ମନୋରଞ୍ଜନ
ଓଡ଼ିଶା
ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ, ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ: ବିଜେଡ଼ି
ଭୁବନେଶ୍ବର: ନବୀନ ପଟ୍ଟନାୟକ ଗତକାଲି ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ ଘୋଷଣା କରାଯାଇଛି। ଏ ନେଇ ଆଜି ଶଙ୍ଖଭବନରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରିଛି। ବିଜେଡି ବିଭିନ୍ନ ସମୟରେ ନୂଆ ରୂପ ଓ ନୂଆ ଲୋକଙ୍କ ସହ ଆଗକୁ ବଢ଼େ। ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ହୁଏ। ଗତକାଲି ବି ହୋଇଛି। […]
ଭୁବନେଶ୍ବର: ନବୀନ ପଟ୍ଟନାୟକ ଗତକାଲି ଦଳର ରୂପରେଖକୁ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ପଦାଧିକାରୀ କମିଟିକୁ ଭାଙ୍ଗିବା ସହ ନିଜର ରାଜନୈତିକ ସଚିବ, ଲୋକ ସମ୍ପର୍କ ଅଧିକାରୀ, ଦଳର ମୁଖପାତ୍ର, ଜାତୀୟ ମୁଖପାତ୍ରର ନୂଆ ଟିମ ଘୋଷଣା କରାଯାଇଛି। ଏ ନେଇ ଆଜି ଶଙ୍ଖଭବନରେ ବିଜେଡ଼ି ଏକ ସାମ୍ବାଦିକ ସମ୍ମିଳନୀ କରିଛି।
ବିଜେଡି ବିଭିନ୍ନ ସମୟରେ ନୂଆ ରୂପ ଓ ନୂଆ ଲୋକଙ୍କ ସହ ଆଗକୁ ବଢ଼େ। ସାଙ୍ଗଠନିକ ସ୍ତରରେ ପରିବର୍ତ୍ତନ ହୁଏ। ଗତକାଲି ବି ହୋଇଛି। ଆଗକୁ ନବୀନ ପଟ୍ଟନାୟକଙ୍କ ରାଜନୈତିକ କାର୍ଯ୍ୟକ୍ରମ ଓ ଦଳକୁ ଆଗକୁ ନେବା ପାଇଁ ବିରୋଧୀ ଦଳ ଭାବେ କ’ଣ ନୂଆ ଆଭିମୁଖ୍ୟ ରହିବ। ଯାହା ନବୀନ ବାବୁଙ୍କ ନିର୍ଦ୍ଦେଶ ରହିବ ସେ ଅନୁଯାୟୀ କାମ କରିବେ। ସମୟ ସମୟରେ ଭୂମିକା ବଦଳି ପାରେବୋଲି ବିରୋଧୀ ଦଳ ନେତାଙ୍କ ରାଜନୈତିକ ସଚିବ ସଂତୃପ୍ତ ମିଶ୍ର କହିଛନ୍ତି।
ଗତକାଲି ଏକ ପବିତ୍ର ଦିନ ଘୋଷଯାତ୍ରା ଦିନ ମିଡ଼ିଆ ପରିଚାଳନା ଦାୟିତ୍ୱ ଦେଇଛନ୍ତି। ମିଡ଼ିଆ ସେଲ ଗଠନ ହୋଇଛି। ବିଗତ ଦିନରେ ବି ମିଡ଼ିଆ ସେଲ ଭଲ ଭାବେ କାମ କରିଛି। ମିଡ଼ିଆ ସେଲ ଜରିଆରେ ଦଳକୁ ଆହୁରି କ୍ରିୟାଶୀଳ କରିବାରେ ଉଦ୍ୟମ ରହିବ। ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼ିବୁ। ଲୋକଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଞ୍ଚାଇବୁ। ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇ ଜାରି ରହିବ। ନୂଆ ଷ୍ଟେଟ କମିଟି ଖୁବ ଶୀଘ୍ର ନବୀନ ପଟ୍ଟନାୟକ ଘୋଷଣା କରିବେ ବୋଲି ବରିଷ୍ଠ ରାଜ୍ୟ ମୁଖ୍ୟ ମିଡ଼ିଆ ସଂଯୋଜକ ପ୍ରତାପ ଜେନା କହିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମସ୍ତେ ଭଲ ପାଆନ୍ତି। ଆଗାମୀ ଦିନରେ ଚେଷ୍ଟା କରିବୁ ଭଲ ଭାବେ କାମ କରିବୁ। ଭଲ କାମକୁ ତର୍ଜମା କରିବୁ। ଆପଣଙ୍କ ସହଯୋଗ ଜାରି ରହିବ ଆମ ଆଶା ବୋଲି ବିଜେଡ଼ି ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି।