ଫେବ୍ରୁଆରି ତୃତୀୟ ସପ୍ତାହରେ ୨୦୨୬ ବଜେଟ୍, ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ

ଡିସେମ୍ବର ୨୫ ସୁଦ୍ଧା ପ୍ରସ୍ତାବ ଦେବାକୁ ସଚିବମାନଙ୍କୁ ଚିଠି

Deviprasad Mohanty Picture
Published On

ଭୁବନେଶ୍ୱର: ରାଜ୍ୟ ସରକାର ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ୨୦୨୬ ଫେବ୍ରୁଆରି ତୃତୀୟ ସପ୍ତାହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ବଜେଟ ଉପସ୍ଥାପନ କରିବାର ସମ୍ଭାବନା ରହିଛି। ଆସନ୍ତା ଡିସେମ୍ବର ୨୧ ତାରିଖରୁ ୨୦୨୬ ଜାନୁଆରୀ ୫ ପର୍ଯ୍ୟନ୍ତ ପ୍ରାକ୍‌-ବଜେଟ ଆଲୋଚନା ଏବଂ ଫେବ୍ରୁଆରି ୬ ତାରିଖରେ ବିଭିନ୍ନ ପ୍ରମୁଖ ବିଭାଗର ସଚିବଙ୍କ ସହ ମୁଖ୍ୟ ସଚିବ ଏବଂ ଉନ୍ନୟନ କମିଶନର ବୈଠକ କରିବେ। ଫେବ୍ରୁଆରି ୭ ତାରିଖରୁ ୧୦ ତାରିଖ ମଧ୍ୟରେ ମନ୍ତ୍ରିପରିଷଦ ବାର୍ଷିକ ବଜେଟକୁ ଅନୁମୋଦନ ଦେବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛିି। ଏହାସହ ମାର୍ଚ୍ଚ ମାସ ଶେଷରେ ବିଧାନସଭାରେ  ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବ ବୋଲି କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ନୂତନ ବଜେଟ୍‌ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର ମଙ୍ଗଳବାର ସମସ୍ତ ବିଭାଗୀୟ ସଚିବଙ୍କୁ ପତ୍ର ଲେଖି ଆସନ୍ତା ଡିସେମ୍ୱର ୨୫ ତାରିଖ ସୁଦ୍ଧା ନିଜ ନିଜର ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ବିଭାଗ ଲେଖିଥିବା ଚିଠିରେ ଓଡ଼ିଶା ବଜେଟ ମାନୁଆଲର ଅଧ୍ୟାୟ-୩ରେ ଥିବା ନିର୍ଦ୍ଦେଶ ସହିତ ଅତିରିକ୍ତ ନିର୍ଦ୍ଦେଶ ଅନୁପାଳନ କରି ବଜେଟ ପ୍ରସ୍ତୁତ କରିବାକୁ କୁହାଯାଇଛି। 

ଆହୁରି ପଢ଼ନ୍ତୁ: ଅସୁସ୍ଥ ସ୍ୱାମୀଙ୍କ ପାଖକୁ ନେବା ବାହାନାରେ ଘରୁ ଡାକି ନେଇ ମହିଳାଙ୍କୁ ଦୁଷ୍କର୍ମ, ୨ ଗିରଫ

ରାଜସ୍ୱ ଦୃଷ୍ଟିକୋଣରୁ ରାଜ୍ୟର ମୋଟ ରାଜସ୍ୱ ରସିଦ ୨୦୨୬-୨୭ରେ ୨୦୨୫-୨୦୨୬ ବର୍ଷର ସଂଶୋଧିତ ଅନୁମାନଠାରୁ ୧୦ ପ୍ରତିଶତ ବୃଦ୍ଧି ପାଇବ। ସେହିପରି ଜିଏସଟି ସୁଧାର ସକାରାତ୍ମକ ପ୍ରଭାବ ପକାଇପାରେ ବୋଲି ଚିଠିରେ ଦର୍ଶାଯାଇଛି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର