କବାଡ଼ିଖାନାକୁ ଯିବ ୧୫ ବର୍ଷ ପୁରୁଣା ସରକାରୀ ଗାଡ଼ି: କେନ୍ଦ୍ର ପରିବହନ ମନ୍ତ୍ରୀ

The Sakala Picture
Published On

ନାଗପୁର: ସମ୍ପ୍ରତି ଦେଶରେ ବଢ଼ିଚାଲିଥିବା ପ୍ରଦୂଷଣ ହ୍ରାସ ଘଟାଇବା ଲାଗି ଅନେକ ନିୟମ ପ୍ରସ୍ତୁତ ହୋଇସାରିଛି। ପୂର୍ବରୁ ଘରୋଇ ପେଟ୍ରୋଲ ଏବଂ ଡିଜେଲ ଗାଡି ୧୦ ବର୍ଷ ଏବଂ ୧୫ ବର୍ଷ ପରେ ଆଉ ସଡ଼କରେ ଚାଲିପାରିବ ନାହିଁ ବୋଲି ନିୟମ ଅଣାଯାଇଥିଲା। ଏବେ ସେହି ନିୟମ ସରକାରୀ ଗାଡି କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ନେଇ ସ୍ପଷ୍ଟ କରି କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୧୫ ବର୍ଷ […]

ନାଗପୁର: ସମ୍ପ୍ରତି ଦେଶରେ ବଢ଼ିଚାଲିଥିବା ପ୍ରଦୂଷଣ ହ୍ରାସ ଘଟାଇବା ଲାଗି ଅନେକ ନିୟମ ପ୍ରସ୍ତୁତ ହୋଇସାରିଛି। ପୂର୍ବରୁ ଘରୋଇ ପେଟ୍ରୋଲ ଏବଂ ଡିଜେଲ ଗାଡି ୧୦ ବର୍ଷ ଏବଂ ୧୫ ବର୍ଷ ପରେ ଆଉ ସଡ଼କରେ ଚାଲିପାରିବ ନାହିଁ ବୋଲି ନିୟମ ଅଣାଯାଇଥିଲା। ଏବେ ସେହି ନିୟମ ସରକାରୀ ଗାଡି କ୍ଷେତ୍ରରେ ମଧ୍ୟ ଲାଗୁ କରାଯାଇଛି। କେନ୍ଦ୍ର ପରିବହନ ମନ୍ତ୍ରୀ ନିତିନ ଗଡକରୀ ଏ ନେଇ ସ୍ପଷ୍ଟ କରି କହିଛନ୍ତି ଯେ ବର୍ତ୍ତମାନ ଦେଶରେ ୧୫ ବର୍ଷ ପୁରୁଣା ସରକାରୀ ଗାଡିଗୁଡିକୁ ସ୍କ୍ରାପ୍‌ ବା କବାଡିରେ ପରିଣତ କରାଯିବ। ଯାହା ଫଳରେ ଆଗାମୀ ଦିନରେ ସଡ଼କରେ ଆଉ ୧୫ ବର୍ଷରୁ ଅଧିକ ପୁରୁଣା ସରକାରୀ ଗାଡି ଦେଖିବାକୁ ମିଳିବନାହିଁ। ଏହି ନୂଆ ନିୟମ ସମ୍ପର୍କରେ ସବୁ ରାଜ୍ୟକୁ ଅବଗତ କରାଯାଇଥିବା ଶ୍ରୀ ଗଡକରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

ଏଥିରେ ରାଜ୍ୟ ସରକାରଗୁଡିକ ୧୫ ବର୍ଷ ପୁରୁଣା ଟ୍ରକ୍, ବସ୍‌, କାର ଏବଂ ସେମାନଙ୍କ ଅଧୀନରେ ଆସୁଥିବା ବିଭାଗରେ ବ୍ୟବହୃତ ହେଉଥିବା କୌଣସି ପ୍ରକାରର ସରକାରୀ ଯାନକୁ ସ୍କ୍ରାପ୍ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ସୂଚନାଯୋଗ୍ୟ ଯେ ଚଳିତବର୍ଷ ମେ’ ମାସରେ ହରିୟାଣାରେ ନୂତନ ପଞ୍ଜୀକୃତ ଯାନ ସ୍କ୍ରାପିଂ ସୁବିଧା (ଆର୍‌ଭିଏସ୍‌ଏଫ୍‌)ର ଉଦଘାଟନ ଅବସରରେ ଶ୍ରୀ ଗଡ଼କରୀ କହିଛନ୍ତି ଯେ ପ୍ରତ୍ୟେକ ଜିଲାରେ ଯାନବାହନ ଚଳାଚଳ ପାଇଁ ଦୁଇରୁ ତିନୋଟି ସ୍କ୍ରାପିଂ ସେଣ୍ଟର ଖୋଲାଯିବ। ଫଳରେ ଗାଡି ମାଲିକମାନଙ୍କୁ ପୁରୁଣା ଗାଡିଗୁଡ଼ିକୁ ସ୍କ୍ରାପ୍ କରିବାକୁ ଆଉ ବହୁ ଦୂର ଯିବାକୁ ପଡିବନାହିଁ। ଏହି ନୂତନ ସ୍କ୍ରାପ୍ ନୀତି ଅନୁଯାୟୀ, ସରକାର ଗାଡିଗୁଡିକୁ ସ୍କ୍ରାପ୍ କରୁଥିବା ମାଲିକମାନଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ସରକାର ନୂତନ ଗାଡି କ୍ରୟ ଉପରେ ପଞ୍ଜୀକରଣ ଶୁଳ୍କ ଛାଡ ମଧ୍ୟ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର