୯ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ; ୬ଜଣଙ୍କୁ ନୂଆ ନିଯୁକ୍ତି, ୩ଜଣଙ୍କ ବଦଳି

The Sakala Picture
Published On

ନୂଆଦିଲ୍ଲୀ: ୯ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ରାଜ୍ୟ‌ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ୩ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ ବାଗ୍‌ଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲଙ୍ଗାନା, ଓମ୍‌ପ୍ରକାଶ ମାଥୁରଙ୍କୁ ସିକ୍କିମ୍‌, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେଣ ଡେକାଙ୍କୁ ଛତିଶଗଡ଼ ଓ ସି.ଏଚ୍‌ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଅନ୍ୟପକ୍ଷରେ ତେଲଙ୍ଗାନା ରାଜ୍ୟପାଳ ଭାବେ […]

ନୂଆଦିଲ୍ଲୀ: ୯ ରାଜ୍ୟରେ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ରାଜ୍ୟ‌ରେ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦେଇଛନ୍ତି। ଏଥିସହ ୩ ରାଜ୍ୟପାଳଙ୍କୁ ବଦଳି କରିଛନ୍ତି। ରାଜସ୍ଥାନର ରାଜ୍ୟପାଳ ଭାବେ ହରିଭାଉ କିଶନରାଓ ବାଗ୍‌ଡେଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ଜିଷ୍ଣୁଦେବ ବର୍ମାଙ୍କୁ ତେଲଙ୍ଗାନା, ଓମ୍‌ପ୍ରକାଶ ମାଥୁରଙ୍କୁ ସିକ୍କିମ୍‌, ସନ୍ତୋଷ କୁମାର ଗଙ୍ଗୱାରଙ୍କୁ ଝାଡ଼ଖଣ୍ଡ, ରମେଣ ଡେକାଙ୍କୁ ଛତିଶଗଡ଼ ଓ ସି.ଏଚ୍‌ ବିଜୟଶଙ୍କରଙ୍କୁ ମେଘାଳୟ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ

ଅନ୍ୟପକ୍ଷରେ ତେଲଙ୍ଗାନା ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ଥିବା ଝାଡ଼ଖଣ୍ଡ ରାଜ୍ୟପାଳ ସି.ପି ରାଧାକ୍ରିଷ୍ଣନଙ୍କୁ ମହାରାଷ୍ଟ୍ର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସିକ୍କିମ୍‌ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟଙ୍କୁ ଆସାମର ରାଜ୍ୟପାଳ ଭାବେ ବଦଳି କରାଯାଇଛି। ସେ ମଧ୍ୟ ମଣିପୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବରେ ରହିବେ। ଆସାମ ରାଜ୍ୟପାଳ ଗୁଲାବ ଚନ୍ଦ୍ର କାଟାରିଆଙ୍କୁ ପଞ୍ଜାବ ରାଜ୍ୟପାଳ ଭାବେ ବଦଳି କରାଯାଇଛି। ଏଥିସହିତ ସେ ଚଣ୍ଡୀଗଡ଼ କେନ୍ଦ୍ରଶାସିତ ଅଞ୍ଚଳର ପ୍ରଶାସକ ଦାୟିତ୍ବ‌ ତୁଲାଇବେ। ପୂର୍ବରୁ ପଞ୍ଜାବ ରାଜ୍ୟପାଳ ଓ ଚଣ୍ଡୀଗଡ଼ ପ୍ରଶାସକ ଥିବା ବନୱରିଲାଲ ପୁରୋହିତଙ୍କ ଇସ୍ତଫାକୁ ରାଷ୍ଟ୍ରପତି ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ନିର୍ବାଚନ ଆୟୋଗରେ ବଡ଼ ବିବାଦ: RTI ରିପୋର୍ଟରୁ ଖୁଲାସା ହେଲା ବରିଷ୍ଠ ଅଧିକାରୀଙ୍କ ଏକପାଖିଆ ନିଷ୍ପତ୍ତି

ସେହିପରି ପୂର୍ବତନ ଆଇଏଏସ୍ ଅଫିସର କେ କୈଳାଶନାଥଙ୍କୁ ପୁଡୁଚେରିର ଉପ-ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ସେ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ମୁଖ୍ୟ ପ୍ରଧାନ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଆହୁରି ପଢ଼ନ୍ତୁ: ପଶ୍ଚିମ ଏସିଆରେ ଉତ୍ତେଜନା: ଲୋହିତ ସାଗରରୁ ହରମୁଜ୍ ପ୍ରଣାଳୀ ଯାଏଁ ବିପଦରେ ଭାରତୀୟ ନାବିକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର