ଆଗୁଆ ଆସିବ ଶୀତ, ଅଧିକ ଦିନ ରହିବ....

Deviprasad Mohanty Picture
Published On

ନୂଆଦିଲ୍ଲୀ/ଭୁବନେଶ୍ୱର: ଚଳିତ ବର୍ଷ ଶୀଘ୍ର ମୌସୁମୀ ଆସିଥିଲା, ସ୍ୱାଭାବିକ ଭାବରେ ବର୍ଷିବା ସହ ଧାର୍ଯ୍ୟ ସମୟରେ ବିଦାୟ ନେଇଛି। ଅନ୍ୟପକ୍ଷରେ ଚଳିତ ବର୍ଷ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଶୀଘ୍ର ଆସିବ ଥଣ୍ଡା। ଏପରିକି ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଚଳିତ ବର୍ଷ ଅଧିକ ଥଣ୍ଡା ପଡ଼ିବ ବୋଲି ପାଣିପାଗବିଜ୍ଞାନୀମାନେ ଆକଳନ କରୁଛନ୍ତି। ପ୍ରାୟ ୨ ମାସ ପୂର୍ବରୁ ହିମାଳୟ ଉପରାର୍ଦ୍ଧର ୮୬% ଅଞ୍ଚଳ ବରଫରେ ଆବୃତ୍ତ ହୋଇଛି ଓ ହିମାଳୟର ନିମ୍ନଭାଗ ଅଞ୍ଚଳର ତାପମାତ୍ରା ସ୍ୱାଭାବିକ ତାପମାତ୍ରାଠାରୁ ପ୍ରାୟ ୩ ଡ଼ିଗ୍ରୀ ପର୍ଯ୍ୟନ୍ତ କମ୍‌ ହୋଇଛି ଓ ବରଫ ତରଳିବା ହାର ପ୍ରାୟ ଶୂନ୍ୟକୁ ଖସି ଆସିଛି। ଡିସେମ୍ବରରେ ଲା ନିନା ସକ୍ରିୟ ହେବା ସମ୍ଭାବନା ଥିବାରୁ ଚଳିତବର୍ଷ ଭାରତରେ ଭଲ ବର୍ଷା ହୋଇଛି ଓ ଅଧିକ ଥଣ୍ଡା ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: କୋର୍ଟରେ ଖାରଜ ହେଲା ନବୀନ ପଟ୍ଟନାୟକ ଓ ଭି.କେ. ପାଣ୍ଡିଆନଙ୍କ ବିରୋଧରେ ହେଲିକପ୍ଟର ଅପବ୍ୟବହାର ମାମଲା

ହିମାଳୟର ଉପରାର୍ଦ୍ଧା ଅର୍ଥାତ୍‌ ୪ ହଜାର ଫୁଟ ଉଚ୍ଚରୁ ଅଧିକ ଅଞ୍ଚଳରେ ତାପମାତ୍ରା ଏବେ ବିଯୁକ୍ତ ୧୫ ଡ଼ିଗ୍ରୀ ରହିଛି। ଲା ନିନା କାରଣରୁ ଉତ୍ତର, ମଧ୍ୟ ଓ ପୂର୍ବ ଭାରତରେ ତାପମାତ୍ରା ଖୁବ୍‌ ଶୀଘ୍ର ୩ରୁ ୪ ଡ଼ିଗ୍ରୀ ପର୍ଯ୍ୟନ୍ତ କମିପାରେ ବୋଲି କୁହାଯାଉଛି। ହିମାଚଳ ପ୍ରଦେଶ,  ସିକିମ, ଉତ୍ତରାଖଣ୍ଡ, ଜାମ୍ମୁକାଶ୍ମୀର ତାପମାତ୍ରା ଦ୍ରୁତ ବେଗରେ ହ୍ରାସ ପାଇଛି। ଏପରିକି ମଧ୍ୟପ୍ରଦେଶରେ ତାପମାତ୍ରା ୧୬ ଡ଼ିଗ୍ରୀୁ ଫସିଛି। ଭୋପାଳରେ ତାପମାତ୍ରା ସ୍ୱାଭାବିକଠାରୁ ୪ ଡ଼ିଗ୍ରୀ କମ୍‌ ହୋଇ ୧୫.୮ ଡ଼ିଗ୍ରୀକୁ ଖସିଛି । ରାଜସ୍ଥାନରେ ଦିନ ଓ ରାତିର ତାପମାତ୍ରା ମଧ୍ୟ ହ୍ରାସ ପାଇଛି । ରାତିର ତାପମାତ୍ରା ୧୫ ଡ଼ିଗ୍ରୀ ତଳକୁ ଖସିଥିବା ରେକଡର଼୍ କରାଯାଇଛି। ନେପାଳରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ହିମାଳୟ ଉପତ୍ୟକାରେ ବରଫପାତ ବୃଦ୍ଧି ପାଇଛି। ପାଣିପାଗବିଜ୍ଞାନୀମାନେ ଏହାକୁ ଏକ ଶୁଭ ସଙ୍କେତ ବୋଲି ମନେ କରୁଛନ୍ତି। ଏହାଦ୍ୱାରା ଗ୍ଲାସିୟରର ଅନ୍ୟୂନ ୫ ବର୍ଷ ପାଇଁ ଅଧିକ ଜୀବନ୍ତ ରହିବ ଓ ଉତ୍ତରଭାରତର ନଦୀଗୁଡ଼ିକର ସ୍ରୋତ ଶୁଖିବ ନାହିଁ ବୋଲି କୁହାଯାଉଛି। ବୈଜ୍ଞାନିକମାନଙ୍କ ଆକଳନ ଅନୁସାରେ ଭାରତୀୟ ଉପମହାଦ୍ୱୀପର ତାପମାତ୍ରା ଗତ ୧୨୨ ବର୍ଷରେ ୦.୯୯ ଡ଼ିଗ୍ରୀ ବୃଦ୍ଧି ପାଇଛି, ମାତ୍ର ଚଳିତ ବର୍ଷ ଅର୍ଥାତ୍‌ ୨୦୨୫ ଶେଷ ସୁଦ୍ଧା ଏହି ବୃଦ୍ଧିରେ ଅଙ୍କୁଶ ଲାଗିବ ଓ ଲା ନିନା କାରଣ ଯୋଗୁ ତାପମାତ୍ରା ୦.୨ଡ଼ିଗ୍ରୀ କମ୍‌ ହେବ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଅନ୍ୟପଟେ ମୌସୁମୀ ପ୍ରତ୍ୟାବର୍ତ୍ତନ ଧାରା ଆରମ୍ଭ ହେବା ପରେ  ଏବେ ଓଡ଼ିଶାରେ ପାଗ ମୁଖ୍ୟତଃ ଓ ଶୁଖିଲା ଓ ଖରାଟିଆ ରହିଛି। ରାଜ୍ୟକୁ ବଙ୍ଗୋପସାଗର ପଟୁ ଜଳୀୟବାଷ୍ଫପୂର୍ଣ୍ଣ ବାୟୁ ଆସିବା ମଧ୍ୟ କମିଛି।  ଫଳରେ ରାତିରେ ମଧ୍ୟ ଧୀରେ ଧୀରେ ବା ହାଲୁକା ଥଣ୍ଡା ଅନୁଭୂତ ଆରମ୍ଭ ହୋଇଛି।  ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡ଼ିରେ ତାପମାତ୍ରା ୧୯ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨୨-୨୪ ଡିଗ୍ରୀ ମଧ୍ୟରେ ରହୁଛି।  

ଆହୁରି ପଢ଼ନ୍ତୁ: ମିଛ ଗୁଜବ ଶୁଣି ପୁଲିସ ନାକେଦମ୍‌‌; ଶବ ଖୋଜୁଖୋଜୁ ମିଳିଲା ଅଣ୍ଡା

୧୭ ତାରିଖ  ସୁଦ୍ଧା କେତେକ ଆଭ୍ୟନ୍ତରୀଣ ଅଞ୍ଚଳରେ ତାପମାତ୍ରା ପ୍ରାୟ ୨-୩ ଡିଗ୍ରୀ କମିପାରେ। କନ୍ଧମାଳ, କୋରାପୁଟ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ତାପମାତ୍ରା ସବୁଠାରୁ କମ୍‌ ରହିବ। ଏହି ସ୍ଥାନମାନଙ୍କରେ ସର୍ବନିମ୍ନ ତାପମାତ୍ରା ୨-୩ ଡିଗ୍ରୀ କମିବା ହେତୁ ଶିଶିରପାତ ସହ କୁହୁଡ଼ି ହେବାର ସମ୍ଭାବନା ରହିଛି। ବିଭିନ୍ନ ମଡେଲ୍‌ ଓ ପାଣିପାଗ ସଂସ୍ଥାର ସୂଚନା ଅନୁଯାୟୀ ବର୍ତ୍ତମାନ ଲା-ନିନା ସ୍ଥିତି ସୃଷ୍ଟି ହୋଇ ସାରିଛି।  ତେଣୁ ଏବର୍ଷ ଭଲ ଶୀତର ଆକଳନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର