ସିଂହ ସଂକ୍ରାନ୍ତି: ମାସେ ପର୍ଯ୍ୟନ୍ତ କେଉଁ ରାଶିର ବ୍ୟକ୍ତି ରହିବେ ସାବଧାନ

The Sakala Picture
Published On

ଚଳିତ ମାସ ୧୭ ତାରିଖ ଗୁରୁବାର ଦିନ ସୂର୍ଯ୍ୟଦେବ ସିଂହ ରାଶିକୁ ଚଳନ କରିଛନ୍ତି। ଏହି ସଂକ୍ରାନ୍ତି ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥିବାବେଳେ ଆଉ କେତୋଟି ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳାଫଳ ଯୋଗ ଆଣିଛି। ଏହା ବ୍ୟତୀତ ଆଉ କେତୋଟି ରାଶିର ବ୍ୟକ୍ତିଙ୍କୁ ଆଗାମୀ ୧ ମାସ ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରିବା ପାଇଁ ଜ୍ୟୋତିଷୀୟ ପରାମର୍ଶ ଦିଆଯାଇଛି। ତେବେ କେଉଁସବୁ ରାଶିର ବ୍ୟକ୍ତିମାନେ ସାବଧାନ ରହିବା ଉଚିତ, ଆସନ୍ତୁ ଜାଣିବା। […]

ଚଳିତ ମାସ ୧୭ ତାରିଖ ଗୁରୁବାର ଦିନ ସୂର୍ଯ୍ୟଦେବ ସିଂହ ରାଶିକୁ ଚଳନ କରିଛନ୍ତି। ଏହି ସଂକ୍ରାନ୍ତି ଅନେକ ରାଶିର ବ୍ୟକ୍ତିଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହୋଇଥିବାବେଳେ ଆଉ କେତୋଟି ରାଶିର ବ୍ୟକ୍ତିଙ୍କ ପାଇଁ ମିଶ୍ରିତ ଫଳାଫଳ ଯୋଗ ଆଣିଛି। ଏହା ବ୍ୟତୀତ ଆଉ କେତୋଟି ରାଶିର ବ୍ୟକ୍ତିଙ୍କୁ ଆଗାମୀ ୧ ମାସ ପର୍ଯ୍ୟନ୍ତ ସାବଧାନତା ଅବଲମ୍ବନ କରିବା ପାଇଁ ଜ୍ୟୋତିଷୀୟ ପରାମର୍ଶ ଦିଆଯାଇଛି। ତେବେ କେଉଁସବୁ ରାଶିର ବ୍ୟକ୍ତିମାନେ ସାବଧାନ ରହିବା ଉଚିତ, ଆସନ୍ତୁ ଜାଣିବା।

* ସୂର୍ଯ୍ୟଦେବଙ୍କ ସିଂହରାଶି ଚଳନ ମେଷରାଶିର ବ୍ୟକ୍ତିଙ୍କ ପାଇଁ ପ୍ରତିକୂଳ ରହିବ। କୌଣସି ଗୁରୁତ୍ବପୂର୍ଣ୍ଣ କାମରେ ବାଧା ସୃଷ୍ଟି ହୋଇପାରେ। ଶିକ୍ଷା ଓ ପ୍ରତିଯୋଗିତାରେ ସାବଧାନ ରହିବା ଉଚିତ ହେବ।
* ବୃଷରାଶିର ବ୍ୟକ୍ତିମାନେ ଆଗାମୀ ୧ ମାସ ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବା ସହିତ କଳି ଝଗଡ଼ା ପରିସ୍ଥିତିରୁ ଦୂରେଇ ରହିବା ଉଚିତ। ପରିବାରରେ ମନୋମାଳିନ୍ୟ ଦେଖାଦେଇପାରେ ଏବଂ ରୋଜଗାର ମାମଲାରେ ସମସ୍ୟା ଆସିପାରେ।
* ସୂର୍ଯ୍ୟ ସିଂହ ରାଶିରେ ପ୍ରବେଶ କରିଥିବାରୁ ସିଂହ ରାଶିର ବ୍ୟକ୍ତି ଭିତରେ ଅହଂକାର ଜନ୍ମ ନେଇପାରେ। ଦାମ୍ପତ୍ୟ ଜୀବନରେ ମନୋମାଳିନ୍ୟ ସହ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିପାରେ। ବ୍ୟବସାୟ ସମ୍ପର୍କିତ କୌଣସି ନିଷ୍ପତ୍ତି ନେବା ସମୟରେ ଭୁଲ୍‌                   ବୁଝାମଣାର ବଶବର୍ତ୍ତୀ ହୁଅନ୍ତୁ ନାହିଁ।
* ସିଂହ ସଂକ୍ରାନ୍ତି ହେତୁ ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଆଗାମୀ ୧ ମାସ ଭିତରେ ଅନେକ ଛୋଟ ଛୋଟ ସମସ୍ୟା ଆସିପାରେ। ପରିବାର ଭିତରେ ଅଶାନ୍ତି ଦେଖାଦେବ।
* ମକର ରାଶିର ବ୍ୟକ୍ତିଙ୍କୁ ନିଜ କଥାବାର୍ତ୍ତା ଏବଂ କ୍ରୋଧ ଉପରେ ନିୟନ୍ତ୍ରଣ ରଖୀବାକୁ ହେବ। ସ୍ବାସ୍ଥ୍ୟ ସମ୍ପର୍କିତ ସାବଧାନତା ଅବଲମ୍ବନ କରିବା ପାଇଁ ଜ୍ୟୋତିଷୀୟ ପରାମର୍ଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର