ଭାରତର ରାଜନୀତିରେ ‘ନବୀନ’ ସିଦ୍ଧାନ୍ତ

Deviprasad Mohanty Picture
Published On

ମହାତ୍ମା ଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ଭାରତ ସରକାରଙ୍କର ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଦ୍ୱାରା ୨୪ ସେପ୍ଟେମ୍ବର ୧୯୬୯ ରେ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ନିମନ୍ତେ ‘ରାଷ୍ଟ୍ରୀୟ ସେବା ଯୋଜନା’ ସ୍ଥାପିତ ହୋଇଛିଫ ସାମାଜିକ ସମସ୍ୟା ସମାଧାନ ଦିଗରେ ଜନସାଧାରଣଙ୍କର ଭାଗିଦାରିତା ସୃଷ୍ଟି କରିବା ନିମନ୍ତେ ଆବଶ୍ୟକ ‘ନେତୃତ୍ୱକାରୀ ସାମର୍ଥ୍ୟକୁ’ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ପ୍ରୋତ୍ସାହିତ କରିବା ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ। ଏକ ବେସରକାରୀ ସଂଗଠନ ଜିଲ୍ଲା ସଦର ମହକୁମାରେ ୫୦ଜଣ ବିଦ୍ୟାର୍ଥୀଙ୍କୁ ନେଇ ୫ଦିନିଆ ଶିବିର ଆୟୋଜନ କରିଥା’ନ୍ତି। ଅନ୍ଧବିଶ୍ୱାସ ମୁକ୍ତ ଓ ବୈଜ୍ଞାନିକ ଚିନ୍ତାଧାରାଯୁକ୍ତ ଜୀବନ ସଫଳତାର ପ୍ରଥମ ପାହାଚ ଏବଂ ସମ୍ବିଧାନର ଧାରା -୫୧(କ) ଅନ୍ତର୍ଗତ ନାଗରିକଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ବିଦ୍ୟାର୍ଥୀମାନଙ୍କୁ ପ୍ରଶିକ୍ଷଣ ଦେବା କାର୍ଯ୍ୟ ମୁଁ କରୁଥାଏ। ତେଣୁ ଉକ୍ତ ବେସରକାରୀ ସଂଗଠନ ମୋତେ ନିମନ୍ତ୍ରଣ କରିଥା’ନ୍ତି। 

ଆହୁରି ପଢ଼ନ୍ତୁ: କଙ୍ଗୋର ଏକ ପ୍ରମୁଖ ଖଣି ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଆଶଙ୍କା

ମହାବିଦ୍ୟାଳୟରେ ‘ରାଷ୍ଟ୍ରୀୟ ସେବା ଯୋଜନା’ ଦାୟିତ୍ୱରେ ଥିବା ଅଧ୍ୟାପକ ବିଦ୍ୟାର୍ଥୀମାନଙ୍କୁ ନେତୃତ୍ୱ ଦେବାକୁ ଆବଶ୍ୟକ ଦୁଇଟି ଯୋଗ୍ୟତା ସମ୍ପର୍କରେ ବୁଝାଉଥା’ନ୍ତି। ପ୍ରଥମ, ଜନତାଙ୍କ ସହ ବ୍ୟକ୍ତିଗତ ପ୍ରତ୍ୟକ୍ଷ ସମ୍ପର୍କ। ଦ୍ୱିତୀୟରେ ଜନସାଧାରଣଙ୍କ ସହ ଭାବର ଆଦାନ ପ୍ରଦାନ ନିମନ୍ତେ ବାକ୍‌-ପଟୁତା। ସିଧାସଳଖ  ସମ୍ପର୍କ ଓ ଭଲ କହିଲା ବାଲା ନହେଲେ ସଫଳ ନେତା ହୋଇ ପାରିବ ନାହିଁ। ଅଧ୍ୟାପକଙ୍କ ପାଠ ପଢ଼ା ସରିବା ପରେ ମୋ ପାଳି ଆସିଲା। ମାତ୍ର ମୁଁ ମୋ ବିଷୟକୁ ନ ଯାଇ ବିଦ୍ୟାର୍ଥୀ ଓ ଅନ୍ୟ ଅଧ୍ୟାପକଙ୍କ ଉପସ୍ଥିତିରେ ମୋର ଗୋଟିଏ ପ୍ରଶ୍ନ ଥିଲା, ଓଡ଼ିଶାରେ ଜନପ୍ରିୟତାର ଶୀର୍ଷରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନସମ୍ପର୍କ ଓ ବାକ୍‌ପଟୁତା। ବିଦ୍ୟାର୍ଥୀମାନଙ୍କ ଅପେକ୍ଷା ଅଧ୍ୟାପକବନ୍ଧୁମାନେ ସ୍ତବ୍ଧ। ବିରୋଧୀ ରାଜନୈତିକ ଦଳ ଓ ରାଜନୈତିକ ସମୀକ୍ଷକ ନବୀନ ବାବୁଙ୍କ ବିରୁଦ୍ଧରେ ଅପପ୍ରଚାର କରୁଥିଲେ ଯେ ତାଙ୍କର ଜନସାଧାରଣଙ୍କ ସହିତ ଆଦୌ ସମ୍ପର୍କ ନାହିଁ ଏବଂ ନବୀନ ବାବୁ ଭାଷଣ କଥା ଛାଡ଼ନ୍ତୁ ଅନ୍ୟ ପକ୍ଷରେ ବହୁତ କମ୍‌ କଥା କହନ୍ତି। ତେବେ କେଉଁ ଆଧାରରେ ସେ ଓଡ଼ିଶାବାସୀଙ୍କ ହୃଦୟ ଜିଣିଥିଲେ? ଯାହାଙ୍କୁ ଦେଖିବା ପାଇଁ ରାସ୍ତାକଡ଼ରେ ହଜାର ହଜାର ଆବାଳ ବୃଦ୍ଧ ବନିତା ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ? 

ଆହୁରି ପଢ଼ନ୍ତୁ: ଫେବୃଆରୀ ୧୭ରୁ ବିଧାନସଭା ଅଧିବେଶନ, ୨୦ରେ ହେବ ବଜେଟ ଉପସ୍ଥାପନ

ଭାରତର ରାଜନୀତିରେ ଏକ ନୂତନ ସିଦ୍ଧାନ୍ତ ସୃଷ୍ଟି କରିଥିଲେ ନବୀନ ବାବୁ। ଜନସାଧାରଣଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କର ସେତୁ ସୃଷ୍ଟି କରିଥିଲେ ‘ଜନ କଲ୍ୟାଣ ଯୋଜନା’ର ସୁଫଳ ଜରିଆରେ ଓଡ଼ିଶାବାସୀଙ୍କ ମୁହଁରେ ହସ ଫୁଟାଇ। ମିଥ୍ୟା ପ୍ରତିଶ୍ରୁତି ଓ ଲମ୍ବା ଭାଷଣ ପରିବର୍ତ୍ତେ ତିନୋଟି ଶବ୍ଦ ମାଧ୍ୟମରେ କୋଟିକୋଟି ଓଡ଼ିଶାବାସୀଙ୍କ ହୃଦୟକୁ ଜିତିଥିଲେ - ‘ଆପଣମାନେ ଖୁସି ତ’ ?

ଆହୁରି ପଢ଼ନ୍ତୁ: ବିଜେଡିର କ୍ଷୋଭ: ନିର୍ବାଚନ କମିସନଙ୍କୁ ପଚାରିଥିବା ଅନେକ ପ୍ରଶ୍ନର ଉତ୍ତର ଏଯାଏଁ ମିଳିଲା ନାହିଁ


ସାଢେ଼ ଚାରିକୋଟି ଓଡ଼ିଶାବାସୀ କେବଳ ନୁହନ୍ତି ଦେଶବାସୀ ଜାଣିଛନ୍ତି ଯେ ଗତ ବିଧାନସଭା ନିର୍ବାଚନରେ  ଭାରତର ପ୍ରଧାନମନ୍ତ୍ରୀ, ଗଣ୍ଡା ଗଣ୍ଡା କେନ୍ଦ୍ରମନ୍ତ୍ରୀ, ଭାଜପା ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଓଡ଼ିଶାବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଭୋଟ ନେଇଛନ୍ତି। ମାତ୍ର ଏକ ବର୍ଷ ମଧ୍ୟରେ ତାହା ପ୍ରମାଣ ହୋଇସାରିଛି। ଭାରତର ରାଜନୈତିକ ଇତିହାସରେ ନବୀନବାବୁ ନୂଆ ସିଦ୍ଧାନ୍ତର ପ୍ରତୀକ ପାଲଟିଛନ୍ତି। 
ଅଧ୍ୟକ୍ଷ, 

ବିଶ୍ୱାମିତ୍ର ଜନସେବା ଟ୍ରଷ୍ଟ, ଖୋର୍ଦ୍ଧା,
ମୋ: ୯୩୩୭୬୨୧୪୫୫

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp