ଇଡି ଯେତେ ଖୋଜୁଛି ସେତେ ପାଉଛି : ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତାଙ୍କ ଘରେ ଟଙ୍କାର ପାହାଡ, ଜବଦ ହେଲାଣି ୫୦ କୋଟି ନଗଦ, ୫ କିଲୋ ସୁନା

The Sakala Picture
Published On

କଲିକତା : ଯେତେ ଖୋଜାଚାଲିଛି ସେତେ ଟଙ୍କା ମିଳୁଛି। ଆଲ୍‌ମାରୀ ଠୁ ଆରମ୍ଭ କରି ୱାସ୍‌ରୁମ୍‌ ଆଉ ସିନ୍ଦୁକ ଯୁଆଡେ ହାତ ମାରିଲେ ବାହାରୁଛି ଖାଲି ଟଙ୍କା ଆଉ ଟଙ୍କା। ବିଡା ବିଡା ନୋଟ୍‌, ଗଦା ଗଦା ଟଙ୍କା। ତା’ ସହିତ ଭରି ଭରି ସୁନା । ଲାଗୁଛି ଯେମିତି ଇଡି କୁବେର ଭଣ୍ଡାର ଉପରେ ରେଡ୍‌ ମାରିଦେଇଛି। ଏଯାଏଁ ଇଡି ୫୦ କୋଟି ନଗଦ ଟଙ୍କା ସହ  ୫ କିଲୋ ସୁନା ଜବଦ କରିସାରିଥିଲେ ମଧ୍ୟ […]

କଲିକତା : ଯେତେ ଖୋଜାଚାଲିଛି ସେତେ ଟଙ୍କା ମିଳୁଛି। ଆଲ୍‌ମାରୀ ଠୁ ଆରମ୍ଭ କରି ୱାସ୍‌ରୁମ୍‌ ଆଉ ସିନ୍ଦୁକ ଯୁଆଡେ ହାତ ମାରିଲେ ବାହାରୁଛି ଖାଲି ଟଙ୍କା ଆଉ ଟଙ୍କା। ବିଡା ବିଡା ନୋଟ୍‌, ଗଦା ଗଦା ଟଙ୍କା। ତା’ ସହିତ ଭରି ଭରି ସୁନା । ଲାଗୁଛି ଯେମିତି ଇଡି କୁବେର ଭଣ୍ଡାର ଉପରେ ରେଡ୍‌ ମାରିଦେଇଛି। ଏଯାଏଁ ଇଡି ୫୦ କୋଟି ନଗଦ ଟଙ୍କା ସହ  ୫ କିଲୋ ସୁନା ଜବଦ କରିସାରିଥିଲେ ମଧ୍ୟ ଟଙ୍କା ସରିନାହିଁ। ଆହୁରି ମିଳିବାରେ ଲାଗିଛି, ଆଉ ଇଡିବି ଟଙ୍କା ଗଣି ଚାଲିଛି। ଏଭଳି ଏକ ଭଣ୍ଡାର ହେଉଛି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କର। ଯେଉଁଠି ଭରି ରହିଛି ଅମାପ ଟଙ୍କା ଓ ସୁନା। ଯାହାକୁ ଦେଖି ତାଜୁବ ଇଡି ଅଧିକାରୀ।

ଆହୁରି ପଢ଼ନ୍ତୁ: ରୁଷିଆର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ପରାମର୍ଶ

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି କେଳେଙ୍କାରୀର କଳା କାରନାମାରେ ଏପରି ଦୁର୍ନିତି ଦେଖି ଇଡି ଅକାବକା ହୋଇଯାଇଛି। ମମତା ବାନାର୍ଜୀଙ୍କ କ୍ୟାବିନେଟ୍ ପୁଳାପୁଳା ଟଙ୍କା ଚଳୁ କରି ଅଭିନେତ୍ରୀଙ୍କ ମୋହରା ବନାଇ ତାଙ୍କ ଘରେ କୋଟିକୋଟି ଟଙ୍କା ଥାକ ବଡେଇ ରଖିଥିଲେ । କିନ୍ତୁ ଏବେ ସବୁ ଭାଣ୍ଡାଫୋଡ୍‌ କରିଦେଇଛି ଇଡି ।ପଶ୍ଚିମବଙ୍ଗ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ତଥା ବେଙ୍ଗଲୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କ ଘରୁ ପୁଳାପୁଳା ଟଙ୍କା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ନିଦ ହଜାଇସାରିଲାଣି । ୩ ଦିନ ପୂର୍ବରୁ ଅର୍ପିତାଙ୍କ ଘରୁ ୨୧ କୋଟି ନଗଦ ଟଙ୍କା ଜବତ ହୋଇଥିବା ବେଳେ ପୁଣି ବୁଧବାର ତାଙ୍କର ଆଉ ଏକ ଘରେ ଚଢାଉ କରିଥିଲା ଇଡି । ଆଶ୍ଚର୍ଯ୍ୟର କଥା ହେଉଛି ଇଡିର ଚଢାଉ ବେଳେ ଅର୍ପିତାଙ୍କ ଆଉ ଏକ ଘରୁ ୨୮.୯୦ କୋଟି ନଗଦ ଟଙ୍କା ଜବତ ହୋଇଛି । କେବଳ ଟଙ୍କା ନୁହେଁ ୫ କେଜି ସୁନା ମଧ୍ୟ ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ବଡ କଥା ହେଉଛି ଏତେ ପରିମାଣର ଟଙ୍କା ଏବଂ ସୁନା ଟଏଲେଟରେ ଲୁଚେଇ ରଖାଯାଇଥିଲା ।

ଆହୁରି ପଢ଼ନ୍ତୁ: ତୃଣମୂଳ କଂଗ୍ରେସର ଦୁଇ ବିବାଦୀୟ ଗୋଷ୍ଠୀକୁ ମିଳିଲା ନୂଆ ନାମ ଓ ଚିହ୍ନ, ମମତାଙ୍କ ଦଳକୁ ମିଳିଲା 'ଫୁଟବଲ୍ ଖେଳାଳି' ଚିହ୍ନ

ଗତକାଲି ପୁଳା ପୁଳା ଟଙ୍କା ଠାବ ହେବା ପରେ ରାତି ସାରା ଅନିଦ୍ରା ହୋଇ ଇଡି ଓ ବ୍ୟାଙ୍କ ଅଧିକାରୀ ମାନେ ଟଙ୍କା ଗଣିଥିଲେ। ଏଥିପାଇଁ ଟଙ୍କା ଗଣା ମେସିନ ମଧ୍ୟ ବ୍ୟବହାର କରାଯାଇଥିଲ। ୫ କିଲୋଗ୍ରାମ୍ ସୁନା ଅଳଙ୍କାର ସମେତ ଆହୁରି ମୂଲ୍ୟବାନ ସାମଗ୍ରୀ ବି ତଦନ୍ତକାରୀ ଅଧିକାରୀଙ୍କ ହାତରେ ଲାଗିଛି। ଟଙ୍କା ଗଣତି ପରେ ଆଜି ୧୦ଟି ବାକ୍ସରେ ୨୯ କୋଟି ଟଙ୍କା ଟ୍ରକରେ ନିଆଯାଇଛି। ଏବେ ସୁଦ୍ଧା ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୦ କୋଟି ଟଙ୍କା ଜବତ ହୋଇ ସାରିଥିବା ବେଳେ ହିସାବ ଜାରି ରହିଛି। ତେବେ ଜବତ ସମସ୍ତ ସମ୍ପତ୍ତି ପ୍ରାର୍ଥଙ୍କ ବୋଲି ଜେରା ବେଳେ ସ୍ବୀକାର କରିଛନ୍ତି ଅର୍ପିତା । ଏହି ମାମଲାରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଓ ସହଯୋଗୀ ଅର୍ପିତା ମୁଖାର୍ଜୀ ଗିରଫ ହୋଇ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ହେପାଜତରେ ରହିଛନ୍ତି । ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ପଶ୍ଚିମବଙ୍ଗ ମାଧ୍ୟମିକ ଶିକ୍ଷା ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତଥା ଟିଏମସି ବିଧାୟକ ମାଣିକ ଭଟ୍ଟାଚାର୍ଯ୍ୟଙ୍କୁ ଇଡି ପଚରାଉଚରା କରିଛି। ସେପଟେ ଶିକ୍ଷକ ନିଯୁକ୍ତି ମାମଲାରେ ପ୍ରାୟ ଏକ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି ବିଜେପି ।

ଆହୁରି ପଢ଼ନ୍ତୁ: ଆଫଗାନିସ୍ତାନରେ ପାକିସ୍ତାନର ଏୟାରଷ୍ଟ୍ରାଇକ୍: କୁନାରରେ ୩ ମୃତ, ପାକ୍ତିକାରେ ଖାଲି ଘର ଉପରେ ପଡ଼ିଲା ବୋମା

ସୂଚନାଯୋଗ୍ୟ ୨୦୧୪ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ଏକାଧିକ ସ୍ଥାନରେ ଇଡି ବାରମ୍ବାର ଚଢ଼ାଉ କରି ଚାଲିଛି। ବେଲଘରିଆରେ ଅର୍ପିତାଙ୍କର ଦୁଇଟି ଫ୍ଲାଟ ଅଛି। ଇଡି ଅଧିକାରୀମାନେ ଗତକାଲି ସେଠାରେ ଚଢ଼ଉ ପାଇଁ ପହଞ୍ଚିଥିଲେ। ହେଲେ ଫ୍ଲାଟର ତାଲା ପଡ଼ିଥିଲା। ତାଲା ଭାଙ୍ଗି ଅଧିକାରୀମାନେ ଘର ଭିତରକୁ ପଶିଥିଲେ। ଘରେ ଏକ ଆଲମିରାରେ ବିପୁଳ ନଗଦ ଟଙ୍କା ଥିବା ଜଣାପଡ଼ିଥିଲା। ପୂର୍ବରୁ ଅର୍ପିତାଙ୍କ ଅନ୍ୟଏକ ଫ୍ଲାଟ୍‌ରୁ ୨୧ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର