଦେଶର ଗୋଲା ଗୋକ୍ରନ୍ନାଥ ଏବଂ ଓଡ଼ିଶାର ଧାମନଗର।

ଆହୁରି ପଢ଼ନ୍ତୁ: ନିଟ୍ ବିକ୍ଷୋଭରେ ପୋଲିସର ମାତ୍ରାଧିକ ବଳପ୍ରୟୋଗର ହେବ ତଦନ୍ତ: ୫ ଜଣିଆ କମିଟି ଗଠନ କଲେ ସୁପ୍ରିମକୋର୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର