ମୁମ୍ବାଇରେ ୪ ମହଲା କୋଠା ଭୂଷୁଡି ପଡିବା ଘଟଣା: ମୃତ୍ଯୁ ସଂଖ୍ଯା ୧୯କୁ ବୃଦ୍ଧି, ଉଦ୍ଧାର କାର୍ଯ୍ଯ ଜାରି

The Sakala Picture
Published On

ମୁମ୍ବାଇ: ମୁମ୍ବାଇର କୁର୍ଲାଅଞ୍ଚଳରେ ଏକ ୪ ମହଲା କୋଠା ଭୂଷୁଡି ପଡିଥିଲା। ଏହି ବିଲ୍ଡିଂ ଭୂଷୁଡିବା ଘଟଣାରେ ୧୯ ଜଣଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଭଙ୍ଗା କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯଉଛି। ଭଙ୍ଗା କୋଠା ତଳେ ଆହୁରି ଲୋକେ ଥିବାର ଆଶଙ୍କା କରାଯାଉଛି। ଏଣୁ ଦମକଳ ଓ ଏନଡିଆରଏଫଙ୍କୁ ସତର୍କତାର ସହ ଲୋକଙ୍କ ଉଦ୍ଧାର ଲାଗି ନିବେଦନ କରାଯାଇଛି। ସୂଚନା ଅନୁଯାୟୀ, ଦୀର୍ଘ ବର୍ଷରୁ ଏହି ବିଲ୍ଡିଂର ମରାମତି ହେଉ ନଥିଲା […]

ମୁମ୍ବାଇ: ମୁମ୍ବାଇର କୁର୍ଲାଅଞ୍ଚଳରେ ଏକ ୪ ମହଲା କୋଠା ଭୂଷୁଡି ପଡିଥିଲା। ଏହି ବିଲ୍ଡିଂ ଭୂଷୁଡିବା ଘଟଣାରେ ୧୯ ଜଣଙ୍କର ମୃତ୍ଯୁ ଘଟିଥିବା ଜଣାପଡ଼ିଛି। ଦୁର୍ଘଟଣାରେ ଭଙ୍ଗା କୋଠା ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରାଯଉଛି। ଭଙ୍ଗା କୋଠା ତଳେ ଆହୁରି ଲୋକେ ଥିବାର ଆଶଙ୍କା କରାଯାଉଛି। ଏଣୁ ଦମକଳ ଓ ଏନଡିଆରଏଫଙ୍କୁ ସତର୍କତାର ସହ ଲୋକଙ୍କ ଉଦ୍ଧାର ଲାଗି ନିବେଦନ କରାଯାଇଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷରୁ ଏହି ବିଲ୍ଡିଂର ମରାମତି ହେଉ ନଥିଲା ବୋଲି ଅତିରିକ୍ତ ବିଏମସି କମିଶନର ଅଶ୍ୱିନୀ ଭିଡେ ଗଣମାଧ୍ୟମକୁ କହିଛନ୍ତି। ଏଣୁ ୨୦୧୩ ମସିହାରେ ବିଲ୍ଡିଂର ମରାମତି ଲାଗି କୁହାଯାଇଥିଲା। ତେବେ ମରାମତି କରା ନ ଯିବା ଯୋଗୁ ଏହାକୁ ଖାଲି କରିବାକୁ ଓ ଭାଙ୍ଗି ଦେବାକୁ ନୋଟିସ ଜାରି ହୋଇଥିଲା। ଏହା ସତ୍ତ୍ୱେ ବିଲ୍ଡିଂରେ ଲୋକେ ରହୁଥିଲେ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ଖବର ଅନୁଯାୟୀ, ମହାରାଷ୍ଟ୍ର ମନ୍ତ୍ରୀ ସୁଭାଷ ଦେଶାଇ କହିଛନ୍ତି ଯ, ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା  ପ୍ରଦାନ କରାଯିବ ସହ ଆହତମାନଙ୍କୁ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ସାଉଦି ଆରବ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: କଡ଼ା ନିନ୍ଦା କଲା ଭାରତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର