ମନୋରଞ୍ଜନ
ଓଡ଼ିଶା
ମଦୁରାଇ ଷ୍ଟେସନ ନିକଟରେ ଟ୍ରେନ୍ରେ ଭୟାଭହ ଅଗ୍ନିକାଣ୍ଡ; ୮ ଯାତ୍ରୀ ଜୀବନ୍ତ ଦଗ୍ଧ, ୨୦ରୁ ଉର୍ଦ୍ଧ୍ବ ଗୁରୁତର
ତାମିଲନାଡୁ: ଟ୍ରେନ୍ରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ । ଅଗ୍ନିକାଣ୍ଡରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ତାମିଲନାଡୁର ମଦୁରାଇ ଷ୍ଟେସନ ନିକଟରେ ଭୋର ୫ଟା୧୫ରେ ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୮ ଜଣ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଦମକଳ ବାହିନୀ ପହଞ୍ଚି ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ […]
ତାମିଲନାଡୁ: ଟ୍ରେନ୍ରେ ନିଆଁ ଲାଗି ଜୀବନ୍ତ ଜଳିଗଲେ ୮ ଜଣ ଯାତ୍ରୀ । ଅଗ୍ନିକାଣ୍ଡରେ ୨୦ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଛନ୍ତି । ତାମିଲନାଡୁର ମଦୁରାଇ ଷ୍ଟେସନ ନିକଟରେ ଭୋର ୫ଟା୧୫ରେ ଲକ୍ଷ୍ନୌରୁ ରାମେଶ୍ବରମ ଯାଉଥିବା ପୁନାଲୁର- ମଦୁରାଇ ଏକ୍କପ୍ରେସରେ ନିଆଁ ଲାଗିଥିବା ଜଣା ପଡ଼ିଛି । ଟ୍ରେନର ଟୁରିଷ୍ଟ କୋଚରେ ନିଆଁ ଲାଗି ୮ ଜଣ ମୃତ୍ୟୁବରଣ କରିଛନ୍ତି । ଖବର ପାଇ ଦମକଳ ବାହିନୀ ପହଞ୍ଚି ପ୍ରାୟ ୨ ଘଣ୍ଟାର ପରିଶ୍ରମ ପରେ ନିଆଁକୁ ଆୟତ କରିଛନ୍ତି । ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବହୁ ଯାତ୍ରୀ ପ୍ରାଣ ବିକଳରେ ଟ୍ରେନ୍ରୁ ଡେଇଁ ନିଜ ଜୀବନ ରକ୍ଷା କରି ପାରିଛନ୍ତି।
ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍
ତେବେ ଟ୍ରେନରେ କିଛି ପ୍ୟାସେଞ୍ଜନ ବେଆଇନ ଭାବେ ଗ୍ୟାସ୍ ସିଲିଣ୍ଡର ନେଇ ଯାଉଥିବାବେଳେ ସେଥିରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି






