ୱେଟର୍ ସାଜିଛନ୍ତି ମାଙ୍କଡ଼

The Sakala Picture
Published On

କୌଣସି ହୋଟେଲ୍‌ର ପରିଚୟ ତା’ର ସାଜସଜ୍ଜା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ। ଏବେ ଅନେକଗୁଡ଼ିଏ ବଡ଼ ବଡ଼ ହୋଟେଲରେ ମଣିଷଙ୍କ ବଦଳରେ ରୋବଟ୍‌ ଖାଦ୍ୟ ପରଷିବାର ଦେଖୀବାକୁ ମିଳିଛି। କିନ୍ତୁ ବିଶ୍ବରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି ବ୍ୟକ୍ତି ନୁହେଁ କି ରୋବଟ୍‌ ନୁହେଁ, ମାଙ୍କଡ଼ମାନେ ୱେଟର୍ ଭାବେ କାମ କରୁଛନ୍ତି। ଜାପାନର ଟୋକିଓରେ ଥିବା କାୟାବୁକିୟା ତାବର୍ଣ୍ଣ ରେଷ୍ଟୁରାଣ୍ଟ୍‌ ଏବେ ଖାଦ୍ୟ ପାଇଁ ନୁହେଁ ବରଂ ୱେଟର୍‌ ପାଇଁ ଚର୍ଚ୍ଚାରେ ରହିଛି। […]

କୌଣସି ହୋଟେଲ୍‌ର ପରିଚୟ ତା’ର ସାଜସଜ୍ଜା ଓ କର୍ମଚାରୀଙ୍କ ବ୍ୟବହାର ଉପରେ ନିର୍ଭର କରିଥାଏ। ଏବେ ଅନେକଗୁଡ଼ିଏ ବଡ଼ ବଡ଼ ହୋଟେଲରେ ମଣିଷଙ୍କ ବଦଳରେ ରୋବଟ୍‌ ଖାଦ୍ୟ ପରଷିବାର ଦେଖୀବାକୁ ମିଳିଛି। କିନ୍ତୁ ବିଶ୍ବରେ ଏମିତି ଏକ ରେଷ୍ଟୁରାଣ୍ଟ ରହିଛି, ଯେଉଁଠି ବ୍ୟକ୍ତି ନୁହେଁ କି ରୋବଟ୍‌ ନୁହେଁ, ମାଙ୍କଡ଼ମାନେ ୱେଟର୍ ଭାବେ କାମ କରୁଛନ୍ତି। ଜାପାନର ଟୋକିଓରେ ଥିବା କାୟାବୁକିୟା ତାବର୍ଣ୍ଣ ରେଷ୍ଟୁରାଣ୍ଟ୍‌ ଏବେ ଖାଦ୍ୟ ପାଇଁ ନୁହେଁ ବରଂ ୱେଟର୍‌ ପାଇଁ ଚର୍ଚ୍ଚାରେ ରହିଛି। ଏଠାରେ ମାଙ୍କଡ଼ ୱେଟର୍‌ମାନେ ଡ୍ରିଙ୍କସ ସର୍ଭ କରିବାଠାରୁ ଆରମ୍ଭ କରି ହାତ ସଫା ପରେ ଗ୍ରାହକଙ୍କୁ ତଉଲିଆ ମଧ୍ୟ ଯୋଗାଇ ଦିଅନ୍ତି। ସବୁଠାରୁ ମଜାଦାର କଥା ହେଉଛି ଏହି ମାଙ୍କଡ଼ମାନେ ୱେଟରଙ୍କ ଭଳି ୟୁନିଫର୍ମ ମଧ୍ୟ ପିନ୍ଧିଥାନ୍ତି। ଜାପାନରେ ପଶୁପକ୍ଷୀଙ୍କୁ ନେଇ କଡ଼ା ନିୟମ ଥିବାରୁ ଏହି ରେଷ୍ଟୁରାଣ୍ଟରେ ମାଙ୍କଡ଼ମାନଙ୍କୁ କେବଳ ଦୁଇଘଣ୍ଟା କାମ କରିବା ପାଇଁ ମାଲିକଙ୍କୁ ଅନୁମତି ମିଳିଛି।

ଆହୁରି ପଢ଼ନ୍ତୁ: ମନି ପ୍ଲାଣ୍ଟ ଲଗାଇବା ବେଳେ କରନ୍ତୁ ନାହିଁ ଏହି ଭୁଲ୍, ଜାଣନ୍ତୁ ଶୀଘ୍ର ବଢ଼ିବାର ସହଜ ଉପାୟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp