ସକାରାତ୍ମକ ଶକ୍ତି ବୃଦ୍ଧି ଓ ଆର୍ଥିକ ସ୍ତରରେ ଉନ୍ନତି ପାଇଁ ଜାଣନ୍ତୁ ବାସ୍ତୁ ଟିପ୍ସ
ନିଜ ଘରେ ସମସ୍ତେ ସୁଖଶାନ୍ତିରେ ରହିବାକୁ ଚାହାନ୍ତି। ଆର୍ଥିକ ସ୍ତରରେ ଉନ୍ନତି ତଥା ମାନସିକ ଶାନ୍ତି ପାଇଁ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଆବଶ୍ୟକ। ବାସ୍ତୁର କିଛି ନିୟମ ମାନିବା ଦ୍ବାରା ଘର ପରିବେଶରେ ସକାରାତ୍ମକତା ଆସିଥାଏ। ସେହିସବୁ ନିୟମଗୁଡ଼ିକ ହେଉଛି – -ଘରେ କୌଣସି କାମ ଆଶାନୁରୂପ ହେଉ ନ ଥିଲେ, କୌଣସି ସ୍ଥାନରେ ଦୁଇଟି କର୍ପୂର ଖଣ୍ଡକୁ ରଖି ଦିଅନ୍ତୁ। କର୍ପୂର ଉଡ଼ିଗଲା ପରେ ତାହାକୁ ବଦଳାଇ ଦିଅନ୍ତୁ। -ଘରେ ଥିବା ବାସ୍ତୁଦୋଷକୁ […]
ନିଜ ଘରେ ସମସ୍ତେ ସୁଖଶାନ୍ତିରେ ରହିବାକୁ ଚାହାନ୍ତି। ଆର୍ଥିକ ସ୍ତରରେ ଉନ୍ନତି ତଥା ମାନସିକ ଶାନ୍ତି ପାଇଁ ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ହେବା ଆବଶ୍ୟକ। ବାସ୍ତୁର କିଛି ନିୟମ ମାନିବା ଦ୍ବାରା ଘର ପରିବେଶରେ ସକାରାତ୍ମକତା ଆସିଥାଏ। ସେହିସବୁ ନିୟମଗୁଡ଼ିକ ହେଉଛି –
-ଘରେ କୌଣସି କାମ ଆଶାନୁରୂପ ହେଉ ନ ଥିଲେ, କୌଣସି ସ୍ଥାନରେ ଦୁଇଟି କର୍ପୂର ଖଣ୍ଡକୁ ରଖି ଦିଅନ୍ତୁ। କର୍ପୂର ଉଡ଼ିଗଲା ପରେ ତାହାକୁ ବଦଳାଇ ଦିଅନ୍ତୁ।
-ଘରେ ଥିବା ବାସ୍ତୁଦୋଷକୁ ଦୂର କରିବା ପାଇଁ ୬ଟି କିମ୍ବା ୮ଟି କାଠି ଥିବା ୱିଣ୍ଡ୍ ଚାଇମ୍ସ ବ୍ୟବହାର କରନ୍ତୁ। ଏହାଦ୍ବାରା ଘରେ ସକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ।
-ଘୋଡ଼ା ନାଲକୁ ଘରର ମୁଖ୍ୟ ଦ୍ବାରରେ ଲଗାନ୍ତୁ। ବିଶ୍ବାସ ରହିଛି ଯେ,ଏହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ।
-ଲିଭିଙ୍ଗ୍ ରୁମ୍ରେ ନିଜ ପରିବାରର ଖୁସି ମୁହୂର୍ତ୍ତର ଫଟୋକୁ ଲଗାନ୍ତୁ। ଏହା ଦ୍ବାରା ସମ୍ପର୍କ ମଜଭୁତ ହେବା ସହିତ ମନରେ ସକାରାତ୍ମକ ଚିନ୍ତାଧାରା ଆଣିଥାଏ।
-ଘରେ ଶୁଖିଯାଇଥିବା, ଅସୁନ୍ଦର ଦେଖାଯାଉଥିବା ବା ଥୁଣ୍ଟା ଗଛଗୁଡ଼ିକୁ ବାହାର କରିଦିଅନ୍ତୁ। ଏହା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରେ ଫଳରେ ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ ବୋଲି କୁହାଯାଏ।
-ଯଦି ତାଜା ଫୁଲ ଘରେ ସଜାଉଛନ୍ତି, ତେବେ ପ୍ରତିଦିନ ଫୁଲ ବଦଳାନ୍ତୁ। ଶୁଖିଯାଇଥିବା ଫୁଲ ସକାରାତ୍ମକ ଶକ୍ତି ଆସିବାରେ ବାଧା ସୃଷ୍ଟି କରିଥାଏ।
-ଘରର କାନ୍ଥରେ ଫାଟ ସୃଷ୍ଟି ହେବା, ଘରେ ଅଧିକ ଦିନ ବୁଢିଆଣି ଜାଲ ରହିବା ମଧ୍ୟ ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ନକାରାତ୍ମକ ଶକ୍ତି ବୃଦ୍ଧି ପାଇଥାଏ ବୋଲି କୁହାଯାଏ।