ପିଲାଙ୍କ ହୋମୱାର୍କ ପାଇଁ, ପିତାମାତାଙ୍କୁ ହୃଦ୍‌ଘାତ !

The Sakala Picture
Published On

ସାଧାରଣତଃ ପିଲାଙ୍କୁ ହୋମୱାର୍କରେ ବାପା ମା’ ସାହାଯ୍ୟ କରନ୍ତି। କିନ୍ତୁ, ଚୀନରେ ପିଲାଙ୍କର ଏହି ହୋମୱାର୍କ ଏବେ ପିତାମାତାଙ୍କ ପାଇଁ କାଳ ସାଜିଛି। ପିଲାଙ୍କୁ ହୋମୱାର୍କ ତଥା ଖାସ କରି ଗଣିତ ପାଠରେ ସାହାଯ୍ୟ କରିବାକୁ ଯାଇ ପିତାମାତାମାନେ ହୃଦ୍‌ଘାତର ଶିକାର ହେଉଥିବା ଜଣାପଡ଼ିଛି। ଯାହା ସଭିଙ୍କୁ ଆଶ୍ଟର୍ଯ୍ୟଚକିତ କରିଛି। ତେବେ ନିକଟରେ ହଙ୍ଗୌଜୋରେ ବାସ କରୁଥିବା ଡଙ୍ଗ୍ ନାମ୍ନୀ ଜଣେ ୪୦ ବର୍ଷିୟ ମହିଳା ସନ୍ଧ୍ୟା ସମୟରେ ନିଜ ପୁଅକୁ ଗଣିତ ହୋମୱାର୍କ କରିବାରେ ସାହାଯ୍ୟ […]

ସାଧାରଣତଃ ପିଲାଙ୍କୁ ହୋମୱାର୍କରେ ବାପା ମା’ ସାହାଯ୍ୟ କରନ୍ତି। କିନ୍ତୁ, ଚୀନରେ ପିଲାଙ୍କର ଏହି ହୋମୱାର୍କ ଏବେ ପିତାମାତାଙ୍କ ପାଇଁ କାଳ ସାଜିଛି। ପିଲାଙ୍କୁ ହୋମୱାର୍କ ତଥା ଖାସ କରି ଗଣିତ ପାଠରେ ସାହାଯ୍ୟ କରିବାକୁ ଯାଇ ପିତାମାତାମାନେ ହୃଦ୍‌ଘାତର ଶିକାର ହେଉଥିବା ଜଣାପଡ଼ିଛି। ଯାହା ସଭିଙ୍କୁ ଆଶ୍ଟର୍ଯ୍ୟଚକିତ କରିଛି। ତେବେ ନିକଟରେ ହଙ୍ଗୌଜୋରେ ବାସ କରୁଥିବା ଡଙ୍ଗ୍ ନାମ୍ନୀ ଜଣେ ୪୦ ବର୍ଷିୟ ମହିଳା ସନ୍ଧ୍ୟା ସମୟରେ ନିଜ ପୁଅକୁ ଗଣିତ ହୋମୱାର୍କ କରିବାରେ ସାହାଯ୍ୟ କରୁଥିଲେ। ପିଲାଟିକୁ ଗଣିତ ବୁଝାଇଥିଲେ, ସେ ବୁଝିବାରେ ବିଫଳ ହେବାରୁ ମହିଳା ଜଣଙ୍କ ସେହି ସମୟରେ ନିଜ ଧୈର୍ଯ୍ୟ ହରାଇ ବସିଲେ। ସେ ଅଧିକ ରାଗିଯିବାରୁ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା। ଏପରିକି ବାନ୍ତି ମଧ୍ୟ କରିଥିଲେ। ଦେହ ଅଧିକ ଖରାପ ହେବାରୁ ସେ ଡାକ୍ତରଖାନାକୁ ଯାଇଥିଲେ। ଚିକିତ୍ସା ପରେ ତାଙ୍କୁ ‘ସ୍ପୋଣ୍ଟାନିଓସ୍ ସୁବାର୍କନୋଏଡ୍ ହେମୋରେଜ୍’ ନାମକ ମାମୁଲି ଷ୍ଟ୍ରୋକ୍ ହୋଇଥିଲା ବୋଲି ଜଣାପଡ଼ିଥିଲା।

ଆହୁରି ପଢ଼ନ୍ତୁ: ଖାଦ୍ୟ ପଦାର୍ଥରେ ଆଉ ବ୍ୟବହାର ହେବନି ଅଶ୍ୱଗନ୍ଧା ପତ୍ର, କେବଳ ଚେର ବ୍ୟବହାର ପାଇଁ ଅନୁମତି

ଅତ୍ୟଧିକ ଚାପ ଯୋଗୁଁ ଏହି ଷ୍ଟ୍ରୋକ୍ ହୋଇଥିଲା। ସେ ପୁଅଙ୍କୁ ପଢ଼ାଉଥିବା ସମୟରେ ଅତ୍ୟଧିକ ରାଗି ଯାଇଥିଲେ। ତେଣୁ ଏହି ସମସ୍ୟା ଦେଖାଯାଇଥିଲା। ବର୍ତ୍ତମାନ ସମୟରେ ଏହି ପରିସ୍ଥିତି ଚୀନରେ ଚିନ୍ତାଜନକ ହୋଇପଡ଼ିଛି। ତେବେ ଚୀନରେ ଏହି ଘଟଣା ପ୍ରଥମ ନୁେହଁ , ପୂର୍ବରୁ ଅର୍ଥାତ୍ ୨୦୧୯ ମସିହାରେ ଜଣେ ୩୬ ବର୍ଷିୟ ମହିଳା, ଗତ ବର୍ଷ ଜଣେ ୪୫ ବର୍ଷିୟ ମହିଳା ପିଲାଙ୍କୁ ହୋମୱାର୍କ କରୁଥିବା ସମୟରେ ଏହି ଷ୍ଟ୍ରୋକର ଶିକାର ହୋଇଥିଲେ। ସେହିପରି ଗତ ଜାନୁଆରୀ ମାସରେ ମଧ୍ୟ ଚୀନର ଜିୟାଙ୍ଗସୁ ଅଞ୍ଚଳର ଜଣେ ୩୭ ବର୍ଷିୟ ମହିଳା ନିଜ ପୁଅକୁ ଗଣିତ ପଢ଼ାଉଥିବା ସମୟରେ ଏହି ଷ୍ଟ୍ରୋକର ସମ୍ମୁଖୀନ ହୋଇଥିଲେ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବିଶେଷ କରି ମହିଳାମାନେ ଏହି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ବହୁ ସମ୍ଭାବନା ରହିଛି, କାରଣ ସେମାନେ ଘର କାମ ସହ ଅଫିସ୍ କାର୍ଯ୍ୟ ଓ ଅନ୍ୟାନ୍ୟ ଚାପ ଓ ଚିନ୍ତାରେ ରହିଥାନ୍ତି। ତେଣୁ ଚାପ ତାଲିକାରେ ପିଲାଙ୍କ ହୋମୱାର୍କ ମଧ୍ୟ ଯୋଡ଼ି ହୋଇଛି।

ଆହୁରି ପଢ଼ନ୍ତୁ: ସକାଳୁ ଉଠିବା ମାତ୍ରେ ଆଇନା ଦେଖୁଛନ୍ତି କି? ସାବଧାନ, ଖାଲି ହୋଇପାରେ ଆପଣଙ୍କ ତିଜୋରି

19 Mar 2024 By The Sakala

ପିଲାଙ୍କ ହୋମୱାର୍କ ପାଇଁ, ପିତାମାତାଙ୍କୁ ହୃଦ୍‌ଘାତ !

ସାଧାରଣତଃ ପିଲାଙ୍କୁ ହୋମୱାର୍କରେ ବାପା ମା’ ସାହାଯ୍ୟ କରନ୍ତି। କିନ୍ତୁ, ଚୀନରେ ପିଲାଙ୍କର ଏହି ହୋମୱାର୍କ ଏବେ ପିତାମାତାଙ୍କ ପାଇଁ କାଳ ସାଜିଛି। ପିଲାଙ୍କୁ ହୋମୱାର୍କ ତଥା ଖାସ କରି ଗଣିତ ପାଠରେ ସାହାଯ୍ୟ କରିବାକୁ ଯାଇ ପିତାମାତାମାନେ ହୃଦ୍‌ଘାତର ଶିକାର ହେଉଥିବା ଜଣାପଡ଼ିଛି। ଯାହା ସଭିଙ୍କୁ ଆଶ୍ଟର୍ଯ୍ୟଚକିତ କରିଛି। ତେବେ ନିକଟରେ ହଙ୍ଗୌଜୋରେ ବାସ କରୁଥିବା ଡଙ୍ଗ୍ ନାମ୍ନୀ ଜଣେ ୪୦ ବର୍ଷିୟ ମହିଳା ସନ୍ଧ୍ୟା ସମୟରେ ନିଜ ପୁଅକୁ ଗଣିତ ହୋମୱାର୍କ କରିବାରେ ସାହାଯ୍ୟ କରୁଥିଲେ। ପିଲାଟିକୁ ଗଣିତ ବୁଝାଇଥିଲେ, ସେ ବୁଝିବାରେ ବିଫଳ ହେବାରୁ ମହିଳା ଜଣଙ୍କ ସେହି ସମୟରେ ନିଜ ଧୈର୍ଯ୍ୟ ହରାଇ ବସିଲେ। ସେ ଅଧିକ ରାଗିଯିବାରୁ ତାଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଥିଲା। ଏପରିକି ବାନ୍ତି ମଧ୍ୟ କରିଥିଲେ। ଦେହ ଅଧିକ ଖରାପ ହେବାରୁ ସେ ଡାକ୍ତରଖାନାକୁ ଯାଇଥିଲେ। ଚିକିତ୍ସା ପରେ ତାଙ୍କୁ ‘ସ୍ପୋଣ୍ଟାନିଓସ୍ ସୁବାର୍କନୋଏଡ୍ ହେମୋରେଜ୍’ ନାମକ ମାମୁଲି ଷ୍ଟ୍ରୋକ୍ ହୋଇଥିଲା ବୋଲି ଜଣାପଡ଼ିଥିଲା।

ଅତ୍ୟଧିକ ଚାପ ଯୋଗୁଁ ଏହି ଷ୍ଟ୍ରୋକ୍ ହୋଇଥିଲା। ସେ ପୁଅଙ୍କୁ ପଢ଼ାଉଥିବା ସମୟରେ ଅତ୍ୟଧିକ ରାଗି ଯାଇଥିଲେ। ତେଣୁ ଏହି ସମସ୍ୟା ଦେଖାଯାଇଥିଲା। ବର୍ତ୍ତମାନ ସମୟରେ ଏହି ପରିସ୍ଥିତି ଚୀନରେ ଚିନ୍ତାଜନକ ହୋଇପଡ଼ିଛି। ତେବେ ଚୀନରେ ଏହି ଘଟଣା ପ୍ରଥମ ନୁେହଁ , ପୂର୍ବରୁ ଅର୍ଥାତ୍ ୨୦୧୯ ମସିହାରେ ଜଣେ ୩୬ ବର୍ଷିୟ ମହିଳା, ଗତ ବର୍ଷ ଜଣେ ୪୫ ବର୍ଷିୟ ମହିଳା ପିଲାଙ୍କୁ ହୋମୱାର୍କ କରୁଥିବା ସମୟରେ ଏହି ଷ୍ଟ୍ରୋକର ଶିକାର ହୋଇଥିଲେ। ସେହିପରି ଗତ ଜାନୁଆରୀ ମାସରେ ମଧ୍ୟ ଚୀନର ଜିୟାଙ୍ଗସୁ ଅଞ୍ଚଳର ଜଣେ ୩୭ ବର୍ଷିୟ ମହିଳା ନିଜ ପୁଅକୁ ଗଣିତ ପଢ଼ାଉଥିବା ସମୟରେ ଏହି ଷ୍ଟ୍ରୋକର ସମ୍ମୁଖୀନ ହୋଇଥିଲେ। ତେବେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବାନୁଯାୟୀ ବିଶେଷ କରି ମହିଳାମାନେ ଏହି ସ୍ବାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେବାର ବହୁ ସମ୍ଭାବନା ରହିଛି, କାରଣ ସେମାନେ ଘର କାମ ସହ ଅଫିସ୍ କାର୍ଯ୍ୟ ଓ ଅନ୍ୟାନ୍ୟ ଚାପ ଓ ଚିନ୍ତାରେ ରହିଥାନ୍ତି। ତେଣୁ ଚାପ ତାଲିକାରେ ପିଲାଙ୍କ ହୋମୱାର୍କ ମଧ୍ୟ ଯୋଡ଼ି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp