ଫିଟିଲା ସମାଧାନର ବାଟ, ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍‌‌-କଂଗ୍ରେସ

The Sakala Picture
Published On

ନୂଆଦିଲ୍ଲୀ:  ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଟ୍‌‌ ଭଗବଣ୍ଟାକୁ ନେଇ ଲାଗି ରହିଥିବା ଟଣାଓଟରା ଶେଷରେ ସମାଧାନ ହୋଇଛି। ଯଦି ସବୁ କିଛି ଠିକ୍‌ ରୁହେ ତେବେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍‌‌-କଂଗ୍ରେସ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍‌‌ ସେୟାରିଂ ଶେଷ ହୋଇଛି। ଏବେ ଏହା ପରେ ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଲୋକସଭା […]

ନୂଆଦିଲ୍ଲୀ:  ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ସିଟ୍‌‌ ଭଗବଣ୍ଟାକୁ ନେଇ ଲାଗି ରହିଥିବା ଟଣାଓଟରା ଶେଷରେ ସମାଧାନ ହୋଇଛି। ଯଦି ସବୁ କିଛି ଠିକ୍‌ ରୁହେ ତେବେ ଦିଲ୍ଲୀରେ ଲୋକସଭା ନିର୍ବାଚନ ଏକାଠି ଲଢ଼ିବେ ଆପ୍‌‌-କଂଗ୍ରେସ। ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍‌‌ ସେୟାରିଂ ଶେଷ ହୋଇଛି। ଏବେ ଏହା ପରେ ଆମ୍‌ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଆସନ ଭାଗବଣ୍ଟା ମଧ୍ୟ ସ୍ଥିର ହୋଇଥିବା କୁହାଯାଉଛି। ଲୋକସଭା ନିର୍ବାଚନ ଏକାଠି ଲଢ଼ିବାକୁ ନେଇ ଦୁଇ ଦଳ ମଧ୍ୟରେ ସହମତି ହୋଇଥିବା ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ସମାଜବାଦୀ ପାର୍ଟି ପରେ କଂଗ୍ରେସର ସାଥ୍ ଦେବ ଆପ୍ । ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ସହ ମେଣ୍ଟରେ ନିର୍ବାଚନା ଲଢ଼ୁଥିବା କଂଗ୍ରେସ ଏବେ ଆଉ ୪ ରାଜ୍ୟରେ ଆପ୍ ସହ ମିଶି ନିର୍ବାଚନ ଲଢ଼ିବାକୁ ଯାଉଛି । ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମେଣ୍ଟରେ ଲଢ଼ିବା ନେଇ ସୂଚନା ମିଳିଛି । ଏହାସହ ପଞ୍ଜାବରେ ଉଭୟ ଦଳ ନିଜର ସହମତି ଅନ୍ୟ ନିର୍ବାଚନ ମଧ୍ୟ ଲଢ଼ିପାରିବେ । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଆପ ଏବଂ କଂଗ୍ରେସ ମିଳିତଭାବେ ନିର୍ବାଚନ ଲଢ଼ିଥିଲେ । ଯଦିଓ ଗଡ଼ବଡ଼ କାରଣରୁ ବିଜେପି କର୍ମୀ ବିଜୟୀ ହୋଇଥିଲେ ମାତ୍ର ପରେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆପର କଂଗ୍ରେସ ସମର୍ଥିତ ପ୍ରାଥୀ କୁଲଦୀପ କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଛି । ତେବେ ଏହା ଇଣ୍ଡିଆ ମେଣ୍ଟର ପ୍ରଥମ ବିଜୟ ବୋଲି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ।

ଆହୁରି ପଢ଼ନ୍ତୁ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚେତାବନୀ: ଇରାନ ବିରୋଧରେ ପୁଣି ହୋଇପାରେ ସାମରିକ କାର୍ଯ୍ୟାନୁଷ୍ଠାନ

ଉଭୟଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ ୪/୩ ଫର୍ମୁଲାରେ ନିର୍ବାଚନ ଲଢ଼ିବେ। ଦିଲ୍ଲୀରେ ଆପ ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀରେ ନିର୍ବାଚନ ଲଢ଼ିବ । ସେପଟେ ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଏବଂ ଚାନ୍ଦିନୀ ଚୌକ ଆସନରେ ନିର୍ବାଚନ ଲଢ଼ିବାକୁ ସୁଯୋଗ ପାଇବ । ତେବେ ପୂର୍ବରୁ ଆପ ପକ୍ଷରୁ କୁହାଯାଇଥିଲା କି, ଦିଲ୍ଲୀରେ ଆପ ଏକାକି ନିର୍ବାଚନ ଲଢ଼ିବ। କିନ୍ତୁ ଅନ୍ୟ ରାଜ୍ୟରେ ଗଠବନ୍ଧନରେ ସାମିଲ ହେବ।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର