୭ ବର୍ଷର ପୁଅ ସହ ୧୨ ମହଲାରୁ ଡେଇଁ ଆତ୍ମହତ୍ୟା

The Sakala Picture
Published On

ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି […]

ମୁମ୍ବାଇ : ପଡୋଶୀଙ୍କ ଉତ୍ପାଡ଼ନ ସହ୍ୟ ନକରିପାରି ମୁମ୍ବାଇ ପୋୱାଇସ୍ଥିତ ଏକ ୧୨ ମହଲା ଆପାର୍ଟମେଣ୍ଟରୁ ତଳକୁ ଡେଇଁ ନିଜର ୭ ବର୍ଷର ପୁଅ ସହିତ ଜଣେ ମହିଳା ଆତ୍ମହତ୍ୟା କରିବା ଘଟଣା ସାଧାରଣରେ ଦୁଃଖଦ ପରିସ୍ଥିତି ସୃଷ୍ଟି କରିଛି । ସୋମବାର ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ବେଳେ ମୃତ ମହିଳା ରେଶମା ଟ୍ରେଞ୍ଚିଲ(୪୪)ଙ୍କ ଘରୁ ପୁଲିସ ଏକ ସୁଇସାଇଡ ନୋଟ ଜବତ କରିଛି । ଏଥରେ ସେ ତାଙ୍କର କିଛି ପଡୋଶୀମାନଙ୍କ ପ୍ରତି ଆରୋପ ଲଗାଇଛନ୍ତି।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

ତାଙ୍କ ପୁଅ ଘରେ ପାଟି କରୁଥିବା ନେଇ ପଡୋଶୀ ଅଭିଯୋଗ କରିବା ସହ ତାଙ୍କୁ ହଇରାଣ କରୁଥିବା ସେ ସୁଇସାଇଡ୍ ନୋଟରେ ଉଲ୍ଲେଖ କରିଛନ୍ତି । ପୁଲିସ ଏହି ମାମଲାରେ ସଂପୃକ୍ତ ଆପାର୍ଟମେଣ୍ଟର ଜଣଙ୍କୁ ଗିରଫ କରିଛି । ରେଶମା ନିକଟରେ କରୋନାରେ ପୀଡ଼ିତ ତାଙ୍କ ସ୍ବାମୀ ଏବଂ ଶ୍ବଶୁରଙ୍କୁ ହରାଇଥିବାରୁ ମନୋବଳ ହାରାଇ ଆତ୍ମହତ୍ୟା କରିପାରିଥାଆନ୍ତି ବୋଲି ମଧ୍ୟ କୁହାଯାଉଛି ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର