ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ଶୂନ୍ୟ ସହନଶୀଳତା, ଆଜିଠୁ ଜୋର୍‍ଦାର୍‍ ଚେକିଂ ଆରମ୍ଭ

The Sakala Picture
Published On

ଭୁବନେଶ୍ୱର: ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ପାଇଁ ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ପରିବହନ କମିଶନର (ଏନଫୋର୍ସମେଣ୍ଟ) ଅଧିକାରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିବ। ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ। ଏହି ସମୟରେ ବିନା ହେଲମେଟ୍‍ ଓ ସିଟ୍‍ ବେଲ୍ଟ […]

ଭୁବନେଶ୍ୱର: ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ପାଇଁ ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ପରିବହନ କମିଶନର (ଏନଫୋର୍ସମେଣ୍ଟ) ଅଧିକାରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିବ। ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ। ଏହି ସମୟରେ ବିନା ହେଲମେଟ୍‍ ଓ ସିଟ୍‍ ବେଲ୍ଟ ବ୍ୟବହାର କରୁନଥିବା, ଗାଡ଼ି ଚାଳନା ସମୟରେ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଧିକ ଯାଞ୍ଚ କରାଯିବ।

ଆହୁରି ପଢ଼ନ୍ତୁ: ବ୍ୟାଙ୍କକୁ ନ ଆସିଲେ, ଜମା ଟଙ୍କା ଦେଇହେବନି କହିଲା ବ୍ୟାଙ୍କ; ମଶାଣିରୁ ଭଉଣୀର ଶବ ଖୋଳି ବ୍ୟାଙ୍କକୁ କାନ୍ଧେଇ ନେଲା ଭାଇ

ଆବଶ୍ୟକ ସ୍ଥଳେ ପରିବହନ ଅଧିକାରୀ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ୨୮ ତାରିଖ ଦିନ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯିବ। ସେହିପରି ବାଲି, ଚିପ୍ସ, ପଥର ଆଦି ପରିବହନ କରୁଥିବା ଗାଡ଼ିରେ ରିଫ୍ଲେକ୍ଟର ଟେପ୍‍, ବ୍ରେକ୍‍ ଲାଇଟ୍‍, ହେଡ୍‍ ଲାଇଟ୍‍, ଇଣ୍ଡିକେଟର ଲାଇଟ୍‍, ପାର୍କିଂ ଲାଇଟ୍‍ ଆଦି ଯାଞ୍ଚ କରାଯିବ। ପାର୍କିଂ ସିଗନାଲ ବିନା ରାଜପଥରେ ଥୁଆ ହୋଇଥିବା ଗାଡ଼ିରୁ ଜରିମାନା ଆଦାୟ କରାଯିବ। ଅସୁରକ୍ଷିତ ଅବସ୍ଥାରେ ମାଲ ପରିବହନ କରୁଥିବା ଗାଡ଼ିର ଫିଟ୍‍ନେସ୍‍ ପ୍ରମାଣପତ୍ର ବାତିଲ କରାଯିବ। ୨୯ ତାରିଖ ସଂଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଏହି ଯାଞ୍ଚ ଚାଲିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ‘ବିଜୁ ଶ୍ରମିକ ବନ୍ଧୁ’ ସମ୍ମାନ ନାମ ବଦଳାଇଲେ ରାଜ୍ୟ ସରକାର, ହେବ ‘ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ’

27 Sep 2022 By The Sakala

ବେପରୁଆ ଗାଡ଼ି ଚାଳକଙ୍କ ବିରୋଧରେ ଶୂନ୍ୟ ସହନଶୀଳତା, ଆଜିଠୁ ଜୋର୍‍ଦାର୍‍ ଚେକିଂ ଆରମ୍ଭ

ଭୁବନେଶ୍ୱର: ଟ୍ରାଫିକ୍‍ ନିୟମ ଉଲ୍ଲଘଂନକାରୀଙ୍କ ବିରୋଧରେ ଶୂନ୍ୟ ସହନଶୀଳତା ଅବଲମ୍ବନ କରିବା ପାଇଁ ସମସ୍ତ ଆରଟିଓ ଏବଂ ଅତିରିକ୍ତ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ ପରିବହନ କମିଶନର (ଏନଫୋର୍ସମେଣ୍ଟ) ଅଧିକାରୀମାନଙ୍କୁ ପତ୍ର ଲେଖି କହିଛନ୍ତି ଯେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଯାଞ୍ଚ ଅଭିଯାନ ଚାଲିବ। ସକାଳ ୯ରୁ ଅପରାହ୍ନ ୨ଟା ଏବଂ ଅପରାହ୍ନ ୩ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଯାନ ବାହନ ଯାଞ୍ଚ କରାଯିବ। ଏହି ସମୟରେ ବିନା ହେଲମେଟ୍‍ ଓ ସିଟ୍‍ ବେଲ୍ଟ ବ୍ୟବହାର କରୁନଥିବା, ଗାଡ଼ି ଚାଳନା ସମୟରେ ମୋବାଇଲ୍‍ ଫୋନ୍‍ ବ୍ୟବହାର କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଅଧିକ ଯାଞ୍ଚ କରାଯିବ।

ଆବଶ୍ୟକ ସ୍ଥଳେ ପରିବହନ ଅଧିକାରୀ ସ୍ଥାନୀୟ ପୁଲିସର ସହାୟତା ନେଇପାରିବେ। ୨୮ ତାରିଖ ଦିନ ସଂଧ୍ୟା ୭ରୁ ପରଦିନ ସକାଳ ୭ଟା ପର୍ଯ୍ୟନ୍ତ ମଦ୍ୟପ ଗାଡ଼ି ଚାଳକଙ୍କୁ ଯାଞ୍ଚ କରାଯିବ। ସେହିପରି ବାଲି, ଚିପ୍ସ, ପଥର ଆଦି ପରିବହନ କରୁଥିବା ଗାଡ଼ିରେ ରିଫ୍ଲେକ୍ଟର ଟେପ୍‍, ବ୍ରେକ୍‍ ଲାଇଟ୍‍, ହେଡ୍‍ ଲାଇଟ୍‍, ଇଣ୍ଡିକେଟର ଲାଇଟ୍‍, ପାର୍କିଂ ଲାଇଟ୍‍ ଆଦି ଯାଞ୍ଚ କରାଯିବ। ପାର୍କିଂ ସିଗନାଲ ବିନା ରାଜପଥରେ ଥୁଆ ହୋଇଥିବା ଗାଡ଼ିରୁ ଜରିମାନା ଆଦାୟ କରାଯିବ। ଅସୁରକ୍ଷିତ ଅବସ୍ଥାରେ ମାଲ ପରିବହନ କରୁଥିବା ଗାଡ଼ିର ଫିଟ୍‍ନେସ୍‍ ପ୍ରମାଣପତ୍ର ବାତିଲ କରାଯିବ। ୨୯ ତାରିଖ ସଂଧ୍ୟା ୭ରୁ ସକାଳ ୬ ପର୍ଯ୍ୟନ୍ତ ଏହି ଯାଞ୍ଚ ଚାଲିବ ବୋଲି କୁହାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର