ବିନା ଫୁଡ୍‍ ସେଫ୍ଟି ଲାଇସେନ୍ସରେ ମାଳମାଳ ପାନୀୟ ପସରା

The Sakala Picture
Published On

ଭୁବନେଶ୍ୱର : ରାଜଧାନୀରେ ତାପମାତ୍ରା ବଢ଼ିଲାଣି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜଧାନୀରେ ଭଳି କି ଭଳି ମୃଦୁ ପାନୀୟ ଦୋକାନ ଖୋଲିଗଲାଣି। ତେବେ ବିତରଣ କରାଯାଉଥିବା ଥଣ୍ଡା ପାନୀୟର ଗୁଣାତ୍ମକ ମାନ ବିଏମ୍‍ସି କିମ୍ବା ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ୍‍ କରୁ ନ ଥିବା ଅଭିଯୋଗ ହେଉଛି। ରାଜଧାନୀର ସହିଦନଗର, ବାଣୀବିହାର, ବାପୁଜୀନଗର, ସିଆର୍‍ପି, କଳ୍ପନା, ଚନ୍ଦ୍ରଶେଖରପୁର, ପଟିଆ ଆଦି ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ବ ଲସି ଦୋକାନ ଖୋଲିଛି। ଲୋକେମାନେ ଏସବୁ ପିଇ ଆତ୍ମସନ୍ତୋଷ ଲାଭ କରୁଛନ୍ତି। […]

ଭୁବନେଶ୍ୱର : ରାଜଧାନୀରେ ତାପମାତ୍ରା ବଢ଼ିଲାଣି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜଧାନୀରେ ଭଳି କି ଭଳି ମୃଦୁ ପାନୀୟ ଦୋକାନ ଖୋଲିଗଲାଣି। ତେବେ ବିତରଣ କରାଯାଉଥିବା ଥଣ୍ଡା ପାନୀୟର ଗୁଣାତ୍ମକ ମାନ ବିଏମ୍‍ସି କିମ୍ବା ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ୍‍ କରୁ ନ ଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ତାମିଲନାଡୁ ଗ୍ୟାସ୍ ଲିକ୍ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ରାଜଧାନୀର ସହିଦନଗର, ବାଣୀବିହାର, ବାପୁଜୀନଗର, ସିଆର୍‍ପି, କଳ୍ପନା, ଚନ୍ଦ୍ରଶେଖରପୁର, ପଟିଆ ଆଦି ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ବ ଲସି ଦୋକାନ ଖୋଲିଛି। ଲୋକେମାନେ ଏସବୁ ପିଇ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଲସି ଗ୍ଲାସ ୩୦ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ଯାଏଁ ବିକ୍ରି ହେଉଛି। ପ୍ରତିଦିନ ମୃଦୁ ପାନୀୟ ବିକ୍ରିକରି ହଜାର ହଜାର ଟଙ୍କା ଲାଭ କରୁଛନ୍ତି ବ୍ୟବସାୟୀ। ମାତ୍ର ସହରରେ ଏଭଳି ଦୋକାନ କରିଥିବା ୮୦ ପ୍ରତିଶତ ଦୋକାନୀଙ୍କ ନିକଟରେ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନ ଥିବା ସୂଚନା ମିଳିଛି। ପାଟିକୁ ସୁଆଦିଆ ଲାଗୁଥିବା ପାନୀୟ ଜଳରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଓ ରଙ୍ଗ ମିଶ୍ରଣ କରାଯାଉଛି। ଏଥିସହିତ ବାସି ପାନୀୟ ଗ୍ରାହକଙ୍କୁ ପରଷା ଯାଉଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ବିବାହ ଆଳରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖି ୨୫ ଲକ୍ଷ ଓ ଆଇଫୋନ୍‌‌ ଠକିନେଲା ରସିକିଆ ଡାକ୍ତର, ବାନ୍ଧିଲା ପୋଲିସ

ସେହିପରି ବସ୍ତି ଅଞ୍ଚଳରେ ବିକ୍ରି କରାଯାଉଥିବା ଲସି, ଲେମ୍ବୁପାଣି ଓ ଅନ୍ୟାନ୍ୟ ପାନୀୟ ଜଳ ଶୁଦ୍ଧ ପାଣି ବଦଳରେ ଦୂଷିତ ପାଣି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ପାଟିକୁ ଥଣ୍ଡା ଓ ସୁସ୍ୱାଦୁ ଲାଗୁଥିବା ଏହି ପାନୀୟ ପିଇବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ସେପଟେ ଗତକାଲି କିଛି ଦୋକାନ ଉପରେ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, ଲସି ଦୋକାନଗୁଡିକ ଉପରେ ଖୁବ୍‍ଶୀଘ୍ର ଚଢ଼ଉ କରାଯିବା ସହ ଗୁଣାତ୍ମକ ମାନ ଯାଞ୍ଚ କରାଯିବ। ଏଥିସହିତ ଦୋକାନଗୁଡିକର ମଧ୍ୟ ଫୁଡ୍‍ ଲାଇସେନ୍ସ ଯାଞ୍ଚ୍‍ ହେବ ବୋଲି ସେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ୧୬୦୦ରୁ ଅଧିକ ଭୁଲ: ତ୍ରୁଟି ପଛରେ ବଡ଼ ଷଡ଼ଯନ୍ତ୍ର ଥିବା ଲାଗୁଛି କହିଲେ ମୁଖ୍ୟମନ୍ତ୍ରୀ

03 Apr 2021 By The Sakala

ବିନା ଫୁଡ୍‍ ସେଫ୍ଟି ଲାଇସେନ୍ସରେ ମାଳମାଳ ପାନୀୟ ପସରା

ଭୁବନେଶ୍ୱର : ରାଜଧାନୀରେ ତାପମାତ୍ରା ବଢ଼ିଲାଣି। ଗ୍ରାହକଙ୍କୁ ଆକୃଷ୍ଟ କରିବା ଲାଗି ରାଜଧାନୀରେ ଭଳି କି ଭଳି ମୃଦୁ ପାନୀୟ ଦୋକାନ ଖୋଲିଗଲାଣି। ତେବେ ବିତରଣ କରାଯାଉଥିବା ଥଣ୍ଡା ପାନୀୟର ଗୁଣାତ୍ମକ ମାନ ବିଏମ୍‍ସି କିମ୍ବା ଖାଦ୍ୟ ସୁରକ୍ଷା ଅଧିକାରୀ ଯାଞ୍ଚ୍‍ କରୁ ନ ଥିବା ଅଭିଯୋଗ ହେଉଛି।

ରାଜଧାନୀର ସହିଦନଗର, ବାଣୀବିହାର, ବାପୁଜୀନଗର, ସିଆର୍‍ପି, କଳ୍ପନା, ଚନ୍ଦ୍ରଶେଖରପୁର, ପଟିଆ ଆଦି ଅଞ୍ଚଳରେ ୫୦ରୁ ଊର୍ଦ୍ଧ୍ବ ଲସି ଦୋକାନ ଖୋଲିଛି। ଲୋକେମାନେ ଏସବୁ ପିଇ ଆତ୍ମସନ୍ତୋଷ ଲାଭ କରୁଛନ୍ତି। ଲସି ଗ୍ଲାସ ୩୦ଟଙ୍କାରୁ ଆରମ୍ଭ କରି ଶହେ ଟଙ୍କା ଯାଏଁ ବିକ୍ରି ହେଉଛି। ପ୍ରତିଦିନ ମୃଦୁ ପାନୀୟ ବିକ୍ରିକରି ହଜାର ହଜାର ଟଙ୍କା ଲାଭ କରୁଛନ୍ତି ବ୍ୟବସାୟୀ। ମାତ୍ର ସହରରେ ଏଭଳି ଦୋକାନ କରିଥିବା ୮୦ ପ୍ରତିଶତ ଦୋକାନୀଙ୍କ ନିକଟରେ ଖାଦ୍ୟ ସୁରକ୍ଷା ଲାଇସେନ୍ସ ନ ଥିବା ସୂଚନା ମିଳିଛି। ପାଟିକୁ ସୁଆଦିଆ ଲାଗୁଥିବା ପାନୀୟ ଜଳରେ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥ ଓ ରଙ୍ଗ ମିଶ୍ରଣ କରାଯାଉଛି। ଏଥିସହିତ ବାସି ପାନୀୟ ଗ୍ରାହକଙ୍କୁ ପରଷା ଯାଉଥିବା ଅଭିଯୋଗ ହେଉଛି।

ସେହିପରି ବସ୍ତି ଅଞ୍ଚଳରେ ବିକ୍ରି କରାଯାଉଥିବା ଲସି, ଲେମ୍ବୁପାଣି ଓ ଅନ୍ୟାନ୍ୟ ପାନୀୟ ଜଳ ଶୁଦ୍ଧ ପାଣି ବଦଳରେ ଦୂଷିତ ପାଣି ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ପାଟିକୁ ଥଣ୍ଡା ଓ ସୁସ୍ୱାଦୁ ଲାଗୁଥିବା ଏହି ପାନୀୟ ପିଇବା ଦ୍ୱାରା ବିଭିନ୍ନ ମାରାତ୍ମକ ରୋଗ ହେବାର ଆଶଙ୍କା ରହିଛି ବୋଲି ଡାକ୍ତରମାନେ ମତ ଦେଇଛନ୍ତି। ସେପଟେ ଗତକାଲି କିଛି ଦୋକାନ ଉପରେ ଚଢ଼ଉ କରାଯାଇ ଜରିମାନା ଆଦାୟ କରାଯାଇଥିଲା। ଏନେଇ ଖାଦ୍ୟ ସୁରକ୍ଷା ଅଧିକାରୀ ସତ୍ୟଜିତ ପଟେଲ କହିଛନ୍ତି, ଲସି ଦୋକାନଗୁଡିକ ଉପରେ ଖୁବ୍‍ଶୀଘ୍ର ଚଢ଼ଉ କରାଯିବା ସହ ଗୁଣାତ୍ମକ ମାନ ଯାଞ୍ଚ କରାଯିବ। ଏଥିସହିତ ଦୋକାନଗୁଡିକର ମଧ୍ୟ ଫୁଡ୍‍ ଲାଇସେନ୍ସ ଯାଞ୍ଚ୍‍ ହେବ ବୋଲି ସେ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର