ସଫଳ ଟିକା ପରିଚାଳନା ପାଇଁ ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ମିଳିଲା ଆଇଏସଓ ମାନ୍ୟତା
ସୁନ୍ଦରଗଡ଼: ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସହିତ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ ‘ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାର’କୁ (ଆରଭିଏସ୍) ଆଇଏସଓ ମାନ୍ୟତା ମିଳିଛି। ଇଣ୍ଟରନାସନାଲ ଆକ୍ୟୁରେଟ୍ ସାର୍ଟିଫିକେସନ ସଂସ୍ଥା ପକ୍ଷରୁ ଡିସେମ୍ବର ୧୫ ତାରିଖ ଦିନ ଏହି ମାନ୍ୟତାପତ୍ର ଆସିଛି। ସରକାରଙ୍କର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆମ ଦେଶରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ଗର୍ଭବତୀ […]
ସୁନ୍ଦରଗଡ଼: ଗର୍ଭବତୀ ଏବଂ ପ୍ରସୂତି ମା’ଙ୍କ ସହିତ ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଟିକା ଏବଂ କୋଭିଡ୍-୧୯ ଟିକାର ମହଜୁଦ୍ ବ୍ୟବସ୍ଥା ଓ ପରିବହନ କ୍ଷେତ୍ରରେ ସଫଳ ପରିଚାଳନା ପାଇଁ ‘ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାର’କୁ (ଆରଭିଏସ୍) ଆଇଏସଓ ମାନ୍ୟତା ମିଳିଛି। ଇଣ୍ଟରନାସନାଲ ଆକ୍ୟୁରେଟ୍ ସାର୍ଟିଫିକେସନ ସଂସ୍ଥା ପକ୍ଷରୁ ଡିସେମ୍ବର ୧୫ ତାରିଖ ଦିନ ଏହି ମାନ୍ୟତାପତ୍ର ଆସିଛି।
ସରକାରଙ୍କର ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ଅଧୀନରେ ଆମ ଦେଶରେ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ଏହା ମାଧ୍ୟମରେ ଗର୍ଭବତୀ ଏବଂ ପ୍ରସୂତି ମହିଳା ତଥା ଶିଶୁମାନଙ୍କୁ ବଭିନ୍ନ ସଂକ୍ରମଣରୁ ସୁରକ୍ଷା ଦେବା ପାଇଁ ପ୍ରତିଷେଧକ ରୂପେ ଟିକା ଦିଆଯାଉଛି। ଏହାସହ ୧୮ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କ ପାଇଁ ଏବେ କୋଭିଡ୍ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି। ତେଣୁ ଟିକା ପ୍ରସ୍ତୁତି କେନ୍ଦ୍ରଠାରୁ ଟିକାକରଣ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାର ସୁପରିଚାଳନା ଉପରେ ଏହି କାର୍ଯ୍ୟକ୍ରମର ସଫଳତା ନିର୍ଭର କରୁଛି।
ଟିକାର ଗୁଣବତ୍ତାକୁ ସୁନିଶ୍ଚିତ କରିବା ପାଇଁ ଉଚିତ ତାପମାତ୍ରାରେ ଏହାକୁ ମହଜୁଦ କରି ରଖିବା ସହ ଶୀତଳ ଶିକୁଳି ବା କୋଲ୍ଡ ଚେନ୍ ମାଧ୍ୟମରେ ଟିକା ପରିବହନ କରିବା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏହି କ୍ଷେତ୍ରରେ ସଫଳ ପରିଚାଳନାର ସମୀକ୍ଷା କରିବା ପରେ ସୁନ୍ଦରଗଡ଼ସ୍ଥିତ ଆଂଚଳିକ ଟିକା ଭଣ୍ଡାରକୁ ଆଇଏସଓ ମାନ୍ୟତା ମିଳିଛି। ଏହି ପ୍ରମାଣପତ୍ର ମିଳିବା ପରେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର ଜିଲ୍ଲାରେ ଟିକାକରଣ କାର୍ୟ୍ୟକ୍ରମରେ ନିୟୋଜିତ ସମସ୍ତ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ କର୍ମଚାରୀମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
Regional Vaccine Store Sundargarh receives ISO 9001:2015 Certificate. The facility adds a feather on it's cap for Quality Management in storage of RI & COVID Vaccines, effective supply and cold chain, zero wastage, and ensuring efficacy & quality of vaccine. @CMO_Odisha pic.twitter.com/LEGA7xllS5
— Collector and DM, Sundargarh (@DMSundargarh) December 16, 2021
‘‘ସୁନ୍ଦରଗଡ଼ ଆଞ୍ଚଳିକ ଟିକା ଭଣ୍ଡାରକୁ ଟିକା ଆସିବା ପରେ ସରକାରଙ୍କ ମାନଦଣ୍ଡ ଅନୁସାରେ ଟିକାଗୁଡ଼ିକୁ ସୁରକ୍ଷିତ ଭାବେ ରଖାଯାଉଛି। ଏହି ଆଞ୍ଚଳିକ ଟିକା ଭଣ୍ଡାରରୁ ଆବଶ୍ୟକତା ଅନୁଯାୟୀ ସୁନ୍ଦରଗଡ଼ ଏବଂ ରାଉରକେଲା ସହିତ ଝାରସୁଗୁଡ଼ାରେ ଥିବା ଜିଲ୍ଲା ଟିକା ଭଣ୍ଡାରକୁ ଟିକା ପଠାଯାଉଛି। ଟିକାର ଗୁଣବତ୍ତା ବଜାୟ ରଖିବା ସହ ଏହାର ସୁପରିଚାଳନା ଉପରେ ସବୁବେଳେ ଗୁରୁତ୍ୱ ଦିଆଯାଉଛି। ଏହି ମାନ୍ୟତା ଜିଲ୍ଲାର ସ୍ୱାସ୍ଥ୍ୟ ସେବା ଏବଂ ଟିକାକରଣ କାର୍ଯ୍ୟକ୍ରମକୁ ଆଉ ଏକ ଉଚ୍ଚତାକୁ ନେଇ ପାରିବ’’, କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସରୋଜ କୁମାର ମିଶ୍ର।
ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ଟିକା ଭଣ୍ଡାରରୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆଞ୍ଚଳିକ ଟିକା ଭଣ୍ଡାରକୁ ଟିକା ପଠା ଯାଇଥାଏ। ସେଠାରେ ଟିକା ପହଂଚିବା ପରେ ତାକୁ ୱାକ ଇନ କୁଲରରେ ନିର୍ଦ୍ଦିଷ୍ଟ ତାପମାତ୍ରାରେ ସୁରକ୍ଷିତ ରଖାଯାଉଛି। ପରେ ଏହାକୁ ବିଭିନ୍ନ ଜିଲ୍ଲା ଟିକା ଭଣ୍ଡାରକୁ ଏବଂ ସେଠାରୁ ବ୍ଲକ୍ ଟିକା ଭଣ୍ଡାରକୁ ସୁରକ୍ଷିତ ଭାବେ ଟିକା ପଠା ଯାଇଥାଏ। ସେଠାରୁ ବିଭିନ୍ନ ଟିକାଦାନ କେନ୍ଦ୍ରକୁ ନାନା ମାଧ୍ୟମରେ ଟିକା ପଠାଇ ହିତାଧିକାରୀମାନଙ୍କୁ ଟିକା ଦିଆଯାଇଥାଏ।
ଟିକା ଏକ ଜରୁରୀକାଳୀନ ସେବା ହୋଇଥିବାରୁ ପ୍ରତି ଥାକରେ ଏହାର ସୁପରିଚାଳନା ଉପରେ ଜୋର୍ ଦିଆଯାଉଛି। ତା’ ସହିତ ଟିକାଦାନ ସମୟରେ କିପରି ଟିକାର ଅପଚୟ ଯଥେଷ୍ଟ କମ୍ ରହିବ ସେ କ୍ଷେତ୍ରରେ ସୁନ୍ଦରଗଡ଼ ଜିଲ୍ଲା ବିଶେଷ ସଫଳତା ହାସଲ କରିଛି ବୋଲି ଡାକ୍ତର ମିଶ୍ର କହିଛନ୍ତି। ଟିକା ପରିବହନ ଓ ପରିଚାଳନା ଲାଗି ସରକାର ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରିଛନ୍ତି। ଏହି ନିୟମକୁ ଠିକ୍ ଭାବେ ପାଳନ କରି ସୁନ୍ଦରଗଡ଼ସ୍ଥିତ ଆଞ୍ଚଳିକ ଟିକା ଭଣ୍ଡାର ଆଜି ଆଇଏସଓ ୯୦୦୧:୨୦୧୫ ମାନ୍ୟତା ପାଇପାରିଛି।