ଚମତ୍କାର ଚିତ୍ରକଳା : କରୋନାରେ ଗୁରୁ ବନିଗଲା ୟୁଟ୍ୟୁବ୍‌

The Sakala Picture
Published On

ତମାଣ୍ଡୋ : ଆଗ୍ରହ ଓ ଆତ୍ମବିଶ୍ବାସ ବଳରେ ଜଣେ ନିଜ ଲକ୍ଷ୍ୟପଥରେ ଆଗେଇବା ସହିତ ସଫଳତାର‌ ଶୀର୍ଷରେ ପହଞ୍ଚି ପାରିଥାଏ। ଯେକୌଣସି ଫଟୋକୁ ସେ କାଗଜ ଓ ପେନସିଲ୍ ଦ୍ୱାରା ଅବିକଳ ଆଙ୍କି ପାରନ୍ତି। ଚିତ୍ର ଆଙ୍କିବା ପଛରେ ଅର୍ଥର କୌଣସି ଆକର୍ଷଣ ନ ଥାଏ ବରଂ ଥାଏ ଚିତ୍ରକଳା ପ୍ରତି ନିଶା। ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ତମାଣ୍ଡୋର ସୁନିଲ କୁମାର ପ୍ରଧାନ। କୋଡ଼ିଏ ବର୍ଷିୟ ସୁନିଲ ସରକାରୀ ପଲିଟେକନିକ୍ ଇଲେକ୍ଟ୍ରୋନିକ ଟେଲିକମ୍ୟୁନିକେସନରେ ଡିପ୍ଲୋମା ପଢୁଛନ୍ତି। […]

ତମାଣ୍ଡୋ : ଆଗ୍ରହ ଓ ଆତ୍ମବିଶ୍ବାସ ବଳରେ ଜଣେ ନିଜ ଲକ୍ଷ୍ୟପଥରେ ଆଗେଇବା ସହିତ ସଫଳତାର‌ ଶୀର୍ଷରେ ପହଞ୍ଚି ପାରିଥାଏ। ଯେକୌଣସି ଫଟୋକୁ ସେ କାଗଜ ଓ ପେନସିଲ୍ ଦ୍ୱାରା ଅବିକଳ ଆଙ୍କି ପାରନ୍ତି। ଚିତ୍ର ଆଙ୍କିବା ପଛରେ ଅର୍ଥର କୌଣସି ଆକର୍ଷଣ ନ ଥାଏ ବରଂ ଥାଏ ଚିତ୍ରକଳା ପ୍ରତି ନିଶା। ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ତମାଣ୍ଡୋର ସୁନିଲ କୁମାର ପ୍ରଧାନ। କୋଡ଼ିଏ ବର୍ଷିୟ ସୁନିଲ ସରକାରୀ ପଲିଟେକନିକ୍ ଇଲେକ୍ଟ୍ରୋନିକ ଟେଲିକମ୍ୟୁନିକେସନରେ ଡିପ୍ଲୋମା ପଢୁଛନ୍ତି। ପିଲାଟି ଦିନରୁ ଚିତ୍ରକଳା ପ୍ରତି ଦୁର୍ବଳତା ରହିଥିଲା କିନ୍ତୁ ସେ କାହାରି ଠାରୁ ପ୍ରତ୍ୟକ୍ଷ ଶିକ୍ଷା ନେଇନାହାନ୍ତି ବରଂ କରୋନାର ପ୍ରଥମ ଲହରରେ ହୋଇଥିବା ଲକଡାଉନ୍ ରେ ଘରେ ରହି ୟୁଟ୍ୟୁବରେ ଚିତ୍ରାଙ୍କନର ବିଭିନ୍ନ ଭିଡିଓ ଦେଖି ଚିତ୍ର କରିବାର କୌଶଳକୁ ଶିଖିଛନ୍ତି। ସେ ବିଶେଷକରି ପେନସିଲ୍ ସ୍କେଚିଂ, ଚାରକୋଲ୍‌, ଅଏଲ ପେଣ୍ଟିଂ, ୩ଡି ଏବଂ ଆକ୍ରେଲିକ୍‌ର ଚିତ୍ର କରନ୍ତି। ସେ ହଲିଉଡ ଏବଂ ବଲିଉଡର ବିଭିନ୍ନ ଅଭିନେତା ଅଭିନେତ୍ରୀମାନଙ୍କର ଫଟୋକୁ ପେନସିଲ୍ ଓ ପେପରରେ ଜୀବନ୍ତ ଭାବେ ରୂପ ଦେଇଛନ୍ତି। ହଲିଉଡର ଜନି ଡିପ୍, ବଲିଉଡର ଶାହାରୁଖ ଖାନ, ସୋନୁ ସୁଦ, ହ୍ରିତିକ ରୋଶନ, ନୱଜ ଉଦ୍ଦିନ୍ ସିଧିକ୍, ସାରା ଅଲ୍ଲୀ ଖାନ ଓ ରଶ୍ମିକା ମାନ୍ଦାନାଙ୍କ ଭଳି ଅନେକ ଅଭିନେତା ଅଭିନେତ୍ରୀମାନଙ୍କର ଚିତ୍ର ଆଙ୍କିଛନ୍ତି।

ଆହୁରି ପଢ଼ନ୍ତୁ: ଜିଲ୍ଳାପାଳଙ୍କ ରିପୋର୍ଟ ଆଧାରରେ ନିଆଯିବ ସ୍କୁଲ ଛୁଟି ନିଷ୍ପତ୍ତି: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

YouTube became the guru in Corona

ଆହୁରି ପଢ଼ନ୍ତୁ: ଜନଗଣନା କରିବାକୁ ଯାଇ ଶିକ୍ଷୟିତ୍ରୀ ନିଖୋଜ, ତିନି ଦିନ ହେଲା ମିଳୁନି ପତ୍ତା

ସବୁଠାରୁ ବଡ଼ କଥା ହେଉଛି ଚିତ୍ର ଆଙ୍କିବା ପରେ ଫେସବୁକ, ଟୁଇଟର ଓ ଇନଷ୍ଟାଗ୍ରାମ୍‌ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେହି ଛବିକୁ ପୋଷ୍ଟ କରି ସେମାନଙ୍କୁ ଟ୍ୟାଗ କରନ୍ତି। ତାଙ୍କର ଏହି ପୋଷ୍ଟରେ ମନୋଜ ବାଜପାୟୀ, ପଙ୍କଜ ତ୍ରିପାଠୀଙ୍କ ଭଳି ଅଭିନେତା ଧନ୍ୟବାଦ ଜଣାଇଛନ୍ତି। ସେଇଭଳି ହାସ୍ୟ ଅଭିନେତା ଜୟବିଜୟ ସଚନ୍ ନିଜ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ରେ ସୁନିଲ ଆଙ୍କିଥିବା ଚିତ୍ରକୁ ପୋଷ୍ଟ କରି “ତୁମ ଭଳି ପ୍ରଶଂସକ ମୋ ପାଇଁ ଆର୍ଶୀବାଦ” ବୋଲି ଲେଖିଛନ୍ତି। ଚିତ୍ର ମାଧ୍ୟମରେ ସମାଜକୁ ଉତ୍ତମ ବାର୍ତ୍ତା ଦେବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଜନ୍ମ ପ୍ରମାଣପତ୍ର ପାଇଁ ଗରିବଙ୍କୁ ଲୁଟୁଛନ୍ତି ସରକାରୀ ବାବୁ, ୭୦ ଟଙ୍କା ପରିବର୍ତ୍ତେ ନେଉଛନ୍ତି ୯୦୦

ସୁନିଲ କୁହନ୍ତି, ଚିତ୍ର ଆଙ୍କିବା ସମୟରେ ତା’ ଭିତରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦିଏ ଓ ମୋତେ ଲାଗେ ଚିତ୍ର ମାଧ୍ୟମରେ ଯେମିତି ମୁଁ ଫଟୋକୁ ଜୀବନ୍ତ ରୂପ ଦେବାକୁ ଯାଉଛି। ବଡ଼ବଡ଼ ଅଭିନେତା ଅଭିନେତ୍ରୀଙ୍କ ସମେତ ବିଭିନ୍ନ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ସୋସିଆଲ ମିଡିଆରେ ମୋତେ ପ୍ରଶଂସା କରୁଛନ୍ତି, ଏହାହିଁ କାର୍ଯ୍ୟ କରିବାକୁ ମୋତେ ଅଧିକ ଉତ୍ସାହିତ କରୁଛି। ଚିତ୍ର ମାଧ୍ୟମରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲୋକମାନେ କିଭଳି କଳାକୁ ସମ୍ମାନ ଦେବେ ସେ କ୍ଷେତ୍ରରେ କାର୍ଯ୍ୟ କରିବି।

04 Jun 2021 By The Sakala

ଚମତ୍କାର ଚିତ୍ରକଳା : କରୋନାରେ ଗୁରୁ ବନିଗଲା ୟୁଟ୍ୟୁବ୍‌

ତମାଣ୍ଡୋ : ଆଗ୍ରହ ଓ ଆତ୍ମବିଶ୍ବାସ ବଳରେ ଜଣେ ନିଜ ଲକ୍ଷ୍ୟପଥରେ ଆଗେଇବା ସହିତ ସଫଳତାର‌ ଶୀର୍ଷରେ ପହଞ୍ଚି ପାରିଥାଏ। ଯେକୌଣସି ଫଟୋକୁ ସେ କାଗଜ ଓ ପେନସିଲ୍ ଦ୍ୱାରା ଅବିକଳ ଆଙ୍କି ପାରନ୍ତି। ଚିତ୍ର ଆଙ୍କିବା ପଛରେ ଅର୍ଥର କୌଣସି ଆକର୍ଷଣ ନ ଥାଏ ବରଂ ଥାଏ ଚିତ୍ରକଳା ପ୍ରତି ନିଶା। ସେ ହେଉଛନ୍ତି ରାଜଧାନୀ ଉପକଣ୍ଠ ତମାଣ୍ଡୋର ସୁନିଲ କୁମାର ପ୍ରଧାନ। କୋଡ଼ିଏ ବର୍ଷିୟ ସୁନିଲ ସରକାରୀ ପଲିଟେକନିକ୍ ଇଲେକ୍ଟ୍ରୋନିକ ଟେଲିକମ୍ୟୁନିକେସନରେ ଡିପ୍ଲୋମା ପଢୁଛନ୍ତି। ପିଲାଟି ଦିନରୁ ଚିତ୍ରକଳା ପ୍ରତି ଦୁର୍ବଳତା ରହିଥିଲା କିନ୍ତୁ ସେ କାହାରି ଠାରୁ ପ୍ରତ୍ୟକ୍ଷ ଶିକ୍ଷା ନେଇନାହାନ୍ତି ବରଂ କରୋନାର ପ୍ରଥମ ଲହରରେ ହୋଇଥିବା ଲକଡାଉନ୍ ରେ ଘରେ ରହି ୟୁଟ୍ୟୁବରେ ଚିତ୍ରାଙ୍କନର ବିଭିନ୍ନ ଭିଡିଓ ଦେଖି ଚିତ୍ର କରିବାର କୌଶଳକୁ ଶିଖିଛନ୍ତି। ସେ ବିଶେଷକରି ପେନସିଲ୍ ସ୍କେଚିଂ, ଚାରକୋଲ୍‌, ଅଏଲ ପେଣ୍ଟିଂ, ୩ଡି ଏବଂ ଆକ୍ରେଲିକ୍‌ର ଚିତ୍ର କରନ୍ତି। ସେ ହଲିଉଡ ଏବଂ ବଲିଉଡର ବିଭିନ୍ନ ଅଭିନେତା ଅଭିନେତ୍ରୀମାନଙ୍କର ଫଟୋକୁ ପେନସିଲ୍ ଓ ପେପରରେ ଜୀବନ୍ତ ଭାବେ ରୂପ ଦେଇଛନ୍ତି। ହଲିଉଡର ଜନି ଡିପ୍, ବଲିଉଡର ଶାହାରୁଖ ଖାନ, ସୋନୁ ସୁଦ, ହ୍ରିତିକ ରୋଶନ, ନୱଜ ଉଦ୍ଦିନ୍ ସିଧିକ୍, ସାରା ଅଲ୍ଲୀ ଖାନ ଓ ରଶ୍ମିକା ମାନ୍ଦାନାଙ୍କ ଭଳି ଅନେକ ଅଭିନେତା ଅଭିନେତ୍ରୀମାନଙ୍କର ଚିତ୍ର ଆଙ୍କିଛନ୍ତି।

YouTube became the guru in Corona

ସବୁଠାରୁ ବଡ଼ କଥା ହେଉଛି ଚିତ୍ର ଆଙ୍କିବା ପରେ ଫେସବୁକ, ଟୁଇଟର ଓ ଇନଷ୍ଟାଗ୍ରାମ୍‌ ଭଳି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ସେହି ଛବିକୁ ପୋଷ୍ଟ କରି ସେମାନଙ୍କୁ ଟ୍ୟାଗ କରନ୍ତି। ତାଙ୍କର ଏହି ପୋଷ୍ଟରେ ମନୋଜ ବାଜପାୟୀ, ପଙ୍କଜ ତ୍ରିପାଠୀଙ୍କ ଭଳି ଅଭିନେତା ଧନ୍ୟବାଦ ଜଣାଇଛନ୍ତି। ସେଇଭଳି ହାସ୍ୟ ଅଭିନେତା ଜୟବିଜୟ ସଚନ୍ ନିଜ ଇନଷ୍ଟାଗ୍ରାମ୍ ପ୍ରୋଫାଇଲ୍ ରେ ସୁନିଲ ଆଙ୍କିଥିବା ଚିତ୍ରକୁ ପୋଷ୍ଟ କରି “ତୁମ ଭଳି ପ୍ରଶଂସକ ମୋ ପାଇଁ ଆର୍ଶୀବାଦ” ବୋଲି ଲେଖିଛନ୍ତି। ଚିତ୍ର ମାଧ୍ୟମରେ ସମାଜକୁ ଉତ୍ତମ ବାର୍ତ୍ତା ଦେବାକୁ ସେ ଆଗ୍ରହ ପ୍ରକାଶ କରିଛନ୍ତି।

ସୁନିଲ କୁହନ୍ତି, ଚିତ୍ର ଆଙ୍କିବା ସମୟରେ ତା’ ଭିତରେ ନିଜକୁ ସମ୍ପୂର୍ଣ୍ଣ ସମର୍ପି ଦିଏ ଓ ମୋତେ ଲାଗେ ଚିତ୍ର ମାଧ୍ୟମରେ ଯେମିତି ମୁଁ ଫଟୋକୁ ଜୀବନ୍ତ ରୂପ ଦେବାକୁ ଯାଉଛି। ବଡ଼ବଡ଼ ଅଭିନେତା ଅଭିନେତ୍ରୀଙ୍କ ସମେତ ବିଭିନ୍ନ ସୋସିଆଲ ମିଡ଼ିଆ ବ୍ୟବହାରକାରୀ ସୋସିଆଲ ମିଡିଆରେ ମୋତେ ପ୍ରଶଂସା କରୁଛନ୍ତି, ଏହାହିଁ କାର୍ଯ୍ୟ କରିବାକୁ ମୋତେ ଅଧିକ ଉତ୍ସାହିତ କରୁଛି। ଚିତ୍ର ମାଧ୍ୟମରେ ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ସହିତ ଲୋକମାନେ କିଭଳି କଳାକୁ ସମ୍ମାନ ଦେବେ ସେ କ୍ଷେତ୍ରରେ କାର୍ଯ୍ୟ କରିବି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର