କୋରେଇ ରେଳ ଦୁର୍ଘଟଣା: ସ୍ୱାଭାବିକ୍ ହେଲା ରେଳ ଚଳାଚଳ, ଉଭୟ ଅପ୍ ଓ ଡାଉନ୍ ଲାଇନରେ ଚାଲିଛି ଟ୍ରେନ୍

The Sakala Picture
Published On

କୋରାଇ: ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ଯ । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟ୍ରେନ୍ ଲାଇନରୁ ମାଲବାହୀ ଟ୍ରେନର ବଗିକୁ କଢ଼ାଯାଇଛି । ସେହିପରି ଟ୍ରେନ୍ ଲାଇନ୍ ମରାମତି ହୋଇଛି । ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, […]

କୋରାଇ: ଦୀର୍ଘ ସମୟର କଠିନ ପରିଶ୍ରମ ପରେ ଯାଜପୁର କୋରାଇ ରେଳ ଷ୍ଟେସନର ଉଭୟ ଲାଇନରେ ସ୍ୱାଭାବିକ୍ ହୋଇଛି ରେଳ ଚଳାଚଳ । ରେଳ ବିଭାଗ କର୍ମଚାରୀଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ କରାଯାଇଥିଲା ଟ୍ରେନ୍ ଲାଇନ୍ ସଫେଇ ଓ ମରାମତି କାର୍ଯ୍ଯ । ବରିଷ୍ଠ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଟ୍ରେନ୍ ଲାଇନରୁ ମାଲବାହୀ ଟ୍ରେନର ବଗିକୁ କଢ଼ାଯାଇଛି । ସେହିପରି ଟ୍ରେନ୍ ଲାଇନ୍ ମରାମତି ହୋଇଛି । ଗତକାଲି ରାତିରେ ଗୋଟିଏ ଲାଇନରେ ଟ୍ରେନ ଚଳାଚଳ କରିଥିବା ବେଳେ, ଆଜି ଉଭୟ ଅପ୍ ଓ ଡାଉନ୍ ଲାଇନରେ ସ୍ୱାଭାବିକ୍ ହୋଇଛି ଟ୍ରେନ୍ ଚଳାଚଳ । ଘଟଣା ସ୍ଥଳରେ ରେଳବାଇ ସୁରକ୍ଷା ମୁଖ୍ୟ ଏ ଏମ ଚୌଧୁରୀଙ୍କ ସମେତ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି। ଆଜି ପୁଣି ସ୍ଥିତି ଅନୁଧ୍ୟାନ ପରେ ସେହି ଲାଇନ ଦେଇ ଟ୍ରେନ ଚଳାଚଳ ସ୍ବାଭାବିକ କରିବାକୁ ନିଷ୍ପତ୍ତି ନିଆଯିବ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଅନ୍ୟପଟେ ମାଲବାହୀ ଟ୍ରେନ କିପରି ଦୁର୍ଘଟଣା ହେଲା, ତା’ର ଉଚ୍ଚସ୍ତରୀୟ ତଦନ୍ତ କରାଯିବ । କାହିଁକି ଲାଇନଚ୍ୟୁତ ହେଲା ମାଲଗାଡ଼ି ଟ୍ରେନର ବଗି । ଗୋଟିଏ ବଗିର ଚକ କୁଆଡ଼େ ଗଲା ? ଟ୍ରାକରେ ନା ଟ୍ରେନରେ ଥିଲା ସମସ୍ୟା । ଏଭଳି ଅନେକ ଦିଗକୁ ନେଇ ତଦନ୍ତ କରାଯିବ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ଉଲ୍ଲେଖ ଯୋଗ୍ୟ, ଗତକାଲି ସକାଳ ୬ଟା ୪୪ ମିନିଟରେ କୋରାଇ ରେଳ ଷ୍ଟେସନର ପ୍ଲାଟଫର୍ମରେ ଲୋକ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ହଠାତ୍ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଥିଲା । ଦେଖୁ ଦେଖୁ ଟ୍ରେନର ୮ଟି ବଗି ପ୍ଲାଟଫର୍ମ ଉପରକୁ ଚଢ଼ିଯାଇଥିଲା । ସେହିପରି କିଛି ବଗି ଟିକେଟ୍ କାଉଣ୍ଟରକୁ ମାଡ଼ି ଯାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ, ୩ ଜଣ ଗୁରୁତର ହୋଇଥିଲେ ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର